ମମତାଙ୍କୁ ଆଉ ଏକ ବଡ଼ ଝଟ୍କା: TMCରୁ ଆଉ ଜଣେ ଏମ୍ପିଙ୍କ ଇସ୍ତଫା; ଜାଣନ୍ତୁ ଏବେ ଦିଦିଙ୍କ ସହ କେତେ ରହିଲେ ଏମ୍ପି-ବିଧାୟକ

କୋଲକାତା,୧୧।୫: ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ (TMC) ମଧ୍ୟରେ ସବୁ କିଛି ଠିକ୍ ଚାଲିନାହିଁ ଏବଂ ଦଳରେ ଦଳବଦଳର ସ୍ଥିତି ସୃଷ୍ଟି ହୋଇଛି। ଦଳର ରାଜ୍ୟ ସଭା ଏମ୍ପି ପ୍ରକାଶ ଚିକ ବାରାଇକ ଆଜି ରାଜ୍ୟ ସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରକାଶ ଚିକ ପୂର୍ବରୁ ଟିଏମସିର ଅନ୍ୟ ଦୁଇଜଣ ପ୍ରଭାବଶାଳୀ ରାଜ୍ୟ ସଭା ଏମ୍ପି- ସୁଖେନ୍ଦୁ ଶେଖର ରୟ ଏବଂ ସୁସ୍ମିତା ଦେବ ମଧ୍ୟ ସଂସଦର ଉଚ୍ଚ ସଦନରୁ ଇସ୍ତଫା ଦେଇସାରିଛନ୍ତି। ଗୋଟିଏ ପରେ ଗୋଟିଏ ଏହି ତିନୋଟି ବଡ଼ ଇସ୍ତଫା ପରେ ରାଜ୍ୟ ସଭାରେ ତୃଣମୂଳ କଂଗ୍ରେସର ଶକ୍ତି ବେଶ ହ୍ରାସ ପାଇଛି। ଆଜି ବାରାଇକଙ୍କ ଇସ୍ତଫା ପରେ ଏବେ ଉଚ୍ଚ ସଦନରେ ଟିଏମସି ଏମ୍ପିଙ୍କ ସଂଖ୍ୟା କମି ମାତ୍ର ୧୦ରେ ପହଞ୍ଚିଛି।
ବଙ୍ଗଳାରେ ସତ୍ତା ପରିବର୍ତ୍ତନ ପରେ ମମତା ବାନାର୍ଜୀଙ୍କ ରାଜନୈତିକ ସଙ୍କଟ ଶେଷ ହେବାର ନାଁ ହିଁ ନେଉନାହିଁ। ଟିଏମସି ବିଧାୟକଙ୍କ ଠାରୁ ଆରମ୍ଭ କରି ସାଂସଦଙ୍କ ପର୍ଯ୍ୟନ୍ତ ଜଣ ଜଣ କରି ସମସ୍ତେ ମମତା ବାନାର୍ଜୀଙ୍କ ସାଥ ଛାଡ଼ି ଚାଲିଯାଉଛନ୍ତି। ଏବେ ପରିସ୍ଥିତି ଏପରି ହୋଇଛି ଯେ ସୟାନୀ ଘୋଷଙ୍କ ଠାରୁ ଆରମ୍ଭ କରି ୟୁସୁଫ ପଠାନ ଏବଂ ଶତ୍ରୁଘ୍ନ ସିହ୍ନାଙ୍କ ଭଳି ବଡ଼ ବଡ଼ ସେଲିବ୍ରିଟି/ତାରକା ମଧ୍ୟ ବିଦ୍ରୋହୀଙ୍କ ତାଲିକାରେ ସାମିଲ ହୋଇଯାଇଛନ୍ତି।

ସୌଜନ୍ୟ ଧରିତ୍ରୀ