ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର- ୨୦୨୫ ପାଇଁ ଦରଖାସ୍ତ ଆହ୍ୱାନ,ଅକ୍ଟୋବର ୩୧ ଯାଏ ଚାଲିବ ଆବେଦନ

ଭୁବନେଶ୍ୱର,୦୨/୧୦: ୩୭ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୫ ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି । ଆଗ୍ରହୀ ପ୍ରଯୋଜକମାନେ ଆସନ୍ତା ୩୧ ଅକ୍ଟୋବର, ୨୦୨୬ (୩୧.୧୦.୨୦୨୬) ରିଖ ସୁଦ୍ଧା ଆବେଦନ ପତ୍ର ସହ ଆବଶ୍ୟକ କାଗଜପତ୍ର ଓ ଚଳଚ୍ଚିତ୍ରର ସଫ୍ଟ କପି (ପେନ୍ ଡ୍ରାଇଭ)କୁ ରେଜିଷ୍ଟର୍ଡ ପୋଷ୍ଟ / ସ୍ପିଡ୍ ପୋଷ୍ଟ /ପାର୍ସଲ୍ ମାଧ୍ୟମରେ ବିଭାଗ ନିକଟରେ ଦାଖଲ କରିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ଓଡ଼ିଆ ଚଳଚ୍ଚିତ୍ର ଉପରେ ଲିଖିତ ଶ୍ରେଷ୍ଠ ଲେଖା (ପୁସ୍ତକ/ମନୋଗ୍ରାଫ୍) ପାଇଁ ପୁରସ୍କାର ନିମନ୍ତେ ଆଗ୍ରହୀ ଲେଖକମାନେ ନିର୍ଦ୍ଧାରିତ ଆବେଦନ ଫର୍ମରେ ଆବେଦନ କରିବା ସହିତ ଉକ୍ତ (ପୁସ୍ତକ/ମନୋଗ୍ରାଫ୍)ର ୧୦ ଖଣ୍ଡ ନକଲ ୩୧.୧୦.୨୦୨୬ ରିଖ ସୁଦ୍ଧା ରେଜିଷ୍ଟର୍ଡ ପୋଷ୍ଟ / ସ୍ପିଡ୍ ପୋଷ୍ଟ /ପାର୍ସଲ୍ ମାଧ୍ୟମରେ ବିଭାଗ ନିକଟରେ ଦାଖଲ କରିପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ସୌଜନ୍ୟ ପ୍ରମେୟ




