ରାଜ୍ୟ
ଜଗା ଦର୍ଶନ ପାଇଁ ଯାଉଥିବା ବେଳେ କ୍ୟାବିନକୁ ଧକ୍କା ଦେଇ ଓଲଟିଲା ବୋଲେରୋ, ୨ ଆହତ

ପୁରୀ ୧୭/୧୧: ଜଗା ଦର୍ଶନ ପାଇଁ ଯାଉଥିବା ବୋଲେରୋ ଗାଡ଼ି ଦୁର୍ଘଟଣାଗ୍ରସ୍ତ । କ୍ୟାବିନକୁ ଧକ୍କା ଦେଇ ରାସ୍ତା ତଳକୁ ଓଲଟିଲା ଗାଡ଼ି । ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି। ବଲାଙ୍ଗୀରରୁ ଶ୍ରୀକ୍ଷେତ୍ର ପୁରୀ ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ବଲାଙ୍ଗୀରରୁ ୯ ଜଣ ଯାତ୍ରୀଙ୍କୁ ନେଇ ଏକ ବୋଲେରୋ ପୁରୀ ଅଭିମୁଖେ ଯାଉଥିଲା। ଏହି ସମୟରେ ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ନୂଆ ଜଗନ୍ନାଥ ସଡ଼କର ଚୁପୁରୁଙ୍ଗି ଛକ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ କ୍ୟାବିନକୁ ଧକ୍କା ଦେଇଥିଲା। ଏହାପରେ ବୋଲେରୋଟି ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଗାଡ଼ିରେ ଥିବା ମୋଟ ୯ ଜଣଙ୍କ ମଧ୍ୟରୁ ୨ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ଖବର ପାଇ ଗଡ଼ିଶାଗୋଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିବା ବେଳେ ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି ।
ସୌଜନ୍ୟ ପ୍ରମେୟ




