CBSE: ମନଦୀପ ଭଣ୍ଡାରୀ ସିବିଏସ୍ଇର ନୂଆ ଅଧ୍ୟକ୍ଷ ନିଯୁକ୍ତ
କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ବିଭାଗ ଦ୍ବାରା ଜାରି ସରକାରୀ ଅର୍ଡର୍ ଅନୁଯାୟୀ ୨୦୦୧ ବ୍ୟାଚ୍ର ଏଜିଏମ୍ୟୁଟି କ୍ୟାଡର୍ ଆଇଏଏସ୍ ଅଫିସରଙ୍କୁ ଶିକ୍ଷା ମନ୍ତ୍ରାଳୟ ଅଧୀନରେ ସିବିଏସ୍ଇର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ଭଣ୍ଡାରୀ ଜଣେ ମେଡିକାଲ ଗ୍ରାଜୁଏଟ୍ । ତାଙ୍କ କ୍ୟାରିୟର୍ରେ ସେ ଲେହ ଓ ଜମ୍ମୁର ଡେପୁଟି କମିସନର ସମେତ ବିଭିନ୍ନ ପ୍ରଶାସନିକ ପଦବୀରେ ରହିଛନ୍ତି ।

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ( ସିବିଏସ୍ଇ) ଆଜି ଆଇଏଏସ୍ ଅଫିସର ମନଦୀପ କେ ଭଣ୍ଡାରୀଙ୍କୁ ନୂଆ ଅଧ୍ୟକ୍ଷ ନିଯୁକ୍ତ କରିଛି । ଦ୍ବାଦଶ ଶ୍ରେଣୀ ଉତ୍ତର ଖାତା ମୂଲ୍ୟାୟନ ପାଇଁ ସିବିଏସ୍ଇ ଆରମ୍ଭ କରିଥିବା ନୂଆ ଓଏସ୍ଏମ୍ (ଅନ୍ ସ୍କ୍ରିନ୍ ମାର୍କିଂ ସିଷ୍ଟମ୍)କୁ ନେଇ ବିବାଦ ହେବାର ୪ ମାସ ପରେ ସିବିଏସ୍ଇ ଭଣ୍ଡାରୀଙ୍କୁ ଏହାର ନୂଆ ଅଧ୍ୟକ୍ଷ ନିଯୁକ୍ତ କରିଛି ।
କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ବିଭାଗ ଦ୍ବାରା ଜାରି ସରକାରୀ ଅର୍ଡର୍ ଅନୁଯାୟୀ ୨୦୦୧ ବ୍ୟାଚ୍ର ଏଜିଏମ୍ୟୁଟି କ୍ୟାଡର୍ ଆଇଏଏସ୍ ଅଫିସରଙ୍କୁ ଶିକ୍ଷା ମନ୍ତ୍ରାଳୟ ଅଧୀନରେ ସିବିଏସ୍ଇର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ଭଣ୍ଡାରୀ ଜଣେ ମେଡିକାଲ ଗ୍ରାଜୁଏଟ୍ । ତାଙ୍କ କ୍ୟାରିୟର୍ରେ ସେ ଲେହ ଓ ଜମ୍ମୁର ଡେପୁଟି କମିସନର ସମେତ ବିଭିନ୍ନ ପ୍ରଶାସନିକ ପଦବୀରେ ରହିଛନ୍ତି । ସେ ମଧ୍ୟ ଜମ୍ମୁରେ ଡିଭିଜନାଲ କମିସନର ଭାବେ ଦାୟିତ୍ବ ତୁଲାଇଥିଲେ ଏବଂ ଜମ୍ମୁ କାଶ୍ମୀର ପ୍ରଶାସନରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଥିଲେ ।
ସୌଜନ୍ୟ ସମ୍ବାଦ




