ଦେଶ ବିଦେଶ
ବିବାଦର କେନ୍ଦ୍ରରେ ଜ୍ଞାନେଶ କୁମାର; ପ୍ରବଳ ହେଉଛି ରାଜନୈତିକ ଝଡ଼
ବିଗତ ୧୦ ମାସ ମଧ୍ୟରେ ନୂଆ ଭୋଟରଙ୍କ ପାଇଁ ଉଦ୍ଦିଷ୍ଟ ଫର୍ମ-୬ରେ ପରିବର୍ତ୍ତନ, ଭୋଟର ତାଲିକା ପରିଚାଳନାର କେନ୍ଦ୍ରୀକରଣ ଏବଂ ପଶ୍ଚିମବଙ୍ଗରେ ବାଦ୍ ପଡ଼ିଥିବା ଭୋଟରଙ୍କୁ ପୁନଃ ସାମିଲ କରିବା ନିର୍ଦ୍ଦେଶ ବିରୋଧରେ ଆୟୋଗ ପକ୍ଷରୁ କୋର୍ଟରେ ଆବେଦନ କରାଯିବା ଭଳି ସଂବେଦନଶୀଳ ପ୍ରସଙ୍ଗ ରହିଛି ।

ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ମଧ୍ୟରେ ସୃଷ୍ଟି ହୋଇଥିବା ମତାନ୍ତରକୁ ନେଇ ଦେଶର ରାଜନୈତିକ ପାରା ବଢ଼ିଚାଲିଛି । ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାର ଏବେ ଏକ ବଡ଼ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଅନ୍ୟ ଦୁଇ ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀ ଆୟୋଗର କେତେକ ନିଷ୍ପତ୍ତି, ବିଶେଷ କରି ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟା ଉପରେ ନିଜର ଲିଖିତ ଅସନ୍ତୋଷ ପ୍ରକାଶ କରିବା ପରେ ଏହି ସ୍ଥିତି ଉପୁଜିଛି ।
ସୌଜନ୍ୟ ସମ୍ବାଦ




