ଦେଶ ବିଦେଶ

ଇରାନୀ ଆକ୍ରମଣରେ ବିଦ୍ୟୁତ୍ ଏବଂ ଜଳ ବିଶୋଧନାଗାର ଧ୍ୱଂସ, ଭାରତୀୟ କର୍ମଚାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଯୁଦ୍ଧରେ ପଛକୁ ହଟୁନି ଇରାନ। ଗଲ୍ଫ ଦେଶକୁ ଆଟାକ୍। ଏହାରି ଭିତରେ କୁଏତର ବିଦ୍ୟୁତ୍ ଏବଂ ଜଳ ବିଶୋଧାନାଗାର ପରିସରରେ ଥିବା ସେବା ଭବନ ଉପରେ ଇରାନ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେଠାରେ କାର୍ଯ୍ୟରତ ଜଣେ ଭାରତୀୟ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। କୁଏତର ବିଦ୍ୟୁତ୍ ଏବଂ ଜଳ ମନ୍ତ୍ରଣାଳୟ ସୋମବାର ସକାଳେ ଏହା ସ୍ପଷ୍ଟ କରିଛି। କୁଏତର ବିଦ୍ୟୁତ୍, ଜଳ ଏବଂ ନବୀକରଣ ଶକ୍ତି ମନ୍ତ୍ରଣାଳୟ ରିପୋର୍ଟ କରିଛି ଯେ ୨୯ ମାର୍ଚ୍ଚ ୨୦୨୬ ରବିବାର ସନ୍ଧ୍ୟାରେ ସେବା ଭବନ ଉପରେ ଆକ୍ରମଣ କରାଯାଇଥିଲା।

ଇଞ୍ଜିନିୟର ଫାତିମା ଆବାସ ଜବାହର ହାୟାତ ନିଶ୍ଚିତ କରିଛନ୍ତି ଯେ ଇରାନୀ ଆକ୍ରମଣ ଯୋଗୁଁ ସେବା ଭବନରେ ଯଥେଷ୍ଟ କ୍ଷତି ହୋଇଛି। ଇରାନୀ ଆକ୍ରମଣରେ କୁଏତରେ ଜଣଙ୍କର ମୃତ୍ୟୁ ହୋଇଛି। ‘X’ ରେ ପ୍ରକାଶିତ ଏକ ବିବୃତ୍ତିରେ ମନ୍ତ୍ରଣାଳୟ ଭାରତୀୟ କର୍ମଚାରୀଙ୍କ ମୃତ୍ୟୁ ପାଇଁ ଶୋକ ପ୍ରକାଶ କରିଛି। ବର୍ତ୍ତମାନ ମୃତ କର୍ମଚାରୀଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ।

ଆକ୍ରମଣ ପରେ ଜରୁରୀକାଳୀନ ସୁରକ୍ଷା ଦଳଗୁଡ଼ିକ ତୁରନ୍ତ ସେମାନଙ୍କର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଭାବିତ ସ୍ଥାନଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ସୁରକ୍ଷା ଅଧିକାରୀଙ୍କ ସହିତ ସମନ୍ୱୟ ଜାରି ରହିଛି। ମନ୍ତ୍ରଣାଳୟ ଜନସାଧାରଣଙ୍କୁ ଶାନ୍ତ ରହିବା ଏବଂ ଗୁଜବକୁ ଅଣଦେଖା କରିବାକୁ ନିବେଦନ କରିଥିଲା। କୁଏତ ସରକାର ନିଶ୍ଚିତ କରିଛନ୍ତି ଯେ ବିଦ୍ୟୁତ୍ ଏବଂ ଜଳ ବ୍ୟବସ୍ଥାର ସୁରକ୍ଷା ଏବଂ ସ୍ଥିରତା ସେମାନଙ୍କର ସର୍ବୋଚ୍ଚ ପ୍ରାଥମିକତା।

ସେବା ବାଧାପ୍ରାପ୍ତ ନହେବା ଏବଂ ଦେଶର ଅତ୍ୟାବଶ୍ୟକୀୟ ଉପଯୋଗୀତା ସୁରୁଖୁରୁରେ କାର୍ଯ୍ୟ କରିବା ପାଇଁ ଦିନରାତି କାମ କରୁଛନ୍ତି ସମସ୍ତ ବୈଷୟିକ ଦଳ। ପୂର୍ବରୁ, ଆବୁଧାବିରେ ଇରାନୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ଭଗ୍ନାବଶେଷ ତିନୋଟି ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ ୫ ଜଣ ଭାରତୀୟ ନାଗରିକଙ୍କ ସମେତ ଛଅ ଜଣ ଆହତ ହୋଇଥିଲେ।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button