ରାଜ୍ୟ

Karam festival: କୁଡୁମି ସମାଜର କରମ ପରବ ଉପଲକ୍ଷେ ଝୁମର ଆସର

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର କଲେଜ ସମ୍ମୁଖରେ ଥିବା କୁଡୁମି ସାମାଜିକ, ଶିକ୍ଷା ଓ ସାଂସ୍କୃତିକ କରମ ଆଖଡ଼ାଠାରେ କୁଡୁମି ସମାଜ, ରାଇରଙ୍ଗପୁର ଆନୁକୂଲ୍ୟରେ ହେଉଥିବା କରମ ମହୋତ୍ସବର ପଞ୍ଚମ ଦିନରେ ଏକ କୁଡୁମାଲି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର କଲେଜ ସମ୍ମୁଖରେ ଥିବା କୁଡୁମି ସାମାଜିକ, ଶିକ୍ଷା ଓ ସାଂସ୍କୃତିକ କରମ ଆଖଡ଼ାଠାରେ କୁଡୁମି ସମାଜ, ରାଇରଙ୍ଗପୁର ଆନୁକୂଲ୍ୟରେ ହେଉଥିବା କରମ ମହୋତ୍ସବର ପଞ୍ଚମ ଦିନରେ ଏକ କୁଡୁମାଲି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହାନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ କୁଡୁମି ସମାଜରେ ପ୍ରଚଳିତ ଥିବା ପର୍ବପର୍ବାଣି ତଥା କୁଡୁମାଲି ଭାଷାର ଉନ୍ନତି ପାଇଁ ପୁରା ସମାଜ ଆଗଭର ହୋଇ ନିଜ ସ୍ୱରକୁ ଶାଣିତ କରିବା ପାଇଁ ଉପସ୍ଥିତ ଜନମାନସକୁ ସମ୍ବଧିତ କରିଥିଲେ। ଅନ୍ୟତମ ଅତିଥି ତଥା ବିଶିଷ୍ଟ ରାଜନୈତିକ ବ୍ୟକ୍ତିବିଶେଷ ବିଜେପି ପଶ୍ଚିମ ମୟୁରଭଞ୍ଜ ଜିଲ୍ଲାର ଜିଲ୍ଲା ସଭାପତି ଜୁରିଲାଲ ମହାନ୍ତ ଯୋଗଦେଇ ପାରିବାରିକ ସଂସ୍କାର ଏବଂ କୁଡୁମାଲି ପ୍ରଥା ପରମ୍ପରା ଉପରେ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ।

ଓଡିଶା କୁଡୁମି ସମାଜର ସଭାପତି ନବୀନ କିଶୋର ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦକ ମନୋଜ ମହାନ୍ତ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ଉପଲକ୍ଷେ କୁଡୁମି ସମାଜର ବରିଷ୍ଠ ଓକିଲ ବିଜୟ କୁମାର ମହାନ୍ତ ଓ ସୁଧାଂଶୁ ଶେଖର ମହାନ୍ତଙ୍କୁ ସରକାରୀ ଓକିଲ ଭାବେ ପଦନ୍ନତି ପାଇଥିବା ଯୋଗୁଁ ସମାଜ ତରଫରୁ ଉଭୟଙ୍କୁ ମଞ୍ଚାସିନ ଅତିଥି ମାନେ ସମ୍ମାନିତ କରିଥିଲେ।

କୁଡୁମାଲି ପ୍ରଥା ପରମ୍ପରା ରୀତିନୀତି ଅନୁଯାୟୀ ପରିବାର ବର୍ଗଙ୍କ ସହିତ ବିଭିନ୍ନ ସାମାଜିକ କାମ କରିଥିବା ବ୍ୟକ୍ତି ବିଶେଷ ଯଥା ଇଚିଣ୍ଡା ମୌଜାର ସୌମୂଲ୍ୟ ମହାନ୍ତ, ବାଉତିବେଡା ଗ୍ରାମର ନମିତା ମହାନ୍ତ, ନୂଆଗାଁ ର ବେବିରାଣୀ ମହାନ୍ତ, ବଡ଼ବାଇକଳା ଗ୍ରାମର ଦୟାନିଧି ମହାନ୍ତ ଏବଂ ମିଣ୍ଟି ମହାନ୍ତ, କୁଣ୍ଡୁରା ଗ୍ରାମର ଗାୟତ୍ରୀ ମହାନ୍ତ ଏବଂ ନୂଆଗାଁ ଗ୍ରାମର ତପସ୍ୱିନୀ ମହାନ୍ତ, ଗୀତା ମହାନ୍ତ, ସାମ୍ୱାଦିକ ତୁଷାର କାନ୍ତ ମହାନ୍ତ,ପ୍ରଦୀପ କୁମାର ମହାନ୍ତଙ୍କୁ ସମାଜ ପ୍ରତି ତାଙ୍କ ବିଶେଷ ଅବଦାନ ପାଇଁ କୁଡୁମି ସମାଜର ପ୍ରତୀକ ହଳଦିଆ ଉତ୍ତରୀୟ ଏବଂ ଫୁଲତୋଡ଼ା ଦେଇ ମଞ୍ଚାସିନ ଅତିଥିମାନେ ସମ୍ମାନିତ କରିଥିଲେ।

ସଭାପରେ ମଞ୍ଚରେ ଝାରଖଣ୍ଡ ମନୋହପୁରର ବିଶିଷ୍ଟ ଝୁମର ସମ୍ରାଟ ରଣଜିତ ମାହାତୋ ନିଜ ପୁରା ଟିମ ସହ ପାରମ୍ପରିକ ଝୁମର ପରିବେଷଣ କରି ଉପସ୍ଥିତ ଶହଶହ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ବିଶେଷ ଭାବେ କୁଡୁମି ସମାଜର ଆବାଳ ବୃଦ୍ଧବନିତା ମାଦଳ,ଢୋଲ, ଧାମସାର ତାଳେତାଳେ ଝୁମର ଗୀତରେ ଝୁମି ଯାଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡିଶା କୁଡୁମି ସମାଜ, ରାଇରଙ୍ଗପୁରର କାର୍ଯ୍ୟକାରୀ ସଭାପତି ମାନସ ରଞ୍ଜନ ମହାନ୍ତ, କୋଷାଧକ୍ଷ ପ୍ରଭାସ ମହାନ୍ତ, ବିକାଶ ମହାନ୍ତ, ଆଲୋକ ରଞ୍ଜନ ମହାନ୍ତ, ରାଜକୁମାର ମହାନ୍ତ, କ୍ଷିତୀଶ ମହାନ୍ତ, ଉମେଶ ମହାନ୍ତ,ଜହରଲାଲ ମହାନ୍ତ, ତପନ ମହାନ୍ତ, ବିମଳ ମହାନ୍ତ, ଜନ୍ମେଜୟ ମହାନ୍ତ,ମୋତିଲାଲ ମହାନ୍ତ, ଜ୍ୟୋତି ପ୍ରକାଶ ମହାନ୍ତ,ବିକାଶ ମହାନ୍ତ ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button