ଜିଲ୍ଲା

ହୋଟେଲ ଉଦଘାଟନର କିଛି ସମୟ ପୂର୍ବରୁ ଚାଲିଗଲା ବ୍ୟବସାୟୀଙ୍କ ଜୀବନ: ଖେଳିଗଲା ଶୋକର ଛାୟା

ଭଞ୍ଜନଗର,୧୯।୮(ବାବୁଲା ପ୍ରଧାନ): ଭଞ୍ଜନଗର ବାଗଦେବୀ ରୋଡରେ ରହୁଥିବା ବିଶ୍ୱଜିତ୍‌ ପାତ୍ର (୨୫) ବୁଧବାର ସକାଳେ ବିଦ୍ୟୁତ ବୋର୍ଡରେ ପ୍ଲଗ ଲଗାଉଥିବା ସମୟରେ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ବିଶ୍ୱଜିତ୍‌ କୁଲାଡର ଜଣାଶୁଣା ରୋଷେୟା ଟୁନା ପାତ୍ରଙ୍କ ପୁଅ ଅଟନ୍ତି। ବିଶ୍ୱଜିତ୍‌ଙ୍କ ବିୟୋଗର ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇ ଦେଇଛି।

ମୃତ ବିଶ୍ୱଜିତ ଡିପ୍ଲୋମା କରି ବିଶାଖାପାଟଣାରେ ଚାକିରି କରୁଥିଲେ। କିଛିଦିନ ପୂର୍ବେ ଗ୍ରାମକୁ ଆସିଥିଲେ। ଆଜି ତାଙ୍କର ଏକ ହୋଟେଲ ଉଦଘାଟନ ଥିଲା। ଏହି ସମୟରେ ବିଦ୍ୟୁତ ଆଘାତରେ ବିଶ୍ୱଜିତଙ୍କ ଜୀବନ ଚାଲିଗଲା।

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button