Foreign investors: ବିଦେଶୀ ନିବେଶକ ପ୍ରତ୍ୟାହାର କଲେ ୮୧,୮୧୦ କୋଟି
ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ବିଦେଶୀ ନିବେଶକମାନେ ଚଳିତ ମାସରେ ଏପର୍ଯ୍ୟନ୍ତ ଭାରତୀୟ ଇକ୍ୱିଟି ବଜାରରୁ ୮୮,୧୮୦ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି। ଏନଏସଡିଏଲ୍ ତଥ୍ୟ ଅନୁଯାୟୀ ଫେବ୍ରୁଆରିରେ ବିଦେଶୀ ପୋର୍ଟଫୋଲିଓ ନିବେଶକମାନେ ୨୨,୬୧୫ କୋଟି ଟଙ୍କା ନିବେଶ କରିଥିଲେ ଯାହା ୧୭ ମାସ ମଧ୍ୟରେ ସର୍ବାଧିକ ମାସିକ ପୁଞ୍ଜି ନିବେଶ ଥିଲା।

ମୁମ୍ବାଇ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ବିଦେଶୀ ନିବେଶକମାନେ ଚଳିତ ମାସରେ ଏପର୍ଯ୍ୟନ୍ତ ଭାରତୀୟ ଇକ୍ୱିଟି ବଜାରରୁ ୮୮,୧୮୦ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି। ଏନଏସଡିଏଲ୍ ତଥ୍ୟ ଅନୁଯାୟୀ ଫେବ୍ରୁଆରିରେ ବିଦେଶୀ ପୋର୍ଟଫୋଲିଓ ନିବେଶକମାନେ ୨୨,୬୧୫ କୋଟି ଟଙ୍କା ନିବେଶ କରିଥିଲେ ଯାହା ୧୭ ମାସ ମଧ୍ୟରେ ସର୍ବାଧିକ ମାସିକ ପୁଞ୍ଜି ନିବେଶ ଥିଲା।ସଦ୍ୟତମ ପ୍ରତ୍ୟାହାର ସହିତ ୨୦୧୬ରେ ଏପର୍ଯ୍ୟନ୍ତ ସେମାନେ ପ୍ରତ୍ୟାହାର କରିଥିବା ରାଶି ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଚଳିତ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ବିଦେଶୀ ନିବେଶକମାନେ ପ୍ରତ୍ୟେକ କାରବାର ଦିବସରେ ନିଟ୍ ବିକ୍ରେତା ରହିଛ ୮୧,୧୮୦ କୋଟି ଟଙ୍କାର ଇକ୍ୱିଟି ପ୍ରତ୍ୟାହାର କରିଛନ୍ତି। ୨୦୧୪ ଅକ୍ଟୋବରରେ ଗୋଟିଏ ମାସରେ ସେମାନେ ରେକର୍ଡ ମାସିକ ୯୪,୦୧୭ କୋଟି ଟଙ୍କା ପ୍ରତ୍ୟାହାର କରିଥିଲେ। ବିଶ୍ୱସ୍ତରୀୟ ଅର୍ଥନୈତିକ ପ୍ରତିକୂଳ ପରିସ୍ଥିତି ଓ ଭୂରାଜନୈତିକ ଅନିଶ୍ଚିତତା ବୃଦ୍ଧି ପାଇଁ ବିଦେଶୀ ନିବେଶକମାନେ ଲଗାତାର ସେୟାର ବିକ୍ରି କରୁଛନ୍ତି।
ଏଞ୍ଜେଲ ୱାନର ବରିଷ୍ଠ ବିଶ୍ଳେଷକ ଭାକରଜାବେଦ ଖାନ କହିଛନ୍ତି ଯେ ପଶ୍ଚିମ ଏସିଆ ଉତ୍ତେଜନା ବୃଦ୍ଧି ହେଉଛି ମୁଖ୍ୟ କାରଣ। ଦୀର୍ଘକାଳୀନ ସଂଘର୍ଷ ଏବଂ ହର୍ମୁଜ ପ୍ରଣାଳୀରେ ସମ୍ଭାବ୍ୟ ବାଧା ସୃଷ୍ଟି ହେବାର ଆଶଙ୍କା ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ୧୦୦ ଡଲାର ଉପରେ ପହଞ୍ଚାଇ ଦେଇଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କା ୯୨ ଟଙ୍କା ପାଖାପାଖି ପହଞ୍ଚିବା, ଆମେରିକୀୟ ବଣ୍ଡ ୟିଲଡ ବୃଦ୍ଧି, ଫେବ୍ରୁଆରି ପ୍ରବାହ ପରେ ଲାଭ ବୁକିଂ ଓ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ମାର୍ଜିନ୍ ଚାପ ଯୋଗୁଁ ଏହି ବିକ୍ରି ଧାରା ଆହୁରି ତୀବ୍ର ହୋଇଛି।ଜିଓଜିତ ଇନଭେଷ୍ଟମେଣ୍ଟର ମୁଖ୍ୟ ନିବେଶ ରଣନୀତିଜ୍ଞ ଭିକେ ବିଜୟକୁମାର କହିଛନ୍ତି ଯେ ପଶ୍ଚିମ ଏସିଆରେ ଦ୍ୱନ୍ଦ୍ୱ ଏଫପିଆଇ ବିକ୍ରୟକୁ ତୀବ୍ର କରିଛି। ଆର୍ଥିକ ସେବାଗୁଡ଼ିକ ବିକ୍ରୟର ପ୍ରଭାବ ବହନ କରିଛନ୍ତି। ମାର୍ଚ୍ଚ ୧୫ ତାରିଖରେ ଶେଷ ହୋଇଥିବା ଦୁଇ ସପ୍ତାହ ମଧ୍ୟରେ ବିଦେଶୀ ନିବେଶକମାନେ ୩୧,୮୩୧ କୋଟି ଟଙ୍କାର ସେୟାର ପ୍ରତ୍ୟାହାର କରିଛନ୍ତି।




