ଦେଶ ବିଦେଶ

Marines : ୫୭ ହଜାର ମାର୍କିନ ସୈନ୍ୟ ମୁତୟନ

ଆମେରିକା-ଇସ୍ରାଏଲ-ଇରାନ ଯୁଦ୍ଧ ଭୟଙ୍କର ମୋଡ଼ରେ ପହଞ୍ଚିଛି। ଆମେରିକା ପଶ୍ଚିମ ଏସିଆରେ ୫୭,୦୦୦ ସୈନ୍ୟ ଠୁଳ କରିବା ପରେ ସ୍ଥଳଯୁଦ୍ଧ ନିଶ୍ଚିତ ବୋଲି କୁହାଯାଉଛି। ପାରସ୍ୟ....

ୱାସିଂଟନ: ଆମେରିକା-ଇସ୍ରାଏଲ-ଇରାନ ଯୁଦ୍ଧ ଭୟଙ୍କର ମୋଡ଼ରେ ପହଞ୍ଚିଛି। ଆମେରିକା ପଶ୍ଚିମ ଏସିଆରେ ୫୭,୦୦୦ ସୈନ୍ୟ ଠୁଳ କରିବା ପରେ ସ୍ଥଳଯୁଦ୍ଧ ନିଶ୍ଚିତ ବୋଲି କୁହାଯାଉଛି। ପାରସ୍ୟ ଉପସାଗରରେ ଥିବା କ୍ଷୁଦ୍ର ତଥା ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଖାର୍ଗ ଦ୍ୱୀପ ବର୍ତ୍ତମାନ ଇରାନ ଓ ଆମେରିକା ଯୁଦ୍ଧର ମୁଖ୍ୟଲକ୍ଷ୍ୟ ପାଲଟିଛି। ଏହିଦ୍ୱୀପରୁ ଇରାନ ବିପୁଳ ତୈଳ ପାଉଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖାର୍ଗଦ୍ବୀପ ଓ ଇରାନ ତୈଳ ଭଣ୍ଡାରକୁ ନିଜ ଅଧୀନକୁ ନେବାକୁ ପ୍ରୟାସ ଚଳାଇଛନ୍ତି। ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ଟ୍ରମ୍ପ ଏହି ଦ୍ବୀପକୁ କବ୍ଜାକୁ ନେବାକୁ ସଙ୍କେତ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ଯଦି ଇରାନ ଆମେରିକା ସହିତ କୌଣସି ଚୁକ୍ତି ନ କରେ ଓ ହର୍ମୁଜ ପ୍ରଣାଳୀ ନ ଖୋଲେ ତେବେ ଆମେରିକା ସୈନ୍ୟ ଲଗାଇ ଇରାନର ଶକ୍ତି ଉତ୍ସକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବ।
୨୦୦୩ ମସିହା ପରଠାରୁ ଆମେରିକା ପଶ୍ଚିମ ଏସିଆରେ ସବୁଠୁ ଅଧିକ ସୈନ୍ୟ ମୁତୟନ କରିଛି। ଆମେରିକାର ୩,୫୦୦ ନୌସୈନିକ ସହିତ ୮୨ ଏୟାର୍‌ବୋର୍ନ ପାରାଟ୍ରୁପର ଆସି ପହଞ୍ଚିବା ପରେ ଯୁଦ୍ଧ ଅଧିକ ଭୟଙ୍କର ହେବ ବୋଲି କୁହାଯାଉଛି। ଇରାନ ମଧ୍ୟ ଏହାର ଜବାବ ଦେବାକୁ ପ୍ରସ୍ତୁତ ଥିବା କହିଛି। ଆମେରିକା ଏତେ ବଡ଼ ସେନା ମୁତୟନ କରିବା ପରେ ପେଣ୍ଟାଗନ ଆହୁରି ୧୦,୦୦୦ ସ୍ଥଳସୈନ୍ୟ ଆଣିବାକୁ ଯୋଜନା କରୁଛି। ସାଧାରଣତଃ ପଶ୍ଚିମ ଏସିଆରେ ଆମେରିକାର ୪୦,୦୦୦ ସୈନ୍ୟ ବିଭିନ୍ନ ସ୍ଥାନରେ ମୁତୟନ ହୋଇଥାନ୍ତି। ବର୍ତ୍ତମାନ କତରରେ ଆମେରିକାର ୧୧,୦୦୦ ଟ୍ରୁପର ଥିବାବେଳେ ୟୁଏଇରେ ୫୦୦୦ ଏୟାର୍‌ମେନ୍‌, ବାହାରିନରେ ୭୦୦୦ ନାବିକ, ଓମାନରେ ୭୦୦୦ ନୌସୈନିକ, କୁଏତରେ ୧୪,୦୦୦ ସୈନ୍ୟ, ଜୋର୍ଡ଼ାନରେ ୩,୦୦୦, ସାଉଦି ଆରବରେ ୩,୦୦୦ ଓ ଇରାକ/ସିରିୟାରେ ୩,୪୦୦ ସୈନ୍ୟ ଅଛନ୍ତି। ତେବେ ଇରାକ ଓ ଆଫଗାନିସ୍ତାନ  ଯୁଦ୍ଧକୁ ମନେ ପକାଇ ସମାଲୋଚକମାନେ ଆମେରିକାର ପ୍ରସ୍ତୁତିକୁ ନେଇ ଖରାପ ସଙ୍କେତ ଦେଇଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button