ରାଜ୍ୟ

ସମ୍ୱଲପୁର ବିଶ୍ୱବିଦ୍ୟାଳୟର ଅଧ୍ୟୟନ: ବିଲୁପ୍ତପ୍ରାୟ ଆଦିବାସୀଙ୍କ ଔଷଧୀୟ ତେଲ, ନୂଆ ପିଢ଼ିର ଅନାଗ୍ରହରୁ ଲୋପ ପାଇବା ଆଶଙ୍କା

ବୁର୍ଲା ୦୭/୦୯ (ଜ୍ୟୋତିପ୍ରକାଶ ପାଣିଗ୍ରାହୀ): ପଶ୍ଚିମ ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ପିଢ଼ି ପରେ ପିଢ଼ି ଚାଲିଆସୁଥିବା ପାରମ୍ପରିକ ଔଷଧୀୟ ଜ୍ଞାନ ଏବେ ବିଲୁପ୍ତିର ଦ୍ୱାରଦେଶରେ । ବିଶେଷକରି ବିଭିନ୍ନ ଗଛଲତା, ପଶୁ ଓ ସରୀସୃପରୁ ପ୍ରସ୍ତୁତ ହେଉଥିବା ଔଷଧୀୟ ତେଲର ବ୍ୟବହାର ଧୀରେଧୀରେ ହ୍ରାସ ପାଉଥିବା ବେଳେ କେତେକ ତେଲ ପ୍ରସ୍ତୁତି ପାଇଁ ଆବଶ୍ୟକ କଞ୍ଚାମାଲ ଅଭାବ ଯୋଗୁଁ ସମ୍ପୂର୍ଣ୍ଣ ଲୋପ ପାଇବା ଆଶଙ୍କା ଦେଖାଦେଇଛି ।

ସମ୍ୱଲପୁର ବିଶ୍ୱବିଦ୍ୟାଳୟର ଆଞ୍ଚଳିକ ବିକାଶ ଓ ଆଦିବାସୀ ଅଧ୍ୟୟନ ଗବେଷଣା ଉତ୍କର୍ଷ କେନ୍ଦ୍ର ନିର୍ଦ୍ଦେଶକ ପ୍ରଫେସର ଅରୁଣ କୁମାର ଆଚାର୍ଯ୍ୟଙ୍କ ନେତୃତ୍ୱରେ ପଶ୍ଚିମ ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟର ପାରମ୍ପରିକ ଔଷଧୀୟ ତେଲ ସମ୍ପର୍କରେ ଦୀର୍ଘଦିନ ଧରି ଦସ୍ତାବିଜୀକରଣ କରାଯାଉଛି । ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାର ପାଉଡ଼ି ଭୂୟାଁ, ମୁଣ୍ଡା ଓ କିଷାନ ସମ୍ପ୍ରଦାୟ ମଧ୍ୟରେ ଏନେଇ ଅଧ୍ୟୟନ କରାଯାଇଛି ।

ଗବେଷଣାରୁ ଜଣାପଡ଼ିଛି ଯେ ଏହି ଆଦିବାସୀ ସମ୍ପ୍ରଦାୟ ବିଭିନ୍ନ ରୋଗର ଚିକିତ୍ସା ପାଇଁ ଏବେ ବି ପାରମ୍ପରିକ ଚିକିତ୍ସା ଉପରେ ନିର୍ଭରଶୀଳ । ଗବେଷଣା କେନ୍ଦ୍ର ପକ୍ଷରୁ ଉଦ୍ଭିଦ, ପଶୁ ଓ ସରୀସୃପ ଆଧାରିତ ପ୍ରାୟ ୨୦ ପ୍ରକାର ଔଷଧୀୟ ତେଲ ସମ୍ପର୍କରେ ଦସ୍ତାବିଜୀକରଣ କରାଯାଇଛି । ସ୍ଥାନୀୟ ବୈଦ୍ୟ ଓ ଚିକିତ୍ସକମାନେ ଏହି ତେଲକୁ ବିଭିନ୍ନ ରୋଗର ଚିକିତ୍ସାରେ ବ୍ୟବହାର କରିଥାନ୍ତି । ଉଦ୍ଭିଦ ଆଧାରିତ ତେଲ ମଧ୍ୟରେ ଭାଲିଆ ତେଲ, ପିଙ୍ଗ ତେଲ, ଜଟାଙ୍ଗୀ ତେଲ, ଟୋଲ ତେଲ, ଜଡ଼ା ତେଲ, କୁସୁମ ତେଲ, କରଞ୍ଜ ତେଲ, ନିମ୍ୱ ତେଲ ଓ ଜଙ୍ଗଲୀ ସୋରିଷ ତେଲ ରହିଛି । ସେହିପରି ପଶୁ ଓ ସରୀସୃପ ଆଧାରିତ ତେଲ ମଧ୍ୟରେ ରଣା ସାପ ତେଲ, ଘୁସୁରୀ ତେଲ, ଭାଲୁ ତେଲ, ଜଙ୍ଗଲୀ କୁକୁଡ଼ା ତେଲ, ଝିଙ୍କ ତେଲ ଓ ଛେଳି ତେଲ ଆଦି ରହିଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button