ଅପରାଧଦେଶ ବିଦେଶ

Student cuts off his own foot: ଡାକ୍ତର ହୋଇ ପ୍ରେମିକାଙ୍କୁ ବିବାହ କରିବା ନିଶା: ନିଜ ପାଦର ଆଙ୍ଗୁଠି କାଟିଲେ ଛାତ୍ର

ଛାତ୍ରଛାତ୍ରୀମାନେ ଚାକିରି ଓ ଭଲ କଲେଜରେ ନାମଲେଖାଇବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥାନ୍ତି। ବେଳେବେଳେ ସେମାନେ ସେଥିପାଇଁ ନିଜ ଜୀବନକୁ ବାଜିରେ ଲଗାଇ ଦେଇଥାନ୍ତି। ସେହିପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଜୌନପୁରରେ ଘଟିଛି।

ଜୌନପୁର: ଛାତ୍ରଛାତ୍ରୀମାନେ ଚାକିରି ଓ ଭଲ କଲେଜରେ ନାମଲେଖାଇବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥାନ୍ତି। ବେଳେବେଳେ ସେମାନେ ସେଥିପାଇଁ ନିଜ ଜୀବନକୁ ବାଜିରେ ଲଗାଇ ଦେଇଥାନ୍ତି। ସେହିପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଜୌନପୁରରେ ଘଟିଛି। ଡାକ୍ତର ହେବାର ସ୍ୱପ୍ନ ଦେଖୁଥିବା ସୁରଜ ଭାସ୍କର ସଂରକ୍ଷଣ ସୁବିଧା ପାଇବା ପାଇଁ ଭୟଙ୍କର ପଦକ୍ଷେପ ନେଇଛନ୍ତି। ଡାକ୍ତର ହେବା ଆଉ ପ୍ରେମିକାଙ୍କୁ ବିବାହ କରିବା ପାଇଁ ସେ ଦିନରାତି ସ୍ୱପ୍ନ ଦେଖୁଥିଲେ। ଜେନେରାଲ ବର୍ଗରେ ନିଟ୍‌ ପ୍ରବେଶିକା ପରୀକ୍ଷାରେ ସଫଳ ହେବା କଷ୍ଟକର ବୋଲି ଜାଣିଥିଲେ। ସେଥିପାଇଁ ଦିବ୍ୟାଙ୍ଗ କୋଟାରେ ନିଟ୍‌ରେ ସଫଳ ହେବା ପାଇଁ ସେ ନିଜ ପାଦର ଆଙ୍ଗୁଠି କାଟି ଦେଇ ଦିବ୍ୟାଙ୍ଗ ପାଲଟିଥିଲେ।

ଡାକ୍ତର ହୋଇ ପ୍ରେମିକାଙ୍କୁ ବିବାହ କରିବାକୁ ଚାହୁଁଥିଲେ

ପୁଲିସ ପଚରାଉଚରା ତଥା ତଦନ୍ତରୁ ଜଣାପଡ଼ିଥିଲା, ସୂରଜ ତାଙ୍କ ପ୍ରେମିକାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ସେଥିପାଇଁ ତାଙ୍କୁ ଡାକ୍ତର ହେବା ଜରୁରୀ ଥିଲା।ତେଣୁ ନିଟ୍ ପ୍ରବେଶିକା ପରୀକ୍ଷାରେ ସହଜରେ ସଫଳତା ପାଇବା ପାଇଁ ନିଜ ପାଦର ଆଙ୍ଗୁଠି କାଟିବାକୁ ଯୋଜନା କରିଥିଲେ। ସେ ଅକ୍ଟୋବର ୨୦୨୫ରେ ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇବା ପାଇଁ ବାରାଣସୀ ଯାଇଥିଲେ। କିନ୍ତୁ ଚେଷ୍ଟା କରି ବିଫଳ ହୋଇଥିଲେ। ତେଣୁ ସେ ସଂରକ୍ଷଣ ପାଇବା ପାଇଁ ନିଜକୁ ଦିବ୍ୟାଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲେ। ସହର ପୁଲିସ ଅଧୀକ୍ଷକ ଗୋଲ୍ଡୀ ଗୁପ୍ତା କହିଛନ୍ତି, ସୂରଜ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହିତ ଏହି ଅପରାଧ କରିଥିଲେ। ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ, ସେ ନିଶ୍ଚେତକର ବ୍ୟବହାର କରିଥିଲେ। ଗୋଡ ନିଷ୍କ୍ରିୟ ହେବା ପରେ, ସେ ଏକ ଇଲେକ୍ଟ୍ରିକ୍ ଗ୍ରାଇଣ୍ଡର୍ ସାହାଯ୍ୟରେ ତାଙ୍କ ପାଦ ଆଙ୍ଗୁଠିକୁ କାଟି ଦେଇଥିଲେ। ପୁଲିସ ଖାଲି ଇଞ୍ଜେକ୍ସନ ଭାୟଲ୍ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ପ୍ରମାଣ ଜବତ କରିଥିଲା।

ଆକ୍ରମଣ ହୋଇଥିବାର ମିଛ ଅଭିଯୋଗ କଲେ

ସୂରଜ ଅଭିଯୋଗ କରିଥିଲେ,ରାତିରେ ଦୁଇଜଣ ଅଜଣା ବ୍ୟକ୍ତି ତାଙ୍କ ଉପରେ ଆକ୍ରମଣ କରିଥିଲେ। ଅଭିଯୋଗ ଆଧାରରେ ଯେତେବେଳେ ପୁଲିସ ମୋବାଇଲ୍ ଟାୱାର ଲୋକେସନ ଓ ସର୍ଭେଲାନ୍ସ ତଥ୍ୟ ଯାଞ୍ଚ କରିଥିଲା, ସେତେବେଳେ ଘଟଣାସ୍ଥଳ ନିକଟରୁ ଅନ୍ୟ କୌଣସି ମୋବାଇଲ୍ ଫୋନ୍ ମିଳି ନଥିଲା। ଏହା ସହିତ ସୂରଜ ବାରମ୍ବାର ନିଜ ବୟାନରେ ପରିବର୍ତ୍ତନ କରୁଥିଲେ। ବୟାନ‌ ସହିତ ଘଟଣାର କିଛି ତାଳମେଳ ରହୁନଥିଲା। ଫଳରେ ପୁଲିସର ସନ୍ଦେହ କରିଥିଲା। ଏହାପରେ ତଦନ୍ତରୁ ସତ ଜଣାପଡ଼ିଥିଲା। ଘଟଣା ପରେ, ପୁଲିସ ସୂରଜଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଟ୍ରମା ସେଣ୍ଟରକୁ ପଠାଯାଇଥିଲା। ଏବେ ତାଙ୍କର ଚିକିତ୍ସା ଚାଲିଛି। ଡିସଚାର୍ଜ କରାଯିବା ପରେ ପୁଲିସ ତାଙ୍କର ବୟାନ ରେକର୍ଡ କରିବ। ଭୁଲ୍ ତଥ୍ୟ ପ୍ରଦାନ କରିବା ଓ ପ୍ରମାଣ ଲୁଚାଇଥିବା ଯୋଗୁ ତାଙ୍କ ବିରୋଧରେ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button