ମୁମ୍ବାଇ: ମହାରାଷ୍ଟ୍ରର ଅମରାବତୀରେ ଜଣେ ୧୯ ବର୍ଷୀୟ କିଶୋର ଆୟାନ ଅହମ୍ମଦ ତନବୀରକୁ ନାବାଳିକାଙ୍କୁ ଯୌନ ଶୋଷଣ କରାଯିବ ଅଭିଯୋଗରେ ଗିରଫ କରାଯାଇଛି। ସେ ଅତି କମ୍ରେ ୧୮୦ ଜଣ ନାବାଳିକାଙ୍କୁ ଯୌନ ଶୋଷଣ ଏବଂ ୩୫୦ ରୁ ଅଧିକ ଅଶ୍ଳୀଳ ଭିଡିଓ ରେକର୍ଡିଂ କରିଥିବା ଅଭିଯୋଗ ହୋଇଛି। ତନବୀର ପରଟୱାଡାର ବାସିନ୍ଦା ହୋଇଥିବାବେଳେ ଝିଅମାନଙ୍କୁ ପ୍ରେମ ଜାଲରେ ଫସାଇ ସେମାନଙ୍କୁ ମୁମ୍ବାଇ ଓ ପୁଣେ ନେଇ ସେଠାରେ ତାଙ୍କ ଅଜାଣତରେ ଅଶ୍ଳୀଳ ଭିଡିଓ ରେକର୍ଡ଼ କରୁଥିଲା। ଝିଅମାନଙ୍କୁ ଭିଡିଓ ମାଧ୍ୟମରେ ବ୍ଲାକମେଲ କରାଯାଉଥିଲା ଓ ସେମାନଙ୍କୁ ବେଶ୍ୟାବୃତ୍ତିରେ ସାମିଲ କରାଯାଉଥିଲା। ଏପରିକି କେତେକ ଭିଡିଓ ଅନଲାଇନରେ ସେୟାର କରାଯାଉଥିଲା। ବିଜେପି ରାଜ୍ୟସଭା ସାଂସଦ ଅନିଲ ବୋଣ୍ଡେ ପୁଲିସ ଅଧୀକ୍ଷକ (ଗ୍ରାମୀଣ) ବିଶାଲ ଆନନ୍ଦଙ୍କୁ ପ୍ରଦାନ କରିଥିବା ଏକ ସ୍ମାରକପତ୍ର ଅନୁଯାୟୀ, ତନବୀର ହ୍ୱାଟସଆପ୍ ଓ ସ୍ନାପଚାଟ୍ ଗ୍ରୁପ୍ ମାଧ୍ୟମରେ ନାବାଳିକମାନଙ୍କୁ ଯୋଜନାବଦ୍ଧ ଭାବରେ ଟାର୍ଗେଟ କରୁଥିଲା।
ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରି ଏହି ମାମଲାର ତଦନ୍ତ କରିବାକୁ ସେ ଦାବି କରିଛନ୍ତି। ତନବୀର ପୂର୍ବରୁ ଏଆଇଏମ୍ଆଇଏମ୍ ନେତା ଭାବେ କାର୍ଯ୍ୟ କରୁଥିଲା। ଏହି ମାମଲା ସାମ୍ନାକୁ ଆସିବା ପରେ ତା’ର ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଅନେକ ଆପତ୍ତିଜନକ ଭିଡିଓ ହଟେଇ ଦିଆଯାଇଛି। ପୁଲିସ ଏହି ମାମଲାରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଭାବେ ତନବୀରକୁ ଗିରଫ କରି କୋର୍ଟରେ ହାଜର କରିଛି। ଆସନ୍ତା ଏପ୍ରିଲ ୨୧ ତାରିଖ ପର୍ଯ୍ୟନ୍ତ ତାକୁ ପୁଲିସ ରିମାଣ୍ଡକୁ ପଠାଇ ଦିଆଯାଇଛି। ପୁଲିସ ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଉଜେର୍ ଖାନ୍ ଇକବାଲ ଖାନ୍କୁ ଗିରଫ କରିଛି। ସେ ସାମାଜିକ ଗଣମାଧ୍ୟମରେ ଏହି ସବୁ ଭିଡିଓକୁ ଭାଇରାଲ କରୁଥିଲା।
ସୌଜନ୍ୟ ସମ୍ବାଦ

