ରାଜନୀତି

Bihar Politics: ପପୁ ଯାଦବଙ୍କ ସମର୍ଥନରେ ବାହାରିଲେ ରାହୁଲ-ପ୍ରିୟଙ୍କା

ସ୍ବାଧୀନ ସାଂସଦ ରାଜେଶ ରଞ୍ଜନ ଓରଫ ପପୁ ଯାଦବଙ୍କୁ ୩୧ ବର୍ଷ ଏକ ପୁରୁଣା ମାମଲାରେ ଶୁକ୍ରବାର ଗିରଫ କରାଯାଇଥିଲା। ପପୁ ଯାଦବଙ୍କ ଗିରଫଦାରୀକୁ ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ...

ପାଟନା: ସ୍ବାଧୀନ ସାଂସଦ ରାଜେଶ ରଞ୍ଜନ ଓରଫ ପପୁ ଯାଦବଙ୍କୁ ୩୧ ବର୍ଷ ଏକ ପୁରୁଣା ମାମଲାରେ ଶୁକ୍ରବାର ଗିରଫ କରାଯାଇଥିଲା। ପପୁ ଯାଦବଙ୍କ ଗିରଫଦାରୀକୁ ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହାକୁ ରାଜନୈତିକ ପ୍ରତିଶୋଧ ବୋଲି କହିଛନ୍ତି। ପାଟନାରେ ଜଣେ ନିଟ୍‌ ଆଶାୟୀଙ୍କୁ ଦୁଷ୍କର୍ମ ଏବଂ ତାଙ୍କ ମୃତ୍ୟୁ ଘଟଣାକୁ ନେଇ ରାହୁଲ କହିଛନ୍ତି, ତଦନ୍ତକୁ ବାଟବଣା କରିବା ଓ ଅପରାଧୀଙ୍କୁ ସୁରକ୍ଷା ଦେବାକୁ ରାଜ୍ୟର ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାର ଉଦ୍ୟମ କରୁଛନ୍ତି। ପୀଡ଼ିତାଙ୍କ ପରିବାର ସମର୍ଥନରେ ପପୁ ଯାଦବ ଛିଡ଼ା ହୋଇଥିବାରୁ ତାଙ୍କୁ ଗିରଫ କରାଯାଇଛି।

ୱେୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ମାମଲାରେ ପପୁ ଯାଦବଙ୍କୁ ସମର୍ଥନ କରିଛନ୍ତି। ନିଟ୍‌ ଆଶାୟୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ମୃତ୍ୟୁ ମାମଲାରେ ଏତଲାଠାରୁ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟନ୍ତ ସବୁ କିଛି ସନ୍ଦେହଜନକ ବୋଲି ପ୍ରିୟଙ୍କା କହିଛନ୍ତି। ହଥରସ୍‌ଠାରୁ ଉନ୍ନାଓ, ଅଙ୍କିତା ଭଣ୍ଡାରୀଠାରୁ ପାଟନା ପର୍ଯ୍ୟନ୍ତ ମହିଳାଙ୍କ ବିରୋଧରେ ନିର୍ଯାତନା ମାମଲାରେ ବିଜେପି ସରକାର ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରିବା ଅପେକ୍ଷା ଅଭିଯୁକ୍ତଙ୍କ ସହିତ ରହିଥାଏ ବୋଲି ପ୍ରିୟଙ୍କା କହିଛନ୍ତି। ତେବେ ବିହାର ଏନଡିଏ ନେତା କହିଛନ୍ତି, ସାଂସଦ ତାଙ୍କ ଗିରଫଦାରୀକୁ ରାଜନୀତି ରଙ୍ଗ ଦେଉଛନ୍ତି। ପପୁ ଯାଦବ ଗିରଫ ହେବା ପରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଶନିବାର ପାଟନା ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ ପପୁଙ୍କର ଅନେକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପରୀକ୍ଷା କରିଛନ୍ତି। ମେଡିକାଲ ରି‌ପୋର୍ଟ ଆସିବା ପରେ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଅଧିକ ସୂଚନା ଦେବାକୁ ମେଡିକାଲ କଲେଜ ଅଧୀକ୍ଷକ ରାଜୀବ କୁମାର ସିଂହ ସୂଚନା ଦେଇଛନ୍ତି। ତେବେ ସାଂସଦ ଗୁରୁତର ନଥିବା ଡାକ୍ତର କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button