Neelakurinji flower Munnar : ବିରଳ ଫୁଲ ତୋଳିବାରୁ ମାମଲା, ବନ୍ଧା ହେଲେ ଯୁବକ

ମୁନ୍ନାର,୧୧ \୯ : ବିରଳ ଫୁଲ ତୋଳିବାରୁ ମାମଲା,ବନ୍ଧା ହେଲେ ଯୁବକ । ଏଭଳି ଘଟଣା ଘଟିଛି ମୁନ୍ନାରରେ । ନୀଳ-ବାଇଗଣି ରଙ୍ଗର ନୀଳକୁରିଞ୍ଜୀ ଫୁଲ ଦ୍ୱାରା ଆଚ୍ଛାଦିତ ମୁନ୍ନାର୍ ପାହାଡ଼ ସବୁଠୁ ମନୋରମ ପ୍ରାକୃତିକ ଦୃଶ୍ୟ । ପ୍ରକୃତିର ଏହି ବିରଳ ଶୋଭାରାଜିକୁ ପର୍ଯ୍ୟଟକ କ୍ୟାମେରା ଲେନ୍ସରେ ସବୁଦିନ ପାଇଁ ସାଇତି ରଖିଥାନ୍ତି । କିନ୍ତୁ ଏହି ପ୍ରୟାସ ଦୁଇ ଯୁବ ପର୍ଯ୍ୟଟକଙ୍କୁ ମହଙ୍ଗା ପଡ଼ିଛି । ଏହି ବିରଳ ପ୍ରାକୃତିକ ଦୃଶ୍ୟର ଛବିକୁ ଇନଷ୍ଟାଗ୍ରାମରେ ଶେୟାର କରି ସେମାନେ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି । ଜଙ୍ଗଲ ବିଭାଗ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି ।
ବିରଳ ନୀଳକୁରିଞ୍ଜୀ ଫୁଲ ତୋଳି, ଏହା ସହିତ ଫଟୋ ଉଠାଇ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବାରୁ ଉଭୟଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନଷ୍ଠାନ ନିଆଯାଇଛି । ଘଟଣା ମୁନ୍ନାର୍ର । ପ୍ରାୟ ୧୨ ବର୍ଷ ପରେ ନୀଳକୁରିଞ୍ଜୀ ଫୁଲ ସ୍ଥାନୀୟ ପାହାଡ଼ଗୁଡ଼ିକୁ ଆଚ୍ଛାଦିତ କରିଛି, ଯାହାର ମନୋରମ ଦୃଶ୍ୟ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କୁ ଟାଣିଆଣୁଛି । ମୁନ୍ନାର ସ୍ଥିତ କୁଟ୍ଟିୟାର ଓ ଏର୍ନାକୁଲମ୍ର ଦୁଇଜଣ ଯୁବ ଇନଫ୍ଲୁଏନ୍ସର ଏହି ଦୃଶ୍ୟର ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜଙ୍ଗଲ ବିଭାଗ ସେମାନଙ୍କ ବିରୋଧରେ ମାମଲା ରୁଜୁ କଲା । ଗୋଟିଏ ଫଟୋରେ ଜଣେ ସଦ୍ୟ ତୋଳିଥିବା ନୀଳକୁରିଞ୍ଜୀ ଫୁଲ ଧରିଥିବା ଓ ସେହି ଫୁଲକୁ ନିଜ କେଶରେ ସଜାଇଥିବା ଦେଖିବାକୁ ମିଳିଛି ।
ସୌଜନ୍ୟ ପ୍ରମେୟ




