ବାଣିଜ୍ୟ

ଜୁନ୍‌ରେ ଓଡ଼ିଶାରେ ସର୍ବାଧିକ ନୂଆ ମୋବାଇଲ୍ ଗ୍ରାହକ ଯୋଡିଛି ରିଲାଏନ୍ସ ଜିଓ: TRAI

ଭୁବନେଶ୍ୱର: ଜୁନ୍ ମାସରେ ଓଡ଼ିଶାରେ ସର୍ବାଧିକ ନୂତନ ମୋବାଇଲ୍ ଗ୍ରାହକ ଯୋଡିଛି ରିଲାଏନ୍ସ ଜିଓ। ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ଜୁନ୍ ମାସରେ ଜିଓ ୧ ଲକ୍ଷ ୧୩ ହଜାରରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଏବଂ ୧୫୦୦୦ ରୁ ଅଧିକ ନୂତନ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡିଛି। ଉଲ୍ଲେଖନୀୟ ଭାବରେ ଜୁନ୍ ମାସରେ ଓଡ଼ିଶାର ପ୍ରାୟ ୮୦ ପ୍ରତିଶତ ନୂତନ ମୋବାଇଲ୍ ଗ୍ରାହକ ଏବଂ ୯୧ ପ୍ରତିଶତ ନୂତନ ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍ (ଏଫଡବ୍ଲୁଏ) ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଜିଓ ନେଟୱାର୍କରେ ଯୋଗ ଦେଇଛନ୍ତି, ଯାହା ଏହାକୁ ରାଜ୍ୟର ସବୁଠାରୁ ପସନ୍ଦିତ ଡିଜିଟାଲ୍ ସେବା ପ୍ରଦାନକାରୀ କରିଛି।

ଏହା ସହିତ, ଜିଓ ଓ୍ୱାୟାରଲେସ୍, ୱାୟାରଲାଇନ୍ ଏବଂ ଏଫଡବ୍ଲୁଏ କ୍ଷେତ୍ରରେ ଏକ ନମ୍ବର ସେବା ପ୍ରଦାନକାରୀ ଭାବରେ ଓଡ଼ିଶାରେ ଏହାର ନେତୃତ୍ୱ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ଟ୍ରାଇ ତଥ୍ୟ ଅନୁଯାୟୀ, ଜୁନ୍ ମାସରେ ଓଡ଼ିଶାରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୧.୪୧ ଲକ୍ଷରୁ ଅଧିକ ବୃଦ୍ଧି ପାଇ ୩୦ ଜୁନ୍ ୨୦୨୬ ସୁଦ୍ଧା ୩.୮୬ କୋଟି ଅତିକ୍ରମ କରିଛି।ଜୁନ୍ ମାସରେ, ଓଡ଼ିଶାରେ ଜିଓ ସର୍ବାଧିକ ୧.୧୩ ଲକ୍ଷ ନୂତନ ମୋବାଇଲ୍ ଗ୍ରାହକ ଯୋଡିଥିବା ବେଳେ ଏହା ପଛକୁ ଭୋଡାଫୋନ୍ ଆଇଡିଆ ୧୬୮୮୫ ଏବଂ ଏୟାରଟେଲ୍ ମାତ୍ର ୧୩୬୩୩ ମୋବାଇଲ୍ ଗ୍ରାହକ ଯୋଡିଛନ୍ତି।

ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଏହି ମାସରେ ବିଏସଏନଏଲ ଓଡ଼ିଶାରେ ୩୬୭୮ ମୋବାଇଲ୍ ଗ୍ରାହକ ହରାଇଛି।ଜିଓ ୪.୧୬ ଲକ୍ଷରୁ ଅଧିକ ଜିଓ ଏୟାରଫାଇବର ଗ୍ରାହକଙ୍କ ସହିତ ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍ ସେବାରେ ଏହାର ବଜାର ନେତୃତ୍ୱକୁ ଆହୁରି ସୁଦୃଢ଼ କରିଛି ଏବଂ ରାଜ୍ୟର ମୋଟ ଏଫଡବ୍ଲୁଏ ଗ୍ରାହକଙ୍କ ପ୍ରାୟ ୮୦ ପ୍ରତିଶତ ଜିଓ ନେଟୱର୍କରେ ରହିଛନ୍ତି। ଜୁନ୍ ମାସରେ ଜିଓ ରାଜ୍ୟରେ ୧୫୦୦୦ ରୁ ଅଧିକ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡିଛି ଏବଂ ୩୦ ଜୁନ୍ ୨୦୨୬ ସୁଦ୍ଧା ଓଡ଼ିଶାରେ ଜିଓଫାଇବର ଏବଂ ଜିଓଏୟାରଫାଇବର ଗ୍ରାହକଙ୍କ ସଂଖ୍ୟା ୭.୯୫ ଲକ୍ଷ ଅତିକ୍ରମ କରିଛି।

ଓଡିଶାର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ, ଜିଓର ସର୍ବାଧିକ ୧.୮୧ କୋଟିରୁ ଅଧିକ ମୋବାଇଲ୍ ଗ୍ରାହକ, ୩.୭୯ ଲକ୍ଷ ଜିଓଫାଇବର ଗ୍ରାହକ ଏବଂ ୪.୧୬ ଲକ୍ଷରୁ ଅଧିକ ଜିଓଏୟାରଫାଇବର ଗ୍ରାହକ ରହିଛନ୍ତି। ଓଡ଼ିଶାର ଗ୍ରାମାଞ୍ଚଳ ତଥା ଉପାନ୍ତ ଅଞ୍ଚଳଗୁଡ଼ିକରେ ହଜାର ହଜାର ଛୋଟ ସହର ଏବଂ ଗ୍ରାମଗୁଡିକରେ ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣକୁ ଆଗେଇ ନେଇ, ଜିଓ ସେମାନଙ୍କ ଘରପାଖରେ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ସଂଯୋଗ ଉପଲବ୍ଧ କରାଇବା ସହିତ ନିରବଛିନ୍ନ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ, ବିଶ୍ୱସ୍ତରୀୟ ଗୃହ ମନୋରଞ୍ଜନ, ୮୦୦+ ଟିଭି ଚ୍ୟାନେଲ୍, ୧୧+ ଓଟିଟି ଆପ୍, ଅସୀମିତ ୱାଇଫାଇ ଏବଂ ଆହୁରି ଅନେକ ସୁବିଧା ପ୍ରଦାନ କରୁଛି।

ଏହାର ଅତ୍ୟାଧୁନିକ ପ୍ରଯୁକ୍ତି, ଦୃଢ଼ ଭିତ୍ତିଭୂମି, ଗ୍ରାହକ-ପ୍ରଥମ ନୀତି, ସର୍ବବୃହତ ୪ଜି ଏବଂ ୫ଜି ନେଟୱାର୍କ ସହିତ, ଜିଓ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଓଡ଼ିଶାର ଡିଜିଟାଲ୍ ପରିବର୍ତ୍ତନକୁ ଆଗକୁ ବଢ଼ାଇବା ଜାରି ରଖିଛି।ଟ୍ରାଇ ତଥ୍ୟ ଅନୁଯାୟୀ, ଜାତୀୟ ସ୍ତରରେ, ଜିଓ ଜୁନ୍ ମାସରେ ୨୬ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଛି ଯାହା ମଧ୍ୟରେ ୨୧.୪୬ ଲକ୍ଷ ନୂତନ ମୋବାଇଲ୍ ଗ୍ରାହକ ଏବଂ ୪.୯ ଲକ୍ଷରୁ ଅଧିକ ନୂତନ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ସାମିଲ ଅଛନ୍ତି।

ଉଲ୍ଲେଖନୀୟ ଭାବରେ ଜିଓ ଏହି ମାସରେ ସର୍ବାଧିକ ୩୩.୩ ଲକ୍ଷ ସକ୍ରିୟ ମୋବାଇଲ ଗ୍ରାହକ ଯୋଡିଛି, ଯାହା ଯେକୌଣସି ଅପରେଟର ଦ୍ୱାରା ସର୍ବାଧିକ। ଏଥିସହିତ ୯୧ ଲକ୍ଷରୁ ଉର୍ଦ୍ଧ୍ବ ୫ଜି ଏୟାରଫାଇବର ଗ୍ରାହକଙ୍କ ସହିତ ଜିଓ ୫ଜି ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍ କ୍ଷେତ୍ରରେ ମଧ୍ୟ ଏକ ନମ୍ବର ସ୍ଥାନରେ ରହିଛି ଏବଂ ଏକମାତ୍ର କମ୍ପାନୀ ଭାବରେ ଦେଶରେ ୫ଜି ୟୁ.ବି.ଆର ଫିକ୍ସଡ୍-ୱାୟାରଲେସ୍ ସେବା ପ୍ରଦାନ କରୁଛି।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button