ଅର୍ଥନୀତିଦେଶ ବିଦେଶ

Flight: ପଶ୍ଚିମ ଏସିଆକୁ ଏୟାର ଇଣ୍ଡିଆର ୨୫୦୦ ଉଡ଼ାଣ ବାତିଲ

ଟାଟା ଗ୍ରୁପ୍‌ ଅଧୀନରେ ପରିଚାଳିତ ଏୟାର ଇଣ୍ଡିଆ ପକ୍ଷରୁ ଗତ ତିନି ସପ୍ତାହରେ ପଶ୍ଚିମ ଏସିଆକୁ ୨୫୦୦ ବିମାନର ଉଡ଼ାଣ ବାତିଲ କରାଯାଇଛି। ଇରାନ ସଙ୍କଟ ପାଇଁ କମ୍ପାନି ଏବେ ନିଜ କ୍ଷମତାର ୩୦ ପ୍ରତିଶତ ଉପଯୋଗ କରିପାରୁଥିବା ସିଇଓ କ୍ୟାମ୍ପବେଲ ୱିଲସନ କହିଛନ୍ତି। କର୍ମଚାରୀମାନଙ୍କୁ ସେ ଜଣାଇଛନ୍ତି ଯେ ଯୁଦ୍ଧ ପ୍ରଭାବରେ ପଶ୍ଚିମ ଏସିଆର ବିଭିନ୍ନ ବିମାନବନ୍ଦର ଓ ଆକାଶ ମାର୍ଗ ବନ୍ଦ ରହୁଥିବାରୁ କମ୍ପାନିକୁ ଉଡ଼ାଣ ବାତିଲ କରିବାକୁ ପଡ଼ୁଛି।

ନୂଆଦିଲ୍ଲୀ: ଟାଟା ଗ୍ରୁପ୍‌ ଅଧୀନରେ ପରିଚାଳିତ ଏୟାର ଇଣ୍ଡିଆ ପକ୍ଷରୁ ଗତ ତିନି ସପ୍ତାହରେ ପଶ୍ଚିମ ଏସିଆକୁ ୨୫୦୦ ବିମାନର ଉଡ଼ାଣ ବାତିଲ କରାଯାଇଛି। ଇରାନ ସଙ୍କଟ ପାଇଁ କମ୍ପାନି ଏବେ ନିଜ କ୍ଷମତାର ୩୦ ପ୍ରତିଶତ ଉପଯୋଗ କରିପାରୁଥିବା ସିଇଓ କ୍ୟାମ୍ପବେଲ ୱିଲସନ କହିଛନ୍ତି। କର୍ମଚାରୀମାନଙ୍କୁ ସେ ଜଣାଇଛନ୍ତି ଯେ ଯୁଦ୍ଧ ପ୍ରଭାବରେ ପଶ୍ଚିମ ଏସିଆର ବିଭିନ୍ନ ବିମାନବନ୍ଦର ଓ ଆକାଶ ମାର୍ଗ ବନ୍ଦ ରହୁଥିବାରୁ କମ୍ପାନିକୁ ଉଡ଼ାଣ ବାତିଲ କରିବାକୁ ପଡ଼ୁଛି। ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ୁଛି। ମଧ୍ୟପ୍ରାଚ୍ୟ ସଙ୍କଟ ପରଠାରୁ ଏହି ସମସ୍ୟା ଆରମ୍ଭ ହୋଇଛି। ବିମାନ ଇନ୍ଧନ ଦର ଦ୍ବିଗୁଣିତ ହୋଇଥିବାରୁ ବିମାନ ଶିଳ୍ପ ଉପରେ ତାହାର ଆର୍ଥିକ ପ୍ରଭାବ ମଧ୍ୟ ପଡ଼ୁଛି। ତାହା ଆସନ୍ତା ମାସଠାରୁ କମ୍ପାନିକୁ ପ୍ରକୃତରେ ପ୍ରଭାବିତ କରିବା ଆରମ୍ଭ କରିବ ବୋଲି ସେ କହିଛନ୍ତି। ବର୍ଦ୍ଧିତ ଖର୍ଚ୍ଚର କିଛି ଅଂଶ ଭରଣା କରିବାକୁ କମ୍ପାନି ଇନ୍ଧନ ସରଚାର୍ଜ ଲଗାଇଛି।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଆକାଶମାର୍ଗକୁ ବନ୍ଦ ରଖିଥିବାରୁ ଭାରତରୁ ବ୍ରିଟେନ, ୟୁରୋପ ଓ ଉତ୍ତର ଆମେରିକା ଯାଉଥିବା ବିମାନଗୁଡ଼ିକୁ ଲମ୍ବା ଯାତ୍ରା କରିବାକୁ ପଡ଼ୁଥିଲା। ଇରାନ ସଙ୍କଟ ପରେ ସେହି ବିମାନଗୁଡ଼ିକର ଯାତ୍ରା ଆହୁରି ଲମ୍ବା ହୋଇଛି। ବିମାନ ଟିକଟ ମୂଲ୍ୟ ବଢ଼ିବା ପରେ ଯାତ୍ରୀ ସଂଖ୍ୟା ହ୍ରାସ ପାଇଛି। ସବୁ ଯାତ୍ରୀ ବର୍ଦ୍ଧିତ ଭଡ଼ା ଦେବାକୁ ଚାହୁନଥିବା ୱିଲସନ କହିଛନ୍ତି। ତେବେ ୟୁରୋପ ଓ ଉତ୍ତର ଆମେରିକାରେ ଚାହିଦା ଭଲ ଥିବାରୁ କମ୍ପାନି ସେଠାରେ ଅଧିକ ବିମାନ ମୂତୟନ କରିଛି। ପରିସ୍ଥିତିକୁ ନଜରରେ ରଖି ବର୍ତ୍ତମାନ ସୁରକ୍ଷିତ ବିମାନ ଚଳାଚଳ, ଅନାବଶ୍ୟକ ଖର୍ଚ୍ଚ ନିୟନ୍ତ୍ରଣ ଉପରେ କମ୍ପାନି ଗୁରୁତ୍ବ ଦେଉଛି। ଏଥିରେ ସହଯୋଗ କରିବାକୁ ସେ କର୍ମଚାରୀଙ୍କୁ ନିବେଦନ କରିଛନ୍ତି। ଯୁଦ୍ଧ ଦ୍ବାରା ପ୍ରଭାବିତ ମଧ୍ୟପ୍ରାଚ୍ୟରେ ସେବା ପ୍ରଦାନ କରୁଥିବା କର୍ମଚାରୀଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଉଥିବା ସେ କହିଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button