ଦେଶ ବିଦେଶ

Trump: ପୁଣି ଟ୍ରମ୍ପଙ୍କ ଧମକ: ହର୍ମୁଜ ଖୋଲ, ନ ହେଲେ ଧ୍ବଂସ

ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଆଜି ୩୧ ଦିନରେ ପହଞ୍ଚିଛି। ଇସ୍ରାଏଲ ଓ ଆମେରିକା ଇରାନ ରାଜଧାନୀ ତେହେରାନ ସମେତ ଅନ୍ୟ ପ୍ରମୁଖ ସହରଗୁଡ଼ିକରେ ଗତକାଲି ରାତି ସାରା ଆକ୍ରମଣ କରିଛନ୍ତି।

ତେହେରାନ/ୱାସିଂଟନ: ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଆଜି ୩୧ ଦିନରେ ପହଞ୍ଚିଛି। ଇସ୍ରାଏଲ ଓ ଆମେରିକା ଇରାନ ରାଜଧାନୀ ତେହେରାନ ସମେତ ଅନ୍ୟ ପ୍ରମୁଖ ସହରଗୁଡ଼ିକରେ ଗତକାଲି ରାତି ସାରା ଆକ୍ରମଣ କରିଛନ୍ତି। ଆମେରିକା ଏବେ ସ୍ଥଳଯୁଦ୍ଧ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇବା ସହ ପଶ୍ଚିମ ଏସିଆ ରାଷ୍ଟ୍ରଗୁଡ଼ିକରେ ୫୭ ହଜାର ଆମେରିକୀୟ ସୈନ୍ୟ ଠୁଳ କଲାଣି। ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଦେଇ କହିଛନ୍ତି, ଯଦି ଖୁବ୍‌ଶୀଘ୍ର ଯୁଦ୍ଧ ଶେଷ ପାଇଁ ଇରାନ ଓ ଆମେରିକା ମଧ୍ୟରେ କୌଣସି ଚୁକ୍ତି ନ ହୁଏ ତେବେ ଆମେ ଇରାନର ବିଦ୍ୟୁତ୍ କେନ୍ଦ୍ର ଓ ଖାର୍ଗ ଦ୍ବୀପକୁ ସମ୍ପୂର୍ଣ୍ଣ ଧ୍ବଂସ କରିଦେବୁ। ରାଷ୍ଟ୍ରପତି ଟ୍ରମ୍ପ ଟ୍ରୁଥ୍‌ ସୋସିଆଲରେ ଏକ ଚେତାବନୀ ଜାରି କରି କହିଛନ୍ତି ଯେ, ଇରାନ ଯଦି ତୁରନ୍ତ ହର୍ମୁଜ ପ୍ରଣାଳୀ ନ ଖୋଲେ ତେବେ ଏଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ।

ଟ୍ରମ୍ପ କହିଛନ୍ତି, ଇରାନରେ ସାମରିକ ଅପରେସନ୍‌ ଶେଷ କରିବା ପାଇଁ ଆମେରିକା ଇରାନର ନୂଆ ନେତୃବୃନ୍ଦ ଓ ଶାସନ ସହ ଆଲୋଚନା ଜାରି ରଖିଛି। ଏଥିରେ ଦ୍ରୁତ ପ୍ରଗତି ହୋଇଛି। କିନ୍ତୁ ଯଦି କୌଣସି କାରଣବଶତଃ ଚୁକ୍ତି ହୋଇପାରିବନି ଏବଂ ବ୍ୟବସାୟ ପାଇଁ ହର୍ମୁଜ ପ୍ରଣାଳୀ ନ‌ ଖୋଲେ ତେବେ ଆମେ ଇରାନରେ ସମସ୍ତ ବିଦ୍ୟୁତ୍ ଉତ୍ପାଦନକାରୀ କେନ୍ଦ୍ର, ‌ତୈଳ କୂପ ଓ ଖାର୍ଗ ଦ୍ବୀପ ଧ୍ବଂସ କରିଦେବୁ। ଟ୍ରମ୍ପ ମଧ୍ୟ ଦାବି କରିଛନ୍ତି ଯେ, ଇରାନରେ ଶାସନ ପରିବର୍ତ୍ତନ ହୋଇସାରିଛି। ଆମେ ନୂଆ ଲୋକଙ୍କ ସହ ଡିଲ୍‌ କରୁଛୁ। ଏହା ପୂରା ଭିନ୍ନ ଗୋଷ୍ଠୀର ଲୋକ। ମୁଁ ଏହାକୁ ଏକ ଶାସନ ପରିବର୍ତ୍ତନ ଭାବେ ବିବେଚନା କରୁଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଆମେରିକା ଓ ଇସ୍ରାଏଲକୁ କଡ଼ା‌ ଚେତାବନୀ ଦେଇ ଇରାନ କହିଛି ଯେ, ଇରାନରେ ସାଧାରଣ ଜନବସତିଗୁଡ଼ିକ ଉପରେ ଲଗାତାର ଆକ୍ରମଣର ଜବାବ ଦେଇ ଏହା ଆମେରିକା ଓ ଇସ୍ରାଏଲର ସାମରିକ ଓ ରାଜନୈତିକ ଅଧିକାରୀଙ୍କ ଘର ଉପରେ ଆକ୍ରମଣ କରିବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button