ଓଡିଶା

Education: ପ୍ରଧାନଶିକ୍ଷୟତ୍ରୀଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ, ବିଦ୍ୟାଳୟରେ ତାଲା ଝୁଲାଇଲେ ଅଭିଭାବକ

ପୁରୀ ଜିଲ୍ଲା ଚାରିଛକ ନିକଟସ୍ଥ ନିମାପଡ଼ା ବ୍ଲକ ଛଣିଜଙ୍ଗ ପଂଚାୟତ ଅଳକୁଣ୍ଡ ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ମିନର୍ଭା ପ୍ରଧାନଙ୍କ ମନମୁଖୀ କାର୍ଯ୍ୟ ପାଇଁ ଅଭିଭାବକ ଓ ସ୍କୁଲ କର୍ମଚାରୀ ଗର୍ଜିଛନ୍ତି।

ଚାରିଛକ (ପ୍ରଫୁଲ୍ଲ କୁମାର ସାହୁ)ପୁରୀଜିଲ୍ଲା ଚାରିଛକ ନିକଟସ୍ଥ ନିମାପଡ଼ା ବ୍ଲକ ଛଣିଜଙ୍ଗ ପଂଚାୟତ ଅଳକୁଣ୍ଡ ପଞ୍ଚାୟତ ହାଇସ୍କୁଲର ପ୍ରଧାନଶିକ୍ଷୟତ୍ରୀ ମିନର୍ଭା ପ୍ରଧାନଙ୍କ ମନମୁଖୀ କାର୍ଯ୍ୟ ପାଇଁ ଅଭିଭାବକ ଓ ସ୍କୁଲ କର୍ମଚାରୀ ଗର୍ଜିଛନ୍ତି। ଛାତ୍ରଛାତ୍ରୀଙ୍କୁ ଖରାପ ବ୍ୟବହାର ଯୋଗୁଁ ଉକ୍ତ କାର୍ଯ୍ୟରତ ପ୍ରଧାନଶିକ୍ଷୟିତ୍ରୀ ଅନ୍ୟତ୍ର ବଦଳି ଦାବି ସହିତ ଖାଲି ପଡ଼ିଥିବା ତିନୋଟି ଶିକ୍ଷକ ପଦବି ପୂରଣ କରିବାକୁ ଦାବି କରିଛନ୍ତି। ଅଭିଭାବକ ସହିତ ପରିଚାଳନା କମିଟି ସଦସ୍ୟମାନେ ଉକ୍ତ ବିଦ୍ୟାଳୟ ମୁଖ୍ୟ ଫାଟକରେ ଗତ ବୁଧବାର ଠାରୁ ତାଲା ପକାଇ ଧାରଣାରେ ବସିଛନ୍ତି।

ଏହି ସମସ୍ୟା ଉପରେ ଅଭିଭାବକ ସହିତ ପରିଚାଳନା କମିଟିର ସଦସ୍ୟମାନେ ଏକ ଲିଖିତ ଅଭିଯୋଗ  ପୁରୀ ଜିଲ୍ଲା ଜିଲାପାଳ, ନିମାପଡ଼ା ଶିକ୍ଷା ମଣ୍ଡଳ ଅଧିକାରୀ ସହିତ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବିଦ୍ୟାଳୟରେ ୩ଟି ବିଷୟ ଗଣିତ, ବିଜ୍ଞାନ ଓ ଇଂରାଜିରେ ଶିକ୍ଷକ ନଥିବାରୁ ଚଳିତ ବର୍ଷ ବହି ଖୋଲା ହୋଇନାହିଁ। ଫଳରେ ମାଟ୍ରିକ ପରୀକ୍ଷା ବାଧା ସୃଷ୍ଟି ହେବ ବୋଲି ଛାତ୍ରଛାତ୍ରୀ ମାନେ କହିଛନ୍ତି। ତୁରନ୍ତ ଏହି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରିବା ସହିତ ନୂତନ ପ୍ରଧାନଶିକ୍ଷକ ଓ ନୂତନ ଶିକ୍ଷକ ନିଯୁକ୍ତି ଦେବା ପାଇଁ ଅଭିଭାବକ ଓ ପରିଚାଳନା କମିଟିର ସଦସ୍ୟମାନେ ଉପରସ୍ତ ଅଧିକାରୀ ପାଖରେ ଦାବି କରିଛନ୍ତି।

କର୍ମଚାରୀ ଆଣିଲେ ଅଭିଯୋଗ

ଏହି ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ସହିତ ସମସ୍ତ କର୍ମଚାରୀକୁ ଅସଭ୍ୟ ଭାଷାରେ ଗାଳି କରିବାରୁ ପାଠ ପଢ଼ାରେ ବାଧା ସୃଷ୍ଟି କରୁଛି ବୋଲି କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ଏହି ଖବର ପାଇ ଏ ବି ଓ ସୁଦର୍ଶନ କାଣ୍ଡି ଘଟଣାସ୍ଥଳରେ ପହଞ୍ଚି ସମସ୍ୟା ସମ୍ପର୍କରେ ବୁଝିବା ସହିତ ଆଲୋଚନାରେ ବିଫଳ ହେବାରୁ ଏହି ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ଉପରସ୍ତ ଅଧିକାରୀଙ୍କୁ ଜଣାଇବି ବୋଲି ଏବିଓ ସୁଦର୍ଶନ ଭୋଇ କହିଛନ୍ତି।

କାର୍ଯ୍ୟାନୁଷ୍ଠାନ ଦାବି

ଅନ୍ୟପକ୍ଷରେ ଆଜି ଧାରଣା ଦ୍ୱିତୀୟ ଦିନରେ କୌଣସି ସରକାରୀ ଅଧିକାରୀ ବିଦ୍ୟାଳୟରେ ପହଂଚି ନାହାନ୍ତି। ଯେପର୍ଯ୍ୟନ୍ତ ଅଭିଯୋଗ ଅନୁସାରେ ଦାବି ପୂରଣ ନ ହୋଇଛି, ସେପର୍ଯ୍ୟନ୍ତ ଏହି ଧାରଣା ଚାଲିବ ସହ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ପରିଚାଳନା କମିଟିର ସଭାପତି ସୁବାସ ଚନ୍ଦ୍ର ବାରିକ ସହିତ ଛଣିଜଙ୍ଗ ପଞ୍ଚାୟର ସମିତି ସଭ୍ୟା ଲକୀବାଳା ନାୟକ ଗ୍ରାମର ବରିଷ୍ଠ ଶିକ୍ଷକ ତଥା ପୂର୍ବତନ ସରପଞ୍ଚ ବଟକୃଷ୍ଣ ସ୍ଵାଇଁ, ସୁଧୀର ନାୟକ, ଦେବ ଚରଣ ବାରିକ, ଲିଙ୍ଗରାଜ ନାୟକ, ପବିତ୍ର ବେହେରା, ବଳରାମ ନାୟକ, ପ୍ରକାଶ ନାୟକ, ଶିବ ଚରଣ ବିଶ୍ୱାଳ, କାଶୀନାଥ ସେଠୀ, ବଂଶୀଧର ବେହେରା ପ୍ରମୁଖ କହିଥିଲେ। ଦାବି ପୂରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବା ସହ ଧାରଣା ଅନିଦ୍ଦିଷ୍ଟ କାଳ ଚାଲୁ ରହିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି।

 

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button