Breaking

ବନ୍ଧୁ ଏବେ ବଇରୀ… ଗୁଡ଼ଭେଲା ବ୍ଲକ୍‌ ପରିସରରେ ଖଣ୍ଡଯୁଦ୍ଧ

ଜଣେ ପ୍ରଥମେ ବିଜେପିରୁ ବିଧାୟକ ପ୍ରାର୍ଥୀ ହେଇ ପରାଜିତ ହେଲେ। ଗତ ନିର୍ବାଚନରେ ବିଜେପି ନୂଆ ପ୍ରାର୍ଥୀ ଦେଲା। ୨ ଜଣ ବିରୋଧୀ ନ ହୋଇ ବନ୍ଧୁ ହୋଇଗଲେ। ବନ୍ଧୁ ବିଧାୟକଙ୍କ ଗଡ଼ ଜଗୁଥିଲେ। ‌ଲୋକଙ୍କ ଦ୍ବାରା ଅପମାନିତ ହୋଇ ମଧ୍ୟ ବନ୍ଧୁତାକୁ ଗୁରୁତ୍ବ ଦେଇଥିଲେ।

ବଲାଙ୍ଗୀର/ଦେଓଗାଁ: ଜଣେ ପ୍ରଥମେ ବିଜେପିରୁ ବିଧାୟକ ପ୍ରାର୍ଥୀ ହେଇ ପରାଜିତ ହେଲେ। ଗତ ନିର୍ବାଚନରେ ବିଜେପି ନୂଆ ପ୍ରାର୍ଥୀ ଦେଲା। ୨ ଜଣ ବିରୋଧୀ ନ ହୋଇ ବନ୍ଧୁ ହୋଇଗଲେ। ବନ୍ଧୁ ବିଧାୟକଙ୍କ ଗଡ଼ ଜଗୁଥିଲେ। ‌ଲୋକଙ୍କ ଦ୍ବାରା ଅପମାନିତ ହୋଇ ମଧ୍ୟ ବନ୍ଧୁତାକୁ ଗୁରୁତ୍ବ ଦେଇଥିଲେ। କିନ୍ତୁ ସେହି ଦୁଇ ବନ୍ଧୁ ଆଜି ପରସ୍ପର ବଇରୀ ଓ ବିରୋଧୀ। ସମର୍ଥକମାନେ ବି ଭାଗ ଭାଗ। ଆଜି ସବୁ ସୀମା ଲଂଘିଗଲା। ବନ୍ଧୁରୁ ବଇରୀ ହେଇଥିବା ୨ ନେତାଙ୍କ ସମର୍ଥକ ମୁହାଁମୁହିଁ ହୋଇ ମାରପିଟ ହେଲେ। ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ୍‌ ପରିସରରେ ଆଜି ଏଭଳି ଦୃଶ୍ୟ ଅନେକଙ୍କୁ ଆଲୋଚନାର ଖୋରାକ ଯୋଗାଇଛି।

ଶୁକ୍ରବାର ବିଧାୟକ ନବୀନ ଜୈନ ଓ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ ଦୋରାଙ୍କ ସମର୍ଥକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି। ଶାସକ ଦଳର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଖୋଲା ଆକ୍ରମଣ ସେଠାକାର ରାଜନୈତିକ ତିକ୍ତତାକୁ ଆହୁରି ଜଟିଳ କରିଛି। ବ୍ଲକ୍‌ ପରିସରରେ ଘଟିଥିବା ଏହି ଗୋଷ୍ଠୀ ସଂଘର୍ଷରେ ୪ ଜଣ ଆହତ ହୋଇଛନ୍ତି। ବଲାଙ୍ଗୀର ଏସ୍‌ଡିପିଓ ସରୋଜ ଉପାଧ୍ୟାୟ ତୁଷୁରା ଥାନାରେ ରହି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ଆହତମାନେ ଗୁଡ଼ଭେଲା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିବା ବେଳେ ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସୂଚନା ଅନୁସାରେ, ଗୁଡ଼ଭେଲା ବ୍ଲକ୍‌ରେ ୧୪ କୋଟି ଟଙ୍କାରେ ଏକ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ଅନୁଦାନ ଆସିଛି। ଏହି ଷ୍ଟାଡିୟମକୁ ଗୁଡ଼ଭେଲାରେ ନିର୍ମାଣ ନ କରି ତୁଷୁରା ଦେଉଳଗୁଡ଼ି ରାସ୍ତାରେ ନିର୍ମାଣ କରିବା ପାଇଁ ଚକ୍ରାନ୍ତ ଚାଲିଥିବା ଖବର ପାଇ ବିଧାୟକ ପ୍ରତିନିଧି ଶରତ ସାହୁ ଓ ତାଙ୍କ ସମର୍ଥକମାନେ ବ୍ଲକ୍‌ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ପୂର୍ବତନ ଅଧ୍ୟକ୍ଷ ଅଶୋକ ଦୋରା, ଉପାଧ୍ୟକ୍ଷ ଟୁକୁ ପାଣିଗ୍ରାହୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ବେବି ଦୋରାଙ୍କ ସମର୍ଥକମାନେ ଶରତଙ୍କ ସମର୍ଥକଙ୍କ ସହ ହାତାହାତି ହୋଇଥିଲେ।

ଷ୍ଟାଡିୟମ୍‌ ଜମି ଚିହ୍ନଟକୁ ନେଇ ମାଡ଼ପିଟ୍‌

ଏ ନେଇ ବିଧାୟକ ପ୍ରତିନିଧି ପୂର୍ବ ବ୍ଲକ୍‌ ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସହ ତାଙ୍କର ୧୪/୧୫ ଜଣ ସମର୍ଥକଙ୍କ ନାମରେ ତୁଷୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବିଧାୟକ ପ୍ରତିନିଧି ଶରତ ସାହୁଙ୍କୁ ପଚାରିବାରୁ, ସେ ଷ୍ଟାଡିୟମ୍‌ ଅନ୍ୟ ସ୍ଥାନରେ ନିର୍ମାଣ ହେବା ଯୋଜନା ଚାଲିଥିବା ଖବର ପାଇ ବିଡିଓଙ୍କୁ ଅଭିଯୋଗ କରିବା ପାଇଁ ଯାଇଥିଲେ। ପରେ ଜାମୁଟ ସମିତିସଭ୍ୟଙ୍କ ଇସାରାରେ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା ବୋଲି କହିଛନ୍ତି। ବ୍ଲକ୍‌ ଅଧ୍ୟକ୍ଷାଙ୍କ ସ୍ୱାମୀ ଅଶୋକ ଦୋରା କହିଛନ୍ତି, ସେ ଓ ତାଙ୍କ ସ୍ତ୍ରୀ (ଅଧ୍ୟକ୍ଷା) ସହ ବ୍ଲକ୍‌ ପରିସରରେ ଛିଡ଼ା ହୋଇଥିବା ବେଳେ କିଛି ଗୁଣ୍ଡାଶ୍ରେଣୀର ଲୋକ ଗାଳିଗୁଲଜ କରିଥିଲେ। ଷ୍ଟାଡିୟମ ଗୁଡ଼ଭେଲାରେ ନିର୍ମାଣ ପାଇଁ ପୂର୍ବରୁ ପ୍ରସ୍ତାବ ପାରିତ ହେବ ବୋଲି କହିଛନ୍ତି।

 

ସୂଚନାଯୋଗ୍ୟ, ଗୁଡ଼ଭେଲା ବ୍ଲକ୍‌ରେ ଟିଟିଲାଗଡ଼ ବିଧାୟକ ନିଜର ବ୍ଲକ୍‌ ପ୍ରତିନିଧି ପରିବର୍ତ୍ତନ କରିବା ପରେ ପୂର୍ବ ବ୍ଲକ୍‌ ଅଧ୍ୟକ୍ଷ ଅଶୋକ ଦୋରାଙ୍କ ସହ ତିକ୍ତକ୍ତା ବଢ଼ିଛି। ଫଳରେ ପ୍ରତିଦିନ ବ୍ଲକ୍‌ ପରିସରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେଉଥିବା ନଜିର ରହିଛି। ଅନ୍ୟପକ୍ଷରେ, ଲିଖିତ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍‌ଡିପିଓ କହିଛନ୍ତି। ପ୍ରକାଶଥାଉକି, ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁଙ୍କୁ ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୁଡ଼ଭେଲାକୁ ପୂରେଇ ଦେବା ନାହିଁ ବୋଲି ଅଞ୍ଚଳରେ ଦବଦବା ରଖିଥିବା ନେତା ଅଶୋକ ଚ୍ୟାଲେଞ୍ଜ ଦେଇଥିଲେ। ସେହିପରି ସାଂସଦ ସଙ୍ଗୀତା ଦେବୀଙ୍କୁ ମଧ୍ୟ ଅଶୋକଙ୍କ ବିରୋଧ ଯୋଗୁଁ ସେ ଗୁଡ଼ଭେଲା ବ୍ଲକ୍‌ରେ ସମୀକ୍ଷା ବୈଠକରେ ଯୋଗ ଦେଉନଥିବା ଜଣାପଡ଼ିଛି।

ସୌଜନ୍ୟ Prameya News7

Show More
Back to top button