ଜାତୀୟ

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି! ଜାଣନ୍ତୁ କେତେ ପ୍ରତିଶତ ବଢ଼ିବ DA

ନୂଆଦିଲ୍ଲୀ,୨୬।୯: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) କିମ୍ବା ପେନସନଭୋଗୀ ଅଛନ୍ତି, ତେବେ ପାର୍ବଣ ଋତୁରେ ଆପଣଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି।

ଦୁର୍ଗାପୂଜା ଓ ଦଶହରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ସମୟରେ କର୍ମଚାରୀଙ୍କ ବଡ଼ ସଂଗଠନ କନଫେଡେରେସନ ଅଫ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲଏଜିଜ ଆଣ୍ଡ ୱର୍କର୍ସ (COCGEW) ସରକାରଙ୍କୁ ଚିଠି ଲେଖି ୧ ଜୁଲାଇ ୨୦୨୬ରୁ ଲାଗୁ ହେବାକୁ ଥିବା ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ (DR)ର ଘୋଷଣା ପାର୍ବଣ ପୂର୍ବରୁ କରିବାକୁ ଦାବି କରିଛି।

ଯଦି ସରକାର ଏହି ସୁପାରିସକୁ ଗ୍ରହଣ କରନ୍ତି, ତେବେ ଏଥର ଦୀପାବଳି ଓ ଦୁର୍ଗାପୂଜା ସମୟରେ କର୍ମଚାରୀଙ୍କୁ ବକେୟା ଟଙ୍କା (Arrears) ସହ ବର୍ଦ୍ଧିତ ଦରମା ମିଳିପାରେ। ଏହାଦ୍ୱାରା ଦରମାରେ କେତେ ବୃଦ୍ଧି ହୋଇପାରେ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସଂଗଠନର ମହାସଚିବ ଏମ.ଏସ. ଭେଙ୍କଟେଶନ ୨୪ ସେପ୍ଟେମ୍ବର ୨୦୨୬ରେ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ (Department of Expenditure)ର ସଚିବଙ୍କୁ ଚିଠି ଲେଖିଛନ୍ତି। ଚିଠିରେ କୁହାଯାଇଛି ଯେ, ଜୁଲାଇ ପରେ କର୍ମଚାରୀଙ୍କ ଖର୍ଚ୍ଚ ବଢ଼ିଯାଏ। ପିଲାଙ୍କ ସ୍କୁଲ ଫି’, ଘରର ରାଶନ, ପାର୍ବଣର କିଣାକିଣି ଓ ଯାତ୍ରା ଭଳି ଖର୍ଚ୍ଚ ଏକାସାଙ୍ଗରେ ଆସିଥାଏ। ତେଣୁ ସରକାର ଯଦି ୧ ଜୁଲାଇରୁ ବକେୟା ଥିବା DA ବୃଦ୍ଧିର ଔପଚାରିକ ଘୋଷଣା ଶୀଘ୍ର କରନ୍ତି, ତେବେ ଲକ୍ଷ ଲକ୍ଷ କର୍ମଚାରୀ ଓ ପେନସନଭୋଗୀ ଆର୍ଥିକ ଭାବେ ଉପକୃତ ହୋଇପାରିବେ।

ବର୍ତ୍ତମାନ କେନ୍ଦ୍ର ସରକାରୀ କର୍ମଚାରୀମାନେ ୬୦% ମହଙ୍ଗା ଭତ୍ତା (DA) ପାଉଛନ୍ତି, ଯାହା ଜାନୁଆରୀ ୨୦୨୬ରୁ ଲାଗୁ ହୋଇଛି। ୭ମ ବେତନ ଆୟୋଗ (7th Pay Commission)ରନିର୍ଦ୍ଧାରିତ ଫର୍ମୁଲା ଏବଂ AICPI-IWର ଜୁଲାଇ ୨୦୨୫ରୁ ଜୁନ ୨୦୨୬ ପର୍ଯ୍ୟନ୍ତ ଗତ ୧୨ ମାସର ତଥ୍ୟ ଆଧାରରେ ହିସାବ କଲେ, DA ପ୍ରାୟ ୬୩.୮୨% ହେବାର ଗଣନା ମିଳୁଛି।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button