ରାଜ୍ୟ

ଶାସ୍ତ୍ରୀୟ ସଂଗୀତ ଶୁଣିବେ ଓରାଙ୍ଗଉଟାନ

ଭୁବନେଶ୍ୱର/ନନ୍ଦନକାନନ: ନନ୍ଦନକାନନ ପ୍ରାଣୀଉଦ୍ୟାନର ସଂଗରୋଧ ଗୃହରେ ଥିବା ଓରାଙ୍ଗଉଟାନଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ମା’ର ସନ୍ଧାନ ମିଳୁ ନଥିବାରୁ ସେମାନଙ୍କ ମାନସିକ ସ୍ଥିତି ଭଲ ନାହିଁ। ଏଥିରେ ସୁଧାର ଆଣିବାକୁ ସେମାନଙ୍କୁ ମ୍ୟୁଜିକ୍‌ ଥେରାପି ଦିଆଯିବ। ଶାସ୍ତ୍ରୀୟ ସଙ୍ଗୀତ ଦ୍ବାରା ଚାପମୁକ୍ତ କରି ସ୍ବାଭାବିକ ପ୍ରକ୍ରିୟାକୁ ଫେରାଇ ଆଣିବାକୁ ଉଦ୍ୟମ କରାଯିବ। ସେମାନେ ଏବେ ଦୋଳିରେ ଝୁଲୁଛନ୍ତି ଓ କଣ୍ଢେଇ ସହ ଖେଳୁଛନ୍ତି। ଜ୍ୱର କମିଥିଲେ ବି ସକ୍ରିୟ ହେଉନାହାନ୍ତି। ୨ ଦିନ ଭିତରେ ଦେଶରେ ଥିବା ଅନ୍ୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ସହ ଆଭାସୀ ଜରିଆରେ ଆଲୋଚନା କରି ମତାମତ ନିଆଯିବ। ୧୦ଦିନ ପରେ ଡିଏନ୍‌ଏ ପାଇଁ ରକ୍ତ ନମୁନା ସଂଗ୍ରହ କରାଯିବ ବୋଲି
ନନ୍ଦନକାନନ ଉପ-ନିର୍ଦେଶକ ପ୍ରଦୀପ ମିରାସେ ଦେବୀଦାସ କହିଛନ୍ତି।
ଓୟୁଏଟିର ପ୍ରାଣୀ ଚିକିତ୍ସା ବିଶେଷଜ୍ଞଙ୍କୁ ନେଇ ଗଠିତ ସ୍ୱାସ୍ଥ୍ୟ କମିଟି ଟିମ୍ ଗତକାଲି ଓରାଙ୍ଗଉଟାନ ଛୁଆଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ପରାମର୍ଶ ଅନୁଯାୟୀ, ଏହି ପ୍ରାଣୀମାନଙ୍କୁ ନୂତନ ପରିବେଶ, ଯତ୍ନ ନେଉଥିବା ବ୍ୟକ୍ତି (କେୟାରଟେକର) ଏବଂ ଖାଦ୍ୟ ସହିତ ଖାପ ଖୁଆଇବା ପାଇଁ ୧୦ ଦିନ ପର୍ଯ୍ୟନ୍ତ ସ୍ଥିର ରଖିବା ପ୍ରସଙ୍ଗ ଆବଶ୍ୟକ। ତା’ ପରେ ସିଡବ୍ଲ୍ୟୁଏଚ୍‌ରେ ସ୍କ୍ରିନିଂ ପାଇଁ ରକ୍ତ ଏବଂ ପାଟିର ସ୍ୱାବ୍ ସମେତ ଜୈବିକ ନମୁନା ସଂଗ୍ରହ କରାଯିବ। ଛୋଟ ଓରାଙ୍ଗଉଟାନମାନଙ୍କୁ ସକାଳର ସୂର୍ଯ୍ୟକିରଣ ଦେଖାଯିବ ଏବଂ ସେମାନଙ୍କୁ ଚାପମୁକ୍ତ ରଖାଯିବା ପାଇଁ କମିଟି ପରାମର୍ଶ ଦେଇଛନ୍ତି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button