ମହାନଗର

Cooking: ରୋଷେଇ ଦେଉଛି ରୋଜଗାର

ଝିଅ ଜନମ ଚୁଲି ମୁଣ୍ଡକୁ...। ଝିଅଟିଏ ଜନ୍ମ ହେଲେ ଯେତେ ସେ ପାଠପଢ଼ୁ, ଶେଷକୁ ସେ ରୋଷେଇବାସ କରି ପରିବାରକୁ ଖାଦ୍ୟ ଖୁଆଇବା ତା’ ଧର୍ମ ବୋଲି ଆଗରୁ ଗୁରୁଜନମାନେ କହୁଥିଲେ।

ଭୁବନେଶ୍ୱର: ଝିଅ ଜନମ ଚୁଲି ମୁଣ୍ଡକୁ…। ଝିଅଟିଏ ଜନ୍ମ ହେଲେ ଯେତେ ସେ ପାଠପଢ଼ୁ, ଶେଷକୁ ସେ ରୋଷେଇବାସ କରି ପରିବାରକୁ ଖାଦ୍ୟ ଖୁଆଇବା ତା’ ଧର୍ମ ବୋଲି ଆଗରୁ ଗୁରୁଜନମାନେ କହୁଥିଲେ। ହେଲେ ଖାଲି ପରିବାର କାହିଁକି, ପରିବାର ବାହାରେ ବି ଲୋକଙ୍କୁ ଖାଦ୍ୟ ଖୁଆଇ ହେବ। ଏହି ଚିନ୍ତା ନେଇ ପାକଜ୍ଞାନକୁ ରୋଜଗାରର ମାଧ୍ୟମ କରିଛନ୍ତି କିଛି ମହିଳା। ଗୃହିଣୀ ନ ହୋଇ ଉଦ୍ୟୋଗୀ ହୋଇ ଅନ୍ୟକୁ ସୁସ୍ବାଦୁ ବ୍ୟଞ୍ଜନ ଖୁଆଇବା ସହ ନିଜେ ସଶକ୍ତ ହୋଇଛନ୍ତି। ଆଉ ସମାଜ ପାଇଁ ପାଲଟିଛନ୍ତି ଭିନ୍ନ ଉଦାହରଣ। ସମାଜରେ ମହିଳାଙ୍କ ପାଇଁ ଯେତେସବୁ ଋଢ଼ି ରହିଛି, ସେ ସବୁକୁ ସକାରାତ୍ମକ ଦୃଷ୍ଟିଭଙ୍ଗୀରେ ଦେଖିବାର ଭିନ୍ନ ପ୍ରେରଣା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି କିଛି ମହିଳା। ଏମିତି କିଛି ମହିଳାଙ୍କୁ ନେଇ ‘ଅନ୍ତର୍ଜାତୀୟ ମହିଳା ଦିବସ’ରେ ଆମର ସ୍ବତନ୍ତ୍ର ଉପସ୍ଥାପନା…।

‘ମାଟି ମହକ’ ଦେଉଛି ଘରୋଇ ଖାଦ୍ୟର ମହକ

କ୍ଷୀର ପୋଡ଼ପିଠା, ଛୁଞ୍ଚିପତ୍ର ପିଠା, ବିରି ପୁଳି ଓ ଲାଉ ପିଠା ଭଳି ପାରମ୍ପରିକ ଖାଦ୍ୟକୁ ସହରୀ ଖାଦ୍ୟ ତାଲିକାରେ ସାମିଲ କରିବାର ଉଦ୍ୟମ କରୁଛନ୍ତି ଦୁଇ ମହିଳା ଉଦ୍ୟୋଗୀ ବନ୍ଧୁ ସନ୍ଧ୍ୟାରାଣୀ ରଥ(୫୦) ଓ ଜ୍ୟୋତ୍ସ୍ନା ମିଶ୍ର(୫୦)। ସନ୍ଧ୍ୟାଙ୍କ ଘର ମଞ୍ଚେଶ୍ୱରସ୍ଥିତ ଆଦିମାତା କଲୋନି ହୋଇଥିବା ବେଳେ ଜ୍ୟୋତ୍ସ୍ନାଙ୍କ ଘର ପଟିଆରେ। ତିନି ବର୍ଷ ତଳେ ସାମାଜିକ ଗଣମାଧ୍ୟମରେ ମହିଳାମାନଙ୍କ ସଫଳତାର କାହାଣୀ ଦେଖି ଉଭୟ ଅନୁପ୍ରାଣିତ ହୋଇଥିଲେ। ଉଭୟ ଏକ ବେସରକାରୀ ଅନୁଷ୍ଠାନ ପକ୍ଷରୁ ହେଉଥିବା ଦୁଇମାସିଆ ମ୍ୟାନେଜ୍‌ମେଣ୍ଟ୍‌ କୋର୍ସ କରି ପାରମ୍ପରିକ ଖାଦ୍ୟରେ ନୂଆ ଛୁଙ୍କ ଦେବା ସହ ପ୍ୟାକେଜି, ସର୍ଭିଂ, ପ୍ଲେଟିଂ ଭଳି କଳା ଶିଖିବା ପରେ କାମ ଆରମ୍ଭ କରିଥିଲେ। ଏହାପରେ ଉଭୟ ମିଶି ‘ମାଟି ମହକ’ ନାମକ ଏକ କିଚେନ୍‌ ହାଉସ କରିଛନ୍ତି। ବଡ଼ ବଡ଼ ଅର୍ଡର୍‌ ତଥା ମେଳା ମହୋତ୍ସବରେ ସେମାନେ ମିଳିମିଶି କାମ କରନ୍ତି। ଅନ୍ୟ ସମୟରେ ନିଜ ନିଜ ଘରୁ ଖାଦ୍ୟ ପ୍ରସ୍ତୁତ କରି ବିକ୍ରୟ କରନ୍ତି। ବର୍ତ୍ତମାନ ରାଜଧାନୀକୁ ଆସୁଥିବା ବହୁ ଛାତ୍ରଛାତ୍ରୀ ତଥା କର୍ମଜୀବୀମାନେ ଘରୁଆ ଖାଦ୍ୟକୁ ଝୁରି ହେଉଛନ୍ତି। ତେଣୁ ଆମେ ସେମାନଙ୍କୁ ସମ୍ପୂର୍ଣ୍ଣ ଘରୋଇ ଖାଦ୍ୟ ସୁଲଭ ମୂଲ୍ୟରେ ପ୍ରଦାନ କରୁଛୁ ବୋଲି ସନ୍ଧ୍ୟା କହିଛନ୍ତି। ଆଗକୁ ଏକ ୱେବସାଇଟ୍‌ ଖୋଲି ଓଡ଼ିଆ ପାରମ୍ପରିକ ଖାଦ୍ୟକୁ ଆହୁରି ଅଧିକ ଲୋକଙ୍କ ପହଞ୍ଚକୁ ନେବାକୁ ଉଭୟ ଲକ୍ଷ୍ୟ ରଖିଛନ୍ତି।

ପାକଜ୍ଞାନ ମାଧ୍ୟମରେ ପ୍ରାଇଭେଟ୍‌ ଲିମିଟେଡ୍‌

ପାଠପଢ଼ି ଚାକିରି କରିବା ଅନେକଙ୍କ ସ୍ବପ୍ନ। ହେଲେ ପାଠପଢ଼ାକୁ ପାକଶାସ୍ତ୍ର ସହ ଯୋଡ଼ି ଭବିଷ୍ୟତରେ ଜଣେ ସଫଳ ଉଦ୍ୟୋଗୀ ହେବାର ସ୍ବପ୍ନ ଦେଖିଛନ୍ତି ୨୧ ବର୍ଷୀୟ ସୁନୟନା ପ୍ରିୟଦର୍ଶିନୀ। ବର୍ତ୍ତମାନ ସୁନୟନା ବିଜେବି କଲେଜର ବାଣିଜ୍ୟ ବିଭାଗରେ ଯୁକ୍ତତିନି ତୃତୀୟ ବର୍ଷର ଛାତ୍ରୀ। ହେଲେ ଏବେଠାରୁ ସେ ତାଙ୍କ ପାଠପଢ଼ା ସହିତ ‘ଡେଲ୍‌ସିଆ ଫୁଡ୍‌ ପ୍ରୋସେସିଂ ପ୍ରାଇଭେଟ୍‌ ଲିମିଟେଡ୍‌’ ମାଧ୍ୟମରେ ମିଲେଟ୍‌ ଖାଦ୍ୟର ପ୍ରସାର କରୁଛନ୍ତି। ମିଲେଟ୍‌ରୁ ମିକ୍ସଚର, ପାନୀୟ, ନୁଡଲସ୍‌ ତଥା ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରି ନିଜେ ସ୍ବାବଲମ୍ବୀ ହେବା ସହ ଯୁବପିଢ଼ିଙ୍କୁ ସ୍ବାସ୍ଥ୍ୟକର ଖାଦ୍ୟ ଦିଗରେ ପ୍ରୋତ୍ସାହିତ କରୁଛନ୍ତି। ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନରେ ଏହି ବ୍ୟବସାୟ ହେଉଛି। ଏଥିରେ ତାଙ୍କୁ ଅନୁପମା ଦାସ, ଅନ୍ନପୂର୍ଣ୍ଣା ଦାସ, ଗୀତାଞ୍ଜଳି ମିଶ୍ର ଓ ନଳିନୀ ବେବର୍ତ୍ତା ପ୍ରମୁଖ ସହଯୋଗ କରୁଛନ୍ତି। ଆଗକୁ ଚାକିରି ପଛରେ ନଯାଇ ଜଣେ ସଫଳ ଉଦ୍ୟୋଗୀ ହେବା ତାଙ୍କର ଲକ୍ଷ୍ୟ ବୋଲି ସେ କୁହନ୍ତି।

Show More

Leave a Reply

Your email address will not be published. Required fields are marked *

Back to top button