Breaking News

ସୁପର୍‌ସ୍ପେସିଆଲିଟି ଚିକିତ୍ସା ପାଇବେ ବୀମାଭୁକ୍ତ ଶ୍ରମିକ

ଇଏସ୍ଆଇ ମଡେଲ୍‌ ହସ୍ପିଟାଲରେ ଚିକିତ୍ସିତ ଗୁରୁତର ରୋଗୀଙ୍କୁ ଘରୋଇ ସୁପରସ୍ପେସିଆଲିଟି ହସ୍ପିଟାଲରେ ମିଳିବ ଚିକିତ୍ସା ସୁବିଧା। ଚିକିତ୍ସା ଖର୍ଚ୍ଚ ବହନ କରିବ ଇଏସ୍ଆଇସି। ରାଜ୍ୟର ପ୍ରମୁଖ ୧୯ଟି...

 ସୁପର୍‌ସ୍ପେସିଆଲିଟି ଚିକିତ୍ସା ପାଇବେ ବୀମାଭୁକ୍ତ ଶ୍ରମିକ

ରାଉରକେଲା: ଇଏସ୍ଆଇ ମଡେଲ୍‌ ହସ୍ପିଟାଲରେ ଚିକିତ୍ସିତ ଗୁରୁତର ରୋଗୀଙ୍କୁ ଘରୋଇ ସୁପରସ୍ପେସିଆଲିଟି ହସ୍ପିଟାଲରେ ମିଳିବ ଚିକିତ୍ସା ସୁବିଧା। ଚିକିତ୍ସା ଖର୍ଚ୍ଚ ବହନ କରିବ ଇଏସ୍ଆଇସି। ରାଜ୍ୟର ପ୍ରମୁଖ ୧୯ଟି ସୁପରସ୍ପେସିଆଲିଟି ହସ୍ପିଟାଲ ଇଏସ୍ଆଇ ମଡେଲ୍‌ ହସ୍ପିଟାଲ ସହ ଅନୁବନ୍ଧିତ ହୋଇଛି। ଏହି ହସ୍ପିଟାଲଗୁଡ଼ିକ ମଧ୍ୟରେ ରହିଛି ଭୁବନେଶ୍ବରର ହାଇଟେକ୍‌ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ, କଟକ ତେଲେଙ୍ଗାପୀଠର ପଣ୍ଡା କ୍ୟାନ୍‌ସର ହସ୍ପିଟାଲ, କଟକର ଶାନ୍ତି ମେମୋରିଆଲ ହସ୍ପିଟାଲ, ଭୁବନେଶ୍ବରର ନୀଳାଚଳ ହସ୍ପିଟାଲ, ସ୍ପର୍ଶ ହସ୍ପିଟାଲ, ବ୍ଲୁ ହୁଇଲ୍‌ ହସ୍ପିଟାଲ, ଡକ୍ଟର ଅଗ୍ରୱାଲ ଆଇ ହସ୍ପିଟାଲ, କର ଭିଜନ୍‌ ଆଇ ହସ୍ପିଟାଲ, ଯାଜପୁରର ମେଡିକା ଟି.ଏସ୍. ହସ୍ପିଟାଲ, ଭୁବନେଶ୍ବରର ଏଏସ୍‌ଜି ଆଇ ହସ୍ପିଟାଲ, ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ, ସନ୍‌ସାଇନ୍‌ ହସ୍ପିଟାଲ, ରାଉରକେଲାର ଜୟପ୍ରକାଶ ହସ୍ପିଟାଲ ଆଣ୍ଡ ରିସର୍ଚ ସେଣ୍ଟର, କଟକର ବାରବାଟୀ ଡାଇଗ୍ନୋଷ୍ଟିକ୍‌ ଓ ଭୁବନେଶ୍ବରର ଥେରୋକେୟାର ଟେକ୍ନୋଲୋଜି। ସନ୍‌ସାଇନ୍‌, ଜୟପ୍ରକାଶ, ବାରବାଟୀ ଡାଇଗ୍ନୋଷ୍ଟିକ୍‌, ଥେରୋକେୟାର ଟେକ୍ନୋଲୋଜି ଆସନ୍ତା ୨୦୨୭ ଜୁଲାଇ ୨୮ ତାରିଖ ପର୍ଯ୍ୟନ୍ତ ଇଏସ୍ଆଇ ମଡେଲ ହସ୍ପିଟାଲ ସହ ଅନୁବନ୍ଧିତ ହୋଇଛି। ଅର୍ଥାତ୍‌ ୨୦୨୭ ଜୁଲାଇ ପର୍ଯ୍ୟନ୍ତ ସେଠାରେ ବୀମାଭୁକ୍ତ ଶ୍ରମିକମାନେ ମାଗଣାରେ ଚିକିତ୍ସା ସୁବିଧା ପାଇବେ। ଅନ୍ୟ ଅନୁବନ୍ଧିତ ହସ୍ପିଟାଲଗୁଡ଼ିକ ସହ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି।

 

 

 

 

 

ସୌଜନ୍ୟ – ସମ୍ବାଦ

Comments are closed.