ବଡ଼ଓଷାରେ ବାବା ଧବଳେଶ୍ୱରଙ୍କ ନିକଟରେ ଗଜଭୋଗ ଲାଗି, ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ଚୌଦ୍ୱାର-ଗୁରୁଡ଼ିଝାଟିଆ,୨୩/୧୧: ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ରବିବାର ବଡ଼ଓଷା ଅନୁଷ୍ଠିତ ହୋଇଛି । ଏହି ଅବସରରେ ବାବା ଧବଳେଶ୍ୱରଙ୍କ ବଡ଼ସିଂହାର ବେଶ ଦର୍ଶନ ସହ ଗଜଭୋଗ ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ଆଜ ସକାଳୁ ବାବ ଧବଳେଶ୍ବରଙ୍କ ହରି ହର ବେଶ ନୀତି ଅନୁଷ୍ଠିତ ହେଉଛି। ଦୁର୍ଲଭ ବେଶ ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଛି
ରବିବାର ଅପରାହ୍ନରୁ ପୀଠକୁ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଲାଗି ରହିଥିଲା । କଟକ, ଚୌଦ୍ୱାର ଓ ଆଠଗଡ଼ ରାସ୍ତା ଦେଇ ପୀଠକୁ ଛୁଟିଥିଲା ଶ୍ରଦ୍ଧାଳୁଙ୍କ ଗାଡ଼ି । ନୂଆପାଟଣା ଚହଟା ଘାଟରୁ ଧବଳେଶ୍ୱର ରାସ୍ତା ଜନସମୁଦ୍ରରେ ପରିଣତ ହୋଇଥିଲା । ରବିବାର ରାତି ସୁଦ୍ଧା ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଚୌଦ୍ୱାର ଏସ୍ଡିପିଓ ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି । ଶ୍ରଦ୍ଧାଳୁଙ୍କ ହରିବୋଲ, ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ପୀଠ । ପୀଠ ପରିସର, ମନ୍ଦିର ଦକ୍ଷିଣ ପାଶ୍ୱ ର୍, ବୁଢ଼ାଲିଙ୍ଗ ପାଶ୍ୱ ର୍ ଓ ଅଭ୍ୟର୍ଥନା କେନ୍ଦ୍ର ପଡ଼ିଆରେ ଶ୍ରଦ୍ଧାଳୁ ଠୁଳ ହୋଇଥିଲେ । ସକାଳୁ ଆସିଥିବା ଭକ୍ତ ବାବାଙ୍କୁ ଦର୍ଶନ କରି ବ୍ରତ ପାଳନ କରି ସାଙ୍ଗରେ ଆଣିଥିବା ଚାଉଳ, ପନିପରିବାରେ ଖାଦ୍ୟ ପ୍ରସ୍ତୁତ କରି ପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ କରି ଖାଇଥିଲେ । ରାତି ତମାମ ପୀଠରେ ଉଜାଗର ରହି ବଡ଼ସିଂହାର ବେଶ ଦର୍ଶନ କରିବା ସହ ଗଜ ଭୋଗ ନେଇ ସୋମବାର ପ୍ରତ୍ୟୁଷରୁ ଘରକୁ ଫେରିବେ ।
ସୌଜନ୍ୟ ପ୍ରମେୟ




