ମିସ୍ ୟୁନିଭର୍ସ ଓଡ଼ିଶା ଟାଇଟଲ୍ ଜିତିଲେ ପୁନମ୍; ଭାରତକୁ କରିବେ ପ୍ରତିନିଧିତ୍ୱ
ମିସ୍ ୟୁନିଭର୍ସ ଓଡ଼ିଶା ଟାଇଟଲ୍ ହାତେଇଲେ ଓଡ଼ିଆ ଝିଅ ପୁନମ ମହାରଣା । ଏବେ ଲକ୍ଷ୍ୟରେ ମିସ୍ ୟୁନିଭର୍ସ ଇଣ୍ଡିଆ । ଇତିହାସ ରଚିଲେ ୨୨ ବର୍ଷୀୟ ଗଞ୍ଜାମ ଝିଅ ପୁନମ । ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ପିିନ୍ଧିଛନ୍ତି ମିସ୍ ୟୁନିଭର୍ସ ଓଡ଼ିଶା ୨୦୨୬ ବିଜୟୀ ମୁକୁଟ ।

ମୁମ୍ବାଇ,୨୭|୦୬: ମିସ୍ ୟୁନିଭର୍ସ ଓଡ଼ିଶା ଟାଇଟଲ୍ ହାତେଇଲେ ଓଡ଼ିଆ ଝିଅ ପୁନମ ମହାରଣା । ଏବେ ଲକ୍ଷ୍ୟରେ ମିସ୍ ୟୁନିଭର୍ସ ଇଣ୍ଡିଆ । ଇତିହାସ ରଚିଲେ ୨୨ ବର୍ଷୀୟ ଗଞ୍ଜାମ ଝିଅ ପୁନମ । ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସ୍ ୟୁନିଭର୍ସ ଓଡ଼ିଶା ୨୦୨୬ ବିଜୟୀ ମୁକୁଟ ପିିନ୍ଧି ସାଜିଛନ୍ତି ବିଶ୍ୱ ସୁନ୍ଦରୀ । ଏଥିସହ ସେ ଆଗାମୀ ଦିନରେ ଆୟୋଜିତ ହେବାକୁ ରହିଥିବା ‘Miss Universe India Finals’ ପ୍ରତିଯୋଗିତା ପାଇଁ ଓଡିଶାରୁ ଚୟନ ହୋଇଛନ୍ତି । ନିଜ ସଂଘର୍ଷର ଯାତ୍ରା ନେଇ କରିଛନ୍ତି ଖୁଲାସା।
ପୁନମ ମହାରଣା ବ୍ରହ୍ମପୁରର ଝିଅ । ବାପା ବିଭୁଦେନ୍ଦ୍ର ମହାରଣା ଏବଂ ମାଆ ସଙ୍ଗୀତା ମହାରଣାଙ୍କ ସେ ଏକମାତ୍ର କନ୍ୟା । ତାଙ୍କ ଶିକ୍ଷାଗତ ଯୋଗ୍ୟତା ବିଟେକ କମ୍ପ୍ୟୁଟର ସାଇନ୍ସ । ଶିକ୍ଷା ଶେଷ କରିବା ପରେ ପୁନେ ଠାରେ ନିଯୁକ୍ତି ପାଇ କାର୍ଯ୍ୟ କରୁଛନ୍ତି ପୁନମ୍ । ମିସ୍ ୟୁନିଭସ୍ ଓଡ଼ିଶା ତାଜ୍ ପିନ୍ଧିବା ପରେ ଏବେ ସେ ଜାତୀୟ ସ୍ତରରେ ଭାଗ ନେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ସଫଳତା ହାସଲ କରି ନିଜ ପରିବାର ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ତେବେ ଏହି ସଫଳତା, କ୍ୟାରିଅର ଓ ତାଙ୍କ ଯାତ୍ରାକୁ ନେଇ ପୁନମ୍ ଏକ ଆଲୋଚନାରେ କହିଛନ୍ତି : ମୁଁ ବହୁତ ଖୁସି ଅଛି ଏଭଳି ପ୍ଲାଟଫର୍ମ ମିଳିଛି । ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ନେଇ ମୁଁ ଗର୍ବିତ । ନିଜ ପରିବାରର ବାପା ଓ ମାଆ ସହ ପରିବାର ବର୍ଗଙ୍କ ସମର୍ଥନ ମିଳିପାରିଥିବା ଯୋଗୁଁ ମୁଁ ଏଠାରେ ପହଞ୍ଚିପାରିଛି । ଏଥିପାଇଁ ମୁଁ ବହୁତ ଚିରଉପକୃତ । ମୁଁ ଏବେ ଜାତୀୟ ସ୍ତରୀୟ ମଞ୍ଚ ପାଇଁ ନିଜର ଅଭ୍ୟାସ ଜାରି ରଖିଛି । ତାଙ୍କୁ ଯେତେବେଳେ ତାଙ୍କ ଚୟନ ପ୍ରକ୍ରିୟା ବିଷୟରେ ପଚାର ଯାଇଥିଲା ସେବେ ସେ କହିଥିଲେ ଯେ , ଅଡିସନ୍ ବେଳେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ରହିଥିବା ବେଳେ ପ୍ରତ୍ୟେକ ପ୍ରତିଯୋଗୀ ଜଣେ ଠାରୁ ଜଣେ ବଳିକି ଥିଲେ । ଜାତୀୟ ସ୍ତରରେ ଆୟୋଜିତ ହେବାକୁ ରହିଥିବା ପ୍ରତିଯୋଗିତାରେ ସମସ୍ତ ରାଜ୍ୟର ପ୍ରତିଯୋଗୀ ମାନେ ନିଜ ନିଜର ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରିବେ । ଏପରିକି ଆମେ ୫୦ ଜଣ ପ୍ରତିଯୋଗୀ ରହିଥିବୁ ଯେଉଁମାନେ ମଞ୍ଚରେ ପରିବେଷଣ କରି ଜଣେ ଅନ୍ୟ ଜଣଙ୍କୁ ପ୍ରତିଦ୍ୱନ୍ଦ୍ୱି କରିବୁ ।
ପରିବାରର କିପରି ରହିଥିଲା ସହଯୋଗ ?
ପୁନମ ପିଲାଟି ଦିନରୁ ସବୁବେଳେ ସବୁରେ ଅଲରାଉଣ୍ଡର ଥିଲେ । ଏହି କ୍ଷେତ୍ରରେ ତାଙ୍କ ବାପା ଓ ମାଆ ସବୁବେଳେ ସହଯୋଗ କରିଛନ୍ତି । ପରିବାରରେ ଗୋଟିଏ ଲକ୍ଷ୍ୟ ରହିଥିଲା ଯେଉଁ ବିଷୟ ହେଉ ନାଁ କାହିଁକି ତାହାକୁ ଏପରି ମନ ଧ୍ୟାନ ଦେଇ କରିବ ଯାହା ତୁମର ଇଚ୍ଛା ହେଉ ବା ଲକ୍ଷ୍ୟ ହେଉ । ଏଣୁ ଏହି କ୍ଷେତ୍ରରେ ସେ ସଫଳତାର ଶ୍ରେୟ ତାଙ୍କ ବାପା ଓ ମାଆଙ୍କୁ ପ୍ରଦାନ କରିଛନ୍ତି । ପିଲାଦିନରେ ପୁନମ ବହୁତ କ୍ଷେତ୍ରରେ ଆଗ୍ରହୀ ରହୁଥିବା ବେଳେ ନୃତ୍ୟ କରିବା ଠାରୁ ପାଠ ପଢିବା କ୍ଷେତ୍ରରେ ଅନେକ ଗୁରୁତ୍ୱ ଦେଉଥିଲେ । ଏହି ସମୟରେ ଯେଉଁ କ୍ଷେତ୍ରରେ ସୁଯୋଗ ମିଳୁଥିଲା ନିଜକୁ ଏଭଳି ଏକ ବିଦ୍ୟାର୍ଥୀ ଭାବରେ ନିଜକୁ ପ୍ରତିଷ୍ଠିତ କରୁଥିଲେ ଯାହାକି ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ଅଲରାଉଣ୍ଡର ଭାବରେ ପ୍ରତିପାଦନ କରୁଥିଲେ । କିନ୍ତୁ ମିସ୍ ୟୁନିଭର୍ସ ତାଙ୍କ ପାଇଁ ଏକ ସ୍ୱପ୍ନ ଥିଲା ଯାହାକୁ ସେ ଆଜି ସାକାର କରିପାରିଛନ୍ତି । ବର୍ତ୍ତମାନ ତାଙ୍କ ଆଗାମୀ ସ୍ୱପ୍ନ ପାଲଟିଛି ଦେଶକୁ ବିଶ୍ୱ ସ୍ତରରେ ଇତିହାସ ରଚିବା ଯାହାକୁ ସେ ପୁରା କରିବା ଲକ୍ଷ୍ୟରେ ଉଦ୍ୟମ ଜାରି ରଖିଛନ୍ତି ।
ସୌଜନ୍ୟ Prameya News7




