ଅହମଦାବାଦ: ସ୍ଥାନୀୟ ଏକା ଏରିନାରେ ପ୍ରଥମ ସଂସ୍କରଣ ବିଶ୍ବ ଯୋଗାସନ ପ୍ରତିଯୋଗିତା ଶୁକ୍ରବାର ଉଦ୍ଘାଟିତ ହୋଇଛି। ଆୟୋଜକ ଭାରତ ମଧ୍ୟ ଚମତ୍କାର ପ୍ରଦର୍ଶନରୁ ଅଭିଯାନ ଆରମ୍ଭ କରିଛି। ଦୁଇ ବେଙ୍ଗଲ ଖେଳାଳି ରିତୁ ମଣ୍ଡଳ ଓ ଅଭୟ ବର୍ମନ ଭାରତକୁ ପ୍ରଥମ ଦୁଇ ସ୍ବର୍ଣ୍ଣ ପଦକ ଅର୍ପଣ କରିଛନ୍ତି। ସିଙ୍ଗାପୁରର ନାଥାନିଲ୍ ଟାନ୍ ଅନ୍ୟ ସ୍ବର୍ଣ୍ଣ ପଦକ ଜିତିନେବାରୁ ଭାରତ କ୍ଲିନ୍ ସୁଇପ୍ରୁ ବଞ୍ଚିତ ହୋଇଛି। ଉଭୟ ଅଭୟ ବର୍ମନ ଏବଂ ରିତୁ ମଣ୍ଡଳ ଯଥାକ୍ରମେ ପୁରୁଷ ଓ ମହିଳା ବରିଷ୍ଠ ବର୍ଗର ପାରମ୍ପରିକ ଶ୍ରେଣୀରେ ଏହି ସ୍ବର୍ଣ୍ଣ ପଦକ ଜିତିଥିଲେ। ବର୍ମନ ୬୩.୪୨ ପଏଣ୍ଟ୍ ଅର୍ଜନ କରି ଇଣ୍ଡୋନେସିଆର ଆର୍କନ୍ ରିୟାଣ୍ଟୋ (୫୭.୨୩)ଙ୍କୁ ପଛରେ ପକାଇଥିଲେ।
ବୋଲି ସେ ପ୍ରକାଶ କରିଥିଲେ। ସେହିଭଳି ରିତୁ (୬୪.୩୩) ନିଜ ପ୍ରତିଦ୍ବନ୍ଦ୍ବୀ କାଜାଖ୍ସ୍ତାନର ଆଇଜାନ୍ କୁଆଁନିସ୍ବାୟେଭା (୫୮.୯୭)ଙ୍କୁ ପଛରେ ପକାଇଥିଲେ। ପ୍ରତି ଯୋଗାସନ ଆଥଲେଟ୍ଙ୍କ ପାଇଁ ଏହି ପ୍ରତିଯୋଗିତା ଯୁଗାନ୍ତକାରୀ ମୁହୂର୍ତ ଆଣିଛି ବୋଲି ଋତୁ ପ୍ରକାଶ କରିଥିଲେ। ୧୨ ବର୍ଷ ବୟସରେ ଯୋଗାସନ ତାଲିମ ଆରମ୍ଭ କରି ରିତୁ ୮ ବର୍ଷର କଠିନ ପରିଶ୍ରମ ପରେ ବିଶ୍ବସ୍ତରୀୟ ସଫଳତା
ଅର୍ଜନ କରିଥିବାରୁ ତାଙ୍କ ଯାତ୍ରାରେ ସହଯୋଗ କରିଥିବା ପ୍ରତି ପ୍ରଶିକ୍ଷକ ଓ ପରିବାର ବର୍ଗଙ୍କୁ କୃତଜ୍ଞତା ଜଣାଇଛନ୍ତି। କେବଳ ସେତିକି ନୁହେଁ ସିନିୟର-ଏ ମହିଳାରେ ରିତୁ ଠାକୁର, ସିନିୟର-ବି ପୁରୁଷରେ ରୋଶନ ଥାପ୍ପା ମଧ୍ୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଟ୍ବିଷ୍ଟିଙ୍ଗ୍ ବଡି ଇଣ୍ଡିଭିଜୁଆଲର ସିନିୟର-ବି ମହିଳାରେ ଜ୍ୟୋତି ଦିଉକର ମଧ୍ୟ ଭାରତ ପାଇଁ ପଞ୍ଚମ ସ୍ବର୍ଣ୍ଣ ପଦକ ଜିତିତିଲେ।