Greenland: ଗ୍ରୀନଲାଣ୍ଡ ଉପରେ ଆମେରିକାର ଆଖି: ଦ୍ୱୀପ ଦେଶକୁ କିଣିବାକୁ ବଡ଼ ଅଫର, ଜଣଙ୍କୁ ୯ କୋଟି ଟଙ୍କା ଦେବାକୁ ଟ୍ରମ୍ପ ପ୍ରଶାସନର ଯୋଜନା
ଗ୍ରୀନଲାଣ୍ଡକୁ କିଣିବାକୁ ଆମେରିକାର ବଡ଼ ଅଫର । ଦ୍ୱୀପ ଦେଶ ଗ୍ରୀନଲାଣ୍ଡକୁ ଅକ୍ତିଆର କରିବାକୁ ନେଇ ଆମେରିକାକୁ ଚାରିଆଡୁ ବିରୋଧ ପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଆମେରିକା ରାଷ୍ଟ୍ରପତି । ଏହି ଦେଶର ପ୍ରତି ବ୍ୟକ୍ତିଙ୍କୁ ୧୦ ହଜାର ଡଲାରରୁ ୧ ଲକ୍ଷ ଡଲାର ଦେବାକୁ...

ନୂଆଦିଲ୍ଲୀ: ଗ୍ରୀନଲାଣ୍ଡକୁ କିଣିବାକୁ ଆମେରିକାର ବଡ଼ ଅଫର । ଦ୍ୱୀପ ଦେଶ ଗ୍ରୀନଲାଣ୍ଡକୁ ଅକ୍ତିଆର କରିବାକୁ ନେଇ ଆମେରିକାକୁ ଚାରିଆଡୁ ବିରୋଧ ପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଆମେରିକା ରାଷ୍ଟ୍ରପତି । ଏହି ଦେଶର ପ୍ରତି ବ୍ୟକ୍ତିଙ୍କୁ ୧୦ ହଜାର ଡଲାରରୁ ୧ ଲକ୍ଷ ଡଲାର (୯ କୋଟି) ଦେବାକୁ କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ବଦଳରେ ଆମେରିକା ସହ ମିଶିବାକୁ ପ୍ରସ୍ତାବ ଦେଇଛନ୍ତି ଟ୍ରମ୍ପ । ଟ୍ରମ୍ପ ପ୍ରଶାସନ ଗ୍ରୀନଲ୍ୟାଣ୍ଡବାସୀଙ୍କୁ ସିଧାସଳଖ ନଗଦ ଟଙ୍କା ଦେବାର ଯୋଜନା ବିଚାର କରୁଛି ।
ଯାହା ଦ୍ୱାରା ସେମାନେ ଡେନମାର୍କରୁ ଅଲଗା ହୋଇ ଆମେରିକା ସହିତ ଅଧିକ ନିକଟତର ହେବାକୁ ରାଜି ହେବେ । କିନ୍ତୁ ଡେନମାର୍କ ଆମେରିକାକୁ କଡା ଚେତାବନୀ ଦେଇଛି । ଗ୍ରୀନଲ୍ୟାଣ୍ଡ ଉପରେ ଆମେରିକା ଆକ୍ରମଣ କଲେ, ପ୍ରଥମେ ଗୁଳି ଚଳାଇବେ, ପରେ ପ୍ରଶ୍ନ ପଚାରିବେ ବୋଲି କହିଛି ଡେନମାର୍କର ପ୍ରତିରକ୍ଷା ମନ୍ତ୍ରଣାଳୟ । ଇଉରୋପିଓ ଦେଶ ଡେନମାର୍କର ସହର ଗ୍ରୀନଲାଣ୍ଡ ଉପରେ ଆମେରିକାର ଧମକକୁ ନେଇ ଇଉରୋପିଓ ସଂଘ ମଧ୍ୟରେ ବି ବିବାଦ ବଢିବାରେ ଲାଗିଛି। ଆସନ୍ତୁ ନଜର ପକାଇବା କାହିଁକି ଗ୍ରୀନଲାଣ୍ଡ ଅକ୍ତିଆର କରିବାକୁ ଚାହୁଁଛି ଆମେରିକ । ଏବଂ କ’ଣ ରହିଛି ପୂରା ବିବାଦ ।
ସୌଜନ୍ୟ ସମ୍ବାଦ




