ଦେଶ ବିଦେଶ

Pakistan Vs Afghanistan: ପୁଣି ଚରମ ସୀମାରେ ଉତ୍ତେଜନା: ଆଫଗାନିସ୍ତାନ ଉପରେ ପାକିସ୍ତାନର ଜୋରଦାର ଆକ୍ରମଣ, ଅନେକ ମୃତାହତ

କାବୁଲ: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆଫଗାନିସ୍ତାନ ଦାବି କରିଛି ଯେ ପାକିସ୍ତାନ ସେନା ଏହାର ଅନେକ ଅଞ୍ଚଳ ଉପରେ ଆକ୍ରମଣ କରିଛି, ଯେଉଁଥିରେ କେତେକ ଘର ନଷ୍ଟ ହୋଇଥିବାବେଳେ ମହିଳା ଓ ଶିଶୁଙ୍କ ସମେତ ଅନେକଙ୍କର ମୃତ୍ୟୁ ହୋଇଛି। ପାକିସ୍ତାନ ଆଫଗାନିସ୍ତାନର ସାର୍ବଭୌମତ୍ବ ଉପରେ ଆକ୍ରମଣ କରି କାବୁଲ, କନ୍ଧାହାର, ପକ୍ତିଆ ସମେତ ଦେଶର ଅନେକ ସ୍ଥାନରେ ଆକାଶ ମାର୍ଗରୁ ଭୀଷଣ ଆକ୍ରମଣ କରିଛି। ପାକିସ୍ତାନ ବାୟୁସେନା ବିମାନ କନ୍ଧାହାର ବିମାନବନ୍ଦର ନିକଟରେ ଥିବା ଏହାର ଘରୋଇ ଏୟାରଲାଇନ୍ସ ‘କାମ ଏୟର’ର ତୈଳ ଡି‌ପୋ ଉପରେ ଆକ୍ରମଣ କରିଛି। ଏହି କମ୍ପାନି ବେସାମରିକ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏବଂ ଜାତିସଂଘର ବିମାନକୁ ଇନ୍ଧନ ଯୋଗାଣ କରେ।

Show More

Leave a Reply

Your email address will not be published. Required fields are marked *

Back to top button