ରାଜ୍ୟ

43rd Odisha State Road Cycling Championship ରାଜ୍ୟ ରୋଡ୍‌ ସାଇକ୍ଲିଂ ପ୍ରତିଯୋଗିତା ଶେଷ: ମହିଳା ଏଲିଟ୍‌ରେ ମନୀଷା ଓ ପୁରୁଷରେ ପ୍ରୀୟଭାସଙ୍କୁ ସ୍ବର୍ଣ୍ଣ

ରାଉରକେଲାରେ ଅନୁଷ୍ଠିତ ୪୩ତମ ଓଡ଼ିଶା ରାଜ୍ୟ ରୋଡ୍‌ ସାଇକ୍ଲିଂ ପ୍ରତିଯୋଗିତା ଶେଷ ହୋଇଛି। ମହିଳା ଏଲିଟ୍‌ରେ ମନୀଷା ସାହୁ ଓ ପୁରୁଷ ଏଲିଟ୍‌ରେ ପ୍ରୀୟଭାସ ମହାଲିକ ସ୍ୱର୍ଣ୍ଣପଦକ ଜିତିଥିବାବେଳେ ବିଭିନ୍ନ ବର୍ଗରେ ଅନ୍ୟ ପ୍ରତିଯୋଗୀମାନେ ପଦକ ହାସଲ କରିଛନ୍ତି।

ରାଉରକେଲା: ରାଉରକେଲା ଚାଲିଥିବା ୪୩ତମ ରାଜ୍ୟ ରୋଡ୍‌ ସାଇକ୍ଲିଂ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ସୋମବାର ମହିଳା ଓ ପୁରୁଷ ଏଲିଟ୍‌ ବର୍ଗର ମାସ୍‌ ଷ୍ଟାର୍ଟ୍‌ ଏବଂ ଇଣ୍ଡିଆନ୍‌ ସାଇକଲ ମହିଳା ରୋଡ୍‌ ମାସ୍‌ ଷ୍ଟାର୍ଟ୍‌ରେ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ମହିଳା ଏଲିଟ୍‌ ବର୍ଗରେ ମନୀଷା ସାହୁ (ଭଦ୍ରକ) ସ୍ବର୍ଣ୍ଣପଦକ ଲାଭ କରିଥିବାବେଳେ ଉର୍ମିଳା ବେହେରା (ଭଦ୍ରକ) ରୌପ୍ୟ ଓ ବନୀତା କିଶାନ (କିଟ୍‌ ଓ କିସ୍‌) କାଂସ୍ୟ ପଦକ ପାଇଥିଲେ। ସେହିଭଳି ପୁରୁଷ ଏଲିଟ୍‌ ବର୍ଗରେ ପ୍ରୀୟଭାସ ମହାଲିକ (ଭୁବନେଶ୍ବର) ସ୍ବର୍ଣ୍ଣ ପଦକ, ସୁବେଶ ହାଁସଦା (କିଟ୍‌ ଓ କିସ୍‌) ରୌପ୍ୟ ପଦକ ଓ ସାଗର ସାନ୍ତି (କଟକ) କାଂସ୍ୟ ପଦକ ପାଇଛନ୍ତି। ଇଣ୍ଡିଆନ୍‌ ସାଇକଲ ମହିଳା ରୋଡ୍‌ ମାସ୍‌ ଷ୍ଟାର୍ଟ୍‌ରେ ପୂଜା ଓରାମ ସ୍ବର୍ଣ୍ଣ ପଦକ, ସ୍ନେହା ଖାଡ଼ିଆ ରୌପ୍ୟ ଓ ପ୍ରିୟଙ୍କା କେର୍କେଟା କାଂସ୍ୟ ପଦକ ଜିତିଛନ୍ତି।

ଏତଦ୍‌ବ୍ୟତୀତ ଆଜି କନିଷ୍ଠ ବାଳିକା ଅସ୍ମିତା ରୋଡ୍‌ ରେସ୍‌ ମାସ୍‌ ଷ୍ଟାର୍ଟ୍‌ ଆୟୋଜିତ ହୋଇଥିଲା। ଏଥିରେ ସ୍ନେହା ଦାସ (ଭଦ୍ରକ) ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ସୁନ୍ଦରଗଡ଼ର ବର୍ଷା ବାନାର୍ଜୀ ରୌପ୍ୟ ଓ ସିୱାନୀ କୁମାରୀ ଶାହ କାଂସ୍ୟ ପଦକ ପାଇଛନ୍ତି। ପୁରସ୍କାର ବିତରଣୀ ଉତ୍ସବରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍‌ର ସଭାପତି ମୀନତି ମହାପାତ୍ର ଯୋଗଦେଇଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button