ନୂଆଦିଲ୍ଲୀ: ବାପା ! ପ୍ରତି ପିଲାଙ୍କ ବଳ, ପ୍ରତି ପରିବାରର ସାହସ। ପିଲା ହାରିଗଲେ ବାପା ତାକୁ ବଳ ଦିଏ, ଭାଙ୍ଗି ନପଡିବାକୁ କୁହେ… ହେଲେ ବାପାଟିଏ ଯେବେ ଭାଙ୍ଗିପଡ଼େ, ହାରିଯାଏ… ସେବେ ! ଆଖିରୁ ଝରିପଡ଼େ ଧାରଧାର ଲୁହ। କୁହନ୍ତି- ବାପାମାନେ କାଳେ କାନ୍ଦନ୍ତିନି… ନିଜ ଲୁହକୁ ଲୁଚାଇ, ଛାତିକୁ ପଥର କରି ସେମାନେ ପିଲାଙ୍କୁ ବଡ଼ ମଣିଷ କରନ୍ତି… ମାତ୍ର ସେହି ବାପା ଆଗରେ ଯେବେ ପୁଅଟିଏ ସବୁଦିନ ପାଇଁ ଆଖି ବୁଜିଦିଏନା… ସେବେ ନିଜ ଲୁହକୁ ଆଉ ଲୁଚାଇ ପାରନ୍ତିନି ବାପା ଜଣକ, କାନ୍ଦନ୍ତି… ଖୁବ୍ କାନ୍ଦନ୍ତି… ମନଭରି କାନ୍ଦନ୍ତି… ଆଉ ତାଙ୍କ ଲୁହକୁ ଦେଖେ ସାରା ଦୁନିଆ… ଏଇ ଯେମିତି ଆଜି ପୁଅକୁ ହରାଇ କାନ୍ଦୁଛନ୍ତି ଜଣେ ବାପା- ଅନିଲ ଅଗ୍ରଓ୍ଵାଲ…

