ଜେରୁଜେଲମ୍: ଇସ୍ରାଏଲର ଗୁଇନ୍ଦା ସଂସ୍ଥା ”ମୋସାଦ”ର ମୁଖ୍ୟ ଡେଭିଡ୍ ବାର୍ନିଆ ବୁଧବାର ଏକ କଠୋର ଆଭିମୁଖ୍ୟ ଗ୍ରହଣ କରି କହିଛନ୍ତି ଯେ, ଇରାନର ଇସଲାମିକ ଶାସନର ପତନ ନହେବା ପର୍ଯ୍ୟନ୍ତ ମୋସାଦ ଶାନ୍ତିରେ ବସିବ ନାହିଁ। ହୋଲୋକଷ୍ଟ ସ୍ମୃତି ସମାରୋହରେ ଅଭିଭାଷଣ ଦେଇ ସେ ସ୍ପଷ୍ଟ କରିଛନ୍ତି ଯେ, ତେହେରାନ ଉପରେ ଆକ୍ରମଣ ଶେଷ ହେବା ପରେ ମଧ୍ୟ ମୋସାଦର ଅଭିଯାନ ଜାରି ରହିବ। ଇରାନରେ ଶାସନ ପରିବର୍ତ୍ତନ ଏବଂ ଏକ ମୁକ୍ତ ରାଷ୍ଟ୍ର ଗଠନ ପାଇଁ ମୋସାଦ ଏବେ ବି ପ୍ରତିବଦ୍ଧ ବୋଲି ସେ ପ୍ରକାଶ କରିଛନ୍ତି।
ସୌଜନ୍ୟ ସମ୍ବାଦ

