ଦେଶ ବିଦେଶ

Narendra Modi: ନରେନ୍ଦ୍ର ମୋଦୀଙ୍କୁ ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନ

ଭାରତ ଓ ଇସ୍ରାଏଲ୍ ମଧ୍ୟରେ ଥିବା ରଣନୈତିକ ସମ୍ପର୍କକୁ ଏକ ନୂତନ ଶିଖରରେ ପହଞ୍ଚାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଇସ୍ରାଏଲ୍ ସଂସଦର ସର୍ବୋଚ୍ଚ ସମ୍ମାନ ‘ସ୍ପିକର ଅଫ୍ ଦି କ୍ନେସେଟ୍ ମେଡାଲ୍’ରେ ସମ୍ମାନିତ ହୋଇଛନ୍ତି।

ଜେରୁଜେଲମ୍: ଭାରତ ଓ ଇସ୍ରାଏଲ୍ ମଧ୍ୟରେ ଥିବା ରଣନୈତିକ ସମ୍ପର୍କକୁ ଏକ ନୂତନ ଶିଖରରେ ପହଞ୍ଚାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଇସ୍ରାଏଲ୍ ସଂସଦର ସର୍ବୋଚ୍ଚ ସମ୍ମାନ ‘ସ୍ପିକର ଅଫ୍ ଦି କ୍ନେସେଟ୍ ମେଡାଲ୍’ରେ ସମ୍ମାନିତ ହୋଇଛନ୍ତି। ଏହି ସମ୍ମାନ ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ନିରାପତ୍ତା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ସହ ତାଙ୍କର ଦୂରଦର୍ଶୀ ନେତୃତ୍ୱ ପାଇଁ ତାଙ୍କୁ ଏହି ବିରଳ ଗୌରବ ପ୍ରଦାନ କରାଯାଇଛି। ଇସ୍ରାଏଲ୍ ସଂସଦ ବା କ୍ନେସେଟରେ ନିଜର ଅଭିଭାଷଣ ରଖିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଅକ୍ଟୋବର ୭ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଇସ୍ରାଏଲା ସହ ଭାରତ ଦୃଢ଼ ଭାବରେ ଠିଆ ହୋଇଥିବା ଦୋହରାଇଥିଲେ

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆତଙ୍କବାଦର ଯନ୍ତ୍ରଣାକୁ ଭାରତ ବୁଝେ ଏବଂ ଏହି ସଙ୍କଟ ସମୟରେ ପ୍ରତିଟି ଭାରତୀୟ ଇସ୍ରାଏଲ୍‌ବାସୀଙ୍କ ସହ ରହିଛନ୍ତି। ଆତଙ୍କବାଦକୁ ଏକ ବିଶ୍ୱସ୍ତରୀୟ ବିପଦ ଭାବେ ବର୍ଣ୍ଣନା କରି ସେ କହିଥିଲେ ଯେ, ‘ଯେକୌଣସି ସ୍ଥାନରେ ଆତଙ୍କବାଦ, ସବୁଠି ଶାନ୍ତି ପ୍ରତି ବିପଦ ସୃଷ୍ଟି କରେ।’ ଏହି ସମୟରେ ସେ ଗାଜା ଶାନ୍ତି ପ୍ରୟାସ ପ୍ରତି ମଧ୍ୟ ଭାରତର ସମର୍ଥନ ପ୍ରକାଶ କରିବା ସହ ଏହାକୁ ଏକ ନ୍ୟାୟପୂର୍ଣ୍ଣ ଓ ସ୍ଥାୟୀ ଶାନ୍ତିର ପଥ ବୋଲି ଅଭିହିତ କରିଥିଲେ।

ଏହାସହ ଭାରତରେ ଶତାବ୍ଦୀ ଶତାବ୍ଦୀ ଧରି ଇହୁଦୀ ସମ୍ପ୍ରଦାୟ କିଭଳି ବିନା କୌଣସି ଭୟ ଓ ପାତରଅନ୍ତରରେ ଶାନ୍ତିପୂର୍ଣ୍ଣ ଭାବେ ରହି ଆସିଛନ୍ତି, ତାହା ଉଲ୍ଲେଖ କରି ସେ ଭାରତର ସମଭାବାପନ୍ନ ସଂସ୍କୃତିର ପରିଚୟ ଦେଇଥିଲେ। ନିଜ ଭାଷଣରେ ଏକ ବ୍ୟକ୍ତିଗତ ତଥ୍ୟ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୧୯୫୦ ସେପ୍ଟେମ୍ବର ୧୭ ତାରିଖରେ ତାଙ୍କର ଜନ୍ମ ହୋଇଥିଲା ଏବଂ ସେହି ସମାନ ଦିନରେ ଭାରତ ଆନୁଷ୍ଠାନିକ ଭାବେ ଇସ୍ରାଏଲକୁ ସ୍ୱୀକୃତି ପ୍ରଦାନ କରିଥିଲା। ଏହି ସଂଯୋଗକୁ ସେ ଦୁଇ ଦେଶର ସହଭାଗୀ ଯାତ୍ରାର ଏକ ପ୍ରତୀକାତ୍ମକ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଥିଲେ। ଆଲୋଚନା, ଜ୍ଞାନ ଏବଂ ମାନବିକତା ମାଧ୍ୟମରେ ହିଁ ଅଞ୍ଚଳରେ ସ୍ଥିରତା ଆସିପାରିବ ବୋଲି ସେ ମତ ପ୍ରକାଶ କରିଥିଲେ। ଏହି ଐତିହାସିକ ଗସ୍ତ ଦୁଇ ଦେଶର ବନ୍ଧୁତାକୁ ଆଗାମୀ ଦିନରେ ଏକ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button