49 villages in Gajapati: ଗଜପତିର ୪୯ ଗାଁକୁ ନାହିଁ ମୋବାଇଲ୍ ନେଟ୍ୱର୍କ: ଓଟିପି ପାଇଁ ଗରିବଙ୍କ ଉପରେ ଡିଜିଟାଲ୍ ବୋଝ
ଡିଜିଟାଲ୍ ଯୁଗରେ ସରକାରୀ ସେବା ପାଇଁ ମୋବାଇଲ୍ ନମ୍ବର ଓ ଓଟିପି ବ୍ୟବହାରକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ବିଭିନ୍ନ ଯୋଜନା, ବ୍ୟାଙ୍କିଙ୍ଗ ଓ ଅନ୍ୟାନ୍ୟ ସେବା କ୍ଷେତ୍ରରେ ଏହାର ଗୁରୁତ୍ବ ବଢ଼ୁଛି।

ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ଡିଜିଟାଲ୍ ଯୁଗରେ ସରକାରୀ ସେବା ପାଇଁ ମୋବାଇଲ୍ ନମ୍ବର ଓ ଓଟିପି ବ୍ୟବହାରକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ବିଭିନ୍ନ ଯୋଜନା, ବ୍ୟାଙ୍କିଙ୍ଗ ଓ ଅନ୍ୟାନ୍ୟ ସେବା କ୍ଷେତ୍ରରେ ଏହାର ଗୁରୁତ୍ବ ବଢ଼ୁଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ଆଜି ବି ଅନେକ ଗାଁ ଓ ଦୁର୍ଗମ ଅଞ୍ଚଳକୁ ମୋବାଇଲ୍ ନେଟ୍ୱର୍କ ଅପହଞ୍ଚ ହୋଇ ରହିଛି। ଯାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି, ଗଜପତିଜିଲ୍ଲା। ପାହାଡ଼ ଓ ସବୁଜିମା ପରିବେଶ ଘେରା ଏହି ଜିଲ୍ଲାର ୧୬୦୯ଟି ଗାଁ ମଧ୍ୟରୁ ୪୯ଟି ଗାଁର ଲୋକେ ମୋବାଇଲ୍ ଫୋନ୍ ନେଟ୍ୱର୍କ ବାହାରେ ଅଛନ୍ତି। କିନ୍ତୁ ମୋବାଇଲ୍ ଫୋନ୍ ବ୍ୟବହାର ସେମାନଙ୍କ ପାଇଁ ବାଧ୍ୟତାମୂଳକ ହୋଇଛି। ୨୦୨୬ ମାର୍ଚ୍ଚରେ ରାଜ୍ୟସଭାରେ ଦିଆଯାଇଥିବା କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ, ଗଜପତି ଜିଲ୍ଲାର ମୋଟ ୧,୬୦୯ଟି ଗାଁ ମଧ୍ୟରୁ ୧,୫୬୦ଟି ଗାଁରେ ମୋବାଇଲ କନେକ୍ଟିଭିଟି ରହିଛି। ବାକି ୪୯ଟି ଗାଁରେ ସେବା ଉପଲବ୍ଧ ନାହିଁ। ଯାହା ମୋଟ ଗାଁର ପ୍ରାୟ ୩.୦୫ ପ୍ରତିଶତ।
ସୌଜନ୍ୟ ସମ୍ବାଦ




