ରାଜ୍ୟ

ଡ୍ରିମ୍ସରେ ପୂଜ୍ୟପୂଜା ସମାରୋହ: ୫ ବିଶିଷ୍ଟ ବ୍ୟକ୍ତିଙ୍କୁ ଧନେଶ୍ବର ରଥ ସ୍ମୃତି ସମ୍ମାନ

କର୍ମଯୋଗୀ ଧନେଶ୍ବର ରଥଙ୍କ ୩୨ତମ ପୁଣ୍ୟତିଥିରେ ‘ପୂଜ୍ୟପୂଜା ସମାରୋହ’ ଡ୍ରିମ୍ସ ବିଶ୍ବବିଦ୍ୟାଳୟ ପରିସରସ୍ଥିତ ଜୟଶ୍ରୀ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କର୍ମଯୋଗୀ ଧନେଶ୍ବର ରଥଙ୍କ ପୂର୍ଣ୍ଣାବୟବ ବ୍ରୋ‌ଞ୍ଜ ପ୍ରତିମୂର୍ତ୍ତି ଅନାବରଣ କରାଯାଇଥିଲା।

କଟକ: କର୍ମଯୋଗୀ ଧନେଶ୍ବର ରଥଙ୍କ ୩୨ତମ ପୁଣ୍ୟତିଥିରେ ‘ପୂଜ୍ୟପୂଜା ସମାରୋହ’ ଡ୍ରିମ୍ସ ବିଶ୍ବବିଦ୍ୟାଳୟ ପରିସରସ୍ଥିତ ଜୟଶ୍ରୀ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କର୍ମଯୋଗୀ ଧନେଶ୍ବର ରଥଙ୍କ ପୂର୍ଣ୍ଣାବୟବ ବ୍ରୋ‌ଞ୍ଜ ପ୍ରତିମୂର୍ତ୍ତି  ଅନାବରଣ କରାଯାଇଥିଲା। ଧନେଶ୍ବର ରଥ ଫାଉଣ୍ଡେସନ୍ ଆନୁକୂଲ୍ୟରେ ଆୟୋଜିତ ସତୀର୍ଥ ସମାରୋହରେ ଶ୍ରୀମନ୍ଦିର ଛତିଶା ନିଯୋଗର ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଦାଶ ବେନହୁର, ବିଶିଷ୍ଟ କଣ୍ଠଶିଳ୍ପୀ ତୃପ୍ତି ଦାସ, ବିଶିଷ୍ଟ ସମାଜସେବୀ ସୁଜାତା ପଟ୍ଟନାୟକ ଏବଂ ଭାରତୀୟ କ୍ରିକେଟ ତାରକା ବସନ୍ତ ମହାନ୍ତିଙ୍କୁ  ‘ଧନେଶ୍ବର ରଥ ସ୍ମୃତି ସମ୍ମାନ–୨୦୨୬’ ପ୍ରଦାନ କରାଯାଇଥିଲା। ପ୍ରତ୍ୟେକଙ୍କୁ  ଶ୍ରୀ ଜଗନ୍ନାଥଙ୍କ ଖଣ୍ତୁଆ, ଉପଢୌକନ ଏବଂ ୨୫ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଥିଲା।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button