ଦେଶ ବିଦେଶ

Pakistan stabbed Iran in the back: ଇରାନ ପିଠିରେ ଛୁରୀ ଭୁସିଲା ପାକିସ୍ତାନ: ଜାତିସଂଘ ସୁରକ୍ଷା ପରିଷଦରେ ବିରୋଧରେ ଭୋଟ୍ ଦେଲା

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଏବଂ ସାମରିକ ସଂଘର୍ଷ ମଧ୍ୟରେ, ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାସ୍ କରିଛି। ସ୍ତାବକୁ ସମର୍ଥନ କରୁଥିବା ଦେଶମାନଙ୍କ ମଧ୍ୟରେ ପାକିସ୍ତାନ ରହିଛି।

ନ୍ୟୁୟର୍କମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଏବଂ ସାମରିକ ସଂଘର୍ଷ ମଧ୍ୟରେ, ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାସ୍ କରିଛି। ବାହାରିନ ନେତୃତ୍ବରେ ଏହି ପ୍ରସ୍ତାବରେ ଉପସାଗରୀୟ ଦେଶଗୁଡ଼ିକ ଉପରେ ଇରାନର ସାମ୍ପ୍ରତିକ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣକୁ ଦୃଢ଼ ନିନ୍ଦା କରାଯାଇଛି। ଏହି ଆକ୍ରମଣକୁ ଆଞ୍ଚଳିକ ସ୍ଥିରତା ପାଇଁ ଏକ ଗମ୍ଭୀର ବିପଦ ଭାବରେ ବର୍ଣ୍ଣନା କରାଯାଇଛି। ଏହା ତୁରନ୍ତ ବନ୍ଦ କରିବାକୁ ଦାବି କରାଯାଇଛି। ଇରାନ ଉପସାଗରୀୟ ଦେଶଗୁଡ଼ିକରେ ଥିବା ଆମେରିକୀୟ ସାମରିକ ଘାଟି ଏବଂ ରଣନୈତିକ ସମ୍ପତ୍ତିକୁ ଟାର୍ଗେଟ କରୁଛି। ଏହି ଆକ୍ରମଣକୁ ଇରାନ ଉପରେ ଆମେରିକା ଓ ଇସ୍ରାଏଲୀ ସାମରିକ ଆକ୍ରମଣର ପ୍ରତିକ୍ରିୟା ଭାବରେ ଦେଖାଯାଉଛି।

ସୁରକ୍ଷା ପରିଷଦ ପ୍ରସ୍ତାବ ସପକ୍ଷରେ ମୋଟ ୧୩ଟି ଦେଶ ଭୋଟ ଦେଇଥିଲେ, ଯେତେବେଳେ ଚୀନ୍ ଏବଂ ରୁଷ ବିରତ ରହି ବିଶ୍ୱକୁ ଚକିତ କରିଛନ୍ତି। ତେବେ କୌଣସି ସଦସ୍ୟ ରାଷ୍ଟ୍ର ପ୍ରସ୍ତାବକୁ ବିରୋଧ କରିନାହାନ୍ତି। ପ୍ରସ୍ତାବକୁ ସମର୍ଥନ କରୁଥିବା ଦେଶମାନଙ୍କ ମଧ୍ୟରେ ପାକିସ୍ତାନ ରହିଛି। ପାକିସ୍ତାନ କହିଛି ଯେ ଆମେ ମଧ୍ୟ ଏହି ଆକ୍ରମଣର ପ୍ରଭାବରୁ ମୁକ୍ତ ନୁହଁ। ଆଞ୍ଚଳିକ ଶାନ୍ତି ବଜାୟ ରଖିବା ପାଇଁ ପ୍ରସ୍ତାବକୁ ପାକିସ୍ତାନ ସମର୍ଥନ କରିଛି ବୋଲି କହି ଇରାନ ପିଠିରେ ଛୁରୀ ଭୁସିଛି। ଏହି ପ୍ରସ୍ତାବରେ ବାହାରିନ, କୁଏତ, ଓମାନ, କତାର, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଜୋର୍ଡାନ ବିରୋଧରେ ଇରାନର ଆକ୍ରମଣକୁ ଦୃଢ଼ ନିନ୍ଦା କରାଯାଇଛି। ପରିଷଦ କହିଛି ଯେ, ଏପରି ଆକ୍ରମଣ ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନ କରିବା ସହ ବିଶ୍ୱ ଶାନ୍ତି ତଥା ସୁରକ୍ଷା ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରିଥାଏ। ଏହି ପ୍ରସ୍ତାବରେ ଇରାନକୁ ତୁରନ୍ତ ଏହି ସମସ୍ତ ଦେଶ ବିରୋଧରେ ଆକ୍ରମଣ ବନ୍ଦ କରିବାକୁ ମଧ୍ୟ ଦାବି କରାଯାଇଛି। ଜାତିସଂଘ ଚାର୍ଟରର ଧାରା ୫୧କୁ ଦର୍ଶାଇ ପ୍ରସ୍ତାବରେ କୁହାଯାଇଛି, ପ୍ରତ୍ୟେକ ରାଷ୍ଟ୍ରର ବ୍ୟକ୍ତିଗତ ଓ ସାମୂହିକ ଆତ୍ମରକ୍ଷା କରିବାର ଅଧିକାର ଅଛି।

ସୁରକ୍ଷା ପରିଷଦ ହର୍ମୁଜ୍ ପ୍ରଣାଳୀ ଏବଂ ଆଖପାଖ ଜଳରାଶିରେ ସାଧାରଣ ନାଗରିକ, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଏବଂ ବାଣିଜ୍ୟିକ ଜାହାଜକୁ ଟାର୍ଗେଟ କରାଯିବାକୁ ମଧ୍ୟ ନିନ୍ଦା କରିଛି। ପରିଷଦ ଚେତାବନୀ ଦେଇଛି, ଏପରି ଆକ୍ରମଣ ସାମୁଦ୍ରିକ ସୁରକ୍ଷା, ଅନ୍ତର୍ଜାତୀୟ ବାଣିଜ୍ୟ, ଶକ୍ତି ଯୋଗାଣ ଏବଂ ବିଶ୍ୱ ଅର୍ଥନୀତି ଉପରେ ଗମ୍ଭୀର ପ୍ରଭାବ ପକାଇପାରେ। ଏହା ବ୍ୟତୀତ, ପରିଷଦ ଇରାନ ସହିତ ଆଲୋଚନାକୁ ପ୍ରୋତ୍ସାହିତ କରିବା ଏବଂ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରିବା ପାଇଁ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ପକ୍ଷଙ୍କ ମଧ୍ୟସ୍ଥତା ପ୍ରୟାସକୁ ପ୍ରଶଂସା କରିଛି।

ପ୍ରସ୍ତାବ ପାରିତ କରି, ସୁରକ୍ଷା ପରିଷଦ ମଧ୍ୟପ୍ରାଚ୍ୟରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା, ଉପସାଗରୀୟ ଦେଶ ତଥା ଜୋର୍ଡାନର ସାର୍ବଭୌମତ୍ୱ,କ୍ଷେତ୍ରୀୟ ଅଖଣ୍ଡତା ତଥା ରାଜନୈତିକ ସ୍ୱାଧୀନତାକୁ ସମର୍ଥନ କରି ନିଜର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛି ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button