Prayagraj Magh Mela 2026: ଏପଟେ ଜାଡ଼ ସେପଟେ ବୁଡ଼… ପ୍ରୟାଗରାଜରେ କୁହୁଡ଼ି ଲେଖିଲା ଭକ୍ତିର କାହାଣୀ
ଏପଟେ ଜାଡ଼ ସେପଟେ ବୁଡ଼ । ପ୍ରବଳ ଥଣ୍ଡା ଭିତରେ ଜାରି ରହିଛି ପ୍ରୟାଗରାଜରେ ପବିତ୍ର ବୁଡ଼ । ସଙ୍ଗମ ସ୍ଥଳରେ ଜମୁଛି ଭକ୍ତଙ୍କ ଭିଡ଼ । ପ୍ରୟାଗରାଜରେ ଚାଲିଥିବା ମାଘ ମେଳା ମହୋତ୍ସବରେ ସଙ୍ଗମରେ ଭକ୍ତ ଏବଂ ସନ୍ୟାସୀମାନଙ୍କୁ ଦେଖିବାକୁ ମିଳୁଛି

ଲକ୍ଷ୍ନୌ: ଏପଟେ ଜାଡ଼ ସେପଟେ ବୁଡ଼ । ପ୍ରବଳ ଥଣ୍ଡା ଭିତରେ ଜାରି ରହିଛି ପ୍ରୟାଗରାଜରେ ପବିତ୍ର ବୁଡ଼ । ସଙ୍ଗମ ସ୍ଥଳରେ ଜମୁଛି ଭକ୍ତଙ୍କ ଭିଡ଼ । ପ୍ରୟାଗରାଜରେ ଚାଲିଥିବା ମାଘ ମେଳା ମହୋତ୍ସବରେ ସଙ୍ଗମରେ ଭକ୍ତ ଏବଂ ସନ୍ୟାସୀମାନଙ୍କୁ ଦେଖିବାକୁ ମିଳୁଛି । କୁହୁଡ଼ି ପାଇଁ କମ୍ ଦୃଶ୍ୟମାନତା ହେଉଥିଲେ ହେଁ ଜାରି ରହିଛି ଭକ୍ତଙ୍କ ଆଗମନ । ସଙ୍ଗମ ଅଞ୍ଚଳକୁ କୁହୁଡ଼ି ଘୋଡ଼ାଇ ରଖିଥିବା ବେଳେ ସକାଳେ ସକାଳେ ପବିତ୍ର ତ୍ରିବେଣୀ ଘାଟରେ ବୁଡ଼ ପକାଉଛନ୍ତି ଶତାଧିକ ବ୍ୟକ୍ତି ।
ପ୍ରୟାଗରାଜରେ ଘନ କୁହୁଡି ଦେଖି ଏମିତି ଲାଗୁଛି ସତେକି ଆକାଶର ମେଘଗୁଡ଼ିକ ପୃଥିବୀକୁ ଖସି ଆସୁଛନ୍ତି। ଆଉ ସଙ୍ଗମସ୍ଥଳରେ ବୁଡ଼ ପକାଇବାକୁ ଧାଇଁଛନ୍ତି । ପ୍ରୟାଗରାଜରେ ଏଭଳି ମନୋରମ ଦୃଶ୍ୟ ଭକ୍ତଙ୍କୁ ଭକ୍ତିର ଆଖିରେ ଦେଖାଯାଇଛି । ମାଘ ମେଳା ଚାଲିଥିବା ବେଳେ ହାଡ଼ଭଙ୍ଗା ଜାଡ ପାଇଁ ମଣିଷ ତ୍ରାହି ତ୍ରାହି ଡାକୁଥିବା ବେଳେ ଥଣ୍ଡା ସତ୍ତ୍ୱେ ବି ଲକ୍ଷ ଲକ୍ଷ ଭକ୍ତ ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇବା ପାଇଁ ସବୁ କଷ୍ଟକୁ ସହୁଛନ୍ତି ।
ଆଜି ଘନ କୁହୁଡ଼ି ସଙ୍ଗମ ଅଞ୍ଚଳକୁ ଘୋଡ଼ାଇ ଦେବା ସହିତ, ବାଲିଘାଟକୁ ପୂରା ଘୋଡ଼ାଇ ରଖିଥିଲା । ଯାହା ପ୍ରୟାଗରାଜ କୁହୁଡ଼ିର ଚାଦର ଘୋଡ଼ାଇଲା ଭଳି ଲାଗୁଥିବା ବେଳେ ସ୍ବର୍ଗର ଭ୍ରମ ସୃଷ୍ଟି କରୁଥିଲା । ଆଉ ଏକ ସ୍ୱର୍ଗୀୟ ଅନୁଭବ ଦେଉଛିଲା ।
ସୌଜନ୍ୟ ସମ୍ବାଦ




