ନୂଆଦିଲ୍ଲୀ ୨୮।୦୫; ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ରାଶି ପରିବର୍ତ୍ତନକୁ ଅତ୍ୟନ୍ତ ଗୁରୁତ୍ୱ ସମୟ କୁହାଯାଏ । ଖାସ୍ କରି ବୁଦ୍ଧି, ତର୍କ, ବ୍ୟାପାର, ସମ୍ବାଦ ଏବଂ ଅର୍ଥବ୍ୟବସ୍ଥାର କାରକ ଗ୍ରହ ‘ବୁଧ’ ଯେତେବେଳେ ନିଜର ଗତି ବଦଳାନ୍ତି ସେତେବେଳେ ମାନବ ଜୀବନ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିଥାଏ । ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ଆସନ୍ତା ୨୯ ଜୁନ୍ ଦିନ ବୁଧ ଦେବ ନିଜର ସ୍ୱରାଶି ‘ମିଥୁନ’କୁ ପ୍ରବେଶ କରିବାକୁ ଯାଉଛନ୍ତି । ଏହି ଗୋଚର ଫଳରେ ଅନେକ ଶୁଭ ସଂଯୋଗ ସୃଷ୍ଟି ହେଉଥିବା ବେଳେ ଗ୍ରହମାନଙ୍କର ସ୍ଥିତି ଯୋଗୁଁ ୪ଟି ରାଶି ପାଇଁ ଆଗାମୀ ସମୟ ବେଶ୍ ଚ୍ୟାଲେଞ୍ଜିଂ ହେବାକୁ ଯାଉଛି । କ୍ୟାରିୟର, ବାଣୀ ଏବଂ ଆର୍ଥିକ କାରବାର ମାମଲାରେ ଏହି ରାଶିର ବ୍ୟକ୍ତିମାନଙ୍କୁ ଅତି ସତର୍କ ରହିବାକୁ ପଡ଼ିବ । ତେବେ ଆସନ୍ତୁ ଜାଣିବା କେଉଁ ୪ ରାଶି ଉପରେ ଏହି ସମୟ ଅଧିକ ଗୁରୁତ୍ବପୂର୍ଣ୍ଣ ରହିବ ।
ବୃଷ : ବୁଧଙ୍କ ଏହି ଗୋଚର ଆପଣଙ୍କ ପାରିବାରିକ ଏବଂ ଆର୍ଥିକ ସ୍ଥିତିରେ ସମସ୍ୟା ଆଣିପାରେ। ନିଜର କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ୍ କାର୍ଯ୍ୟକ୍ଷେତ୍ର ବା ପରିବାରରେ ବିବାଦ ସୃଷ୍ଟି ହୋଇପାରେ। ଏହି ସମୟରେ କୌଣସି ବଡ଼ ନିବେଶ କିମ୍ବା ଲଟେରୀ, ଜୁଆଖେଳରୁ ଦୂରେଇ ରୁହନ୍ତୁ ନହେଲେ ବଡ଼ ଆର୍ଥିକ କ୍ଷତି ସହିବାକୁ ପଡ଼ିପାରେ।
କନ୍ୟା : କନ୍ୟା ରାଶିର ସ୍ୱାମୀ ହେଉଛନ୍ତି ସ୍ୱୟଂ ବୁଧ ଦେବ । ତେଣୁ ବୁଧଙ୍କ ଚଳନ ଆପଣଙ୍କ କାର୍ଯ୍ୟଶୈଳୀକୁ ପ୍ରଭାବିତ କରିବ। ଅଫିସରେ ଉପରିସ୍ଥ କର୍ମଚାରୀ କିମ୍ବା ସହକର୍ମୀଙ୍କ ସହ ତାଳମେଳ ବିଗିଡ଼ିପାରେ। କାମର ଚାପ ଯୋଗୁଁ ମାନସିକ ଚିନ୍ତା ବଢ଼ିବ। ସଠିକ୍ ଓ ଭୁଲ୍ ମଧ୍ୟରେ ପାର୍ଥକ୍ୟ ବାଛିବା କଷ୍ଟକର ହେବ। ବ୍ୟବସାୟ କ୍ଷେତ୍ରରେ ବଡ଼ ନିଷ୍ପତ୍ତିକୁ ଏବେ ସ୍ଥଗିତ ରଖନ୍ତୁ।
ବିଛା : ଏହି ସମୟଟି ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ସମ୍ପର୍କ ପାଇଁ ଟିକେ ଖରାପ ରହିବ। ଚର୍ମ ରୋଗ, ଆଲର୍ଜି କିମ୍ବା ଅତ୍ୟଧିକ ମାନସିକ ଚାପ ଆପଣଙ୍କୁ ହଇରାଣ କରିପାରେ। ଖାଦ୍ୟପେୟ ପ୍ରତି ସଚେତନ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ କିଛି ଲୋକ ଆପଣଙ୍କୁ ବଦନାମ କରିବାକୁ ଚେଷ୍ଟା କରିବେ। ନିଜର ଗୁପ୍ତ ଯୋଜନା କାହାକୁ କୁହନ୍ତୁ ନାହିଁ।
ମୀନ : ମୀନ ରାଶିର ବ୍ୟକ୍ତିବିଶେଷଙ୍କ ପାରିବାରିକ ମାମଲା ଏବଂ ଗାଡ଼ି ଚଲାଇବା ସମୟରେ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ହେବ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିପାରେ ଏବଂ ପରିବାରରେ ବିଚାରର ମତଭେଦ ଦେଖାଦେଇପାରେ । ଯାନବାହନ ସାବଧାନତାର ସହ ଚଲାନ୍ତୁ । ଜମିବାଡ଼ି କାଗଜପତ୍ର କାମରେ ତରବର କଲେ ପ୍ରତାରଣାର ଶିକାର ହୋଇପାରନ୍ତି।
ଯଦି ଆପଣଙ୍କ ରାଶି ଏହି ତାଲିକାରେ ଅଛି ତେବେ ବୁଧ ଦେବଙ୍କୁ ପ୍ରସନ୍ନ କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ କିଛି ସହଜ ଉପାୟ କୁହାଯାଇଛି । ଯେମିତିକି ପ୍ରତ୍ୟେକ ବୁଧବାର ଦିନ ଭଗବାନ ଗଣେଶଙ୍କୁ ଦୁବଘାସ ଏବଂ ଲଡୁ ଅର୍ପଣ କରନ୍ତୁ। ବୁଧବାର ଦିନ ଗୋମାତାଙ୍କୁ ଘାସ କିମ୍ବା ସବୁଜ ପନିପରିବା ଖାଇବାକୁ ଦିଅନ୍ତୁ । ନିୟମିତ ଭାବେ “ଓଁ ବୁଂ ବୁଧାୟ ନମଃ” ମନ୍ତ୍ର ଜପ କରନ୍ତୁ ।
ସୌଜନ୍ୟ Prameya News7

