Thailand Crane Collapse On Train: ଥାଇଲାଣ୍ଡରେ ଚଳନ୍ତା ଟ୍ରେନ ଉପରେ ଖସିଲା କ୍ରେନ୍: ୨୨ ମୃତ, ୩୦ ରୁ ଅଧିକ ଆହତ

ବ୍ୟାଙ୍କକଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ଏକ ଟ୍ରେନ୍ ଲାଇନଚ୍ୟୁତ ହେବା ଯୋଗୁ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ପୁଲିସ କହିଛି ଯେ, ଏହି ଦୁର୍ଘଟଣାରେ ୩୦ ଜଣ ଆହତ ହୋଇଛନ୍ତି। ନିର୍ମାଣକାର୍ଯ୍ୟରେ ନିୟୋଜିତ କ୍ରେନ୍ ବଗି ଉପରେ ଖସିପଡ଼ିବା ଯୋଗୁ ବ୍ୟାଙ୍କକ୍‌ରୁ ଉତ୍ତର-ପୂର୍ବ ଥାଇଲାଣ୍ଡକୁ ଯାତ୍ରା କରୁଥିବା ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଥିବା ସମ୍ପର୍କରେ ନାଖୋନ୍ ରାଚାସିମା ପ୍ରଦେଶର ସ୍ଥାନୀୟ ପୁଲିସ ମୁଖ୍ୟ ଥାଚାପୋନ୍ ଚିନ୍ନାୱଙ୍ଗ କହିଛନ୍ତି।

ଟ୍ରେନ୍ ଉବୋନ ରାଚାଥାନି ପ୍ରଦେଶକୁ ଯାଉଥିଲା

ବ୍ୟାଙ୍କକରୁ ୨୩୦ କିଲୋମିଟର ଉତ୍ତର-ପୂର୍ବରେ ନାଖୋନ ରାଚାସିମା ପ୍ରଦେଶର ଶିଖିଓ ଜିଲ୍ଲାରେ ବୁଧବାର ସକାଳେ ଏହି ଦୁର୍ଘଟଣା ଘଟିଛି। ଟ୍ରେନ୍ ଉବୋନ ରାଚାଥାନି ପ୍ରଦେଶକୁ ଯାଉଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏକ ହାଇ-ସ୍ପିଡ୍ ରେଳ ପ୍ରକଳ୍ପରେ କାମ କରୁଥିବା ଏକ କ୍ରେନ୍ ଖସି ପଡ଼ି ଅତିକ୍ରମ କରୁଥିବା ଟ୍ରେନ୍ ସହିତ ଧକ୍କା ହୋଇଥିଲା। ଯାହା ଫଳରେ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା ଏବଂ କିଛି ସମୟ ପାଇଁ ଏଥିରେ ନିଆଁ ଲାଗିଯାଇଥିଲା। ପୁଲିସ କହିଛି ଯେ, ନିଆଁ ଲିଭାଇ ଦିଆଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୌଜନ୍ୟ ସମ୍ବାଦ