ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ଅଟକି ରହିଥିବା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ପୁନର୍ବାର ଆରମ୍ଭ ହେବ। ଆସନ୍ତା ସପ୍ତାହରେ ଏକ ଉଚ୍ଚସ୍ତରୀୟ କେନ୍ଦ୍ର ସରକାରଙ୍କ ପ୍ରତିନିଧିମଣ୍ଡଳ ୱାସିଂଟନ ଯାତ୍ରା କରିବେ। ଏହି ଗସ୍ତ ଏପରି ଏକ ସମୟରେ ହେଉଛି ଯେତେବେଳେ ଆମେରିକାର ଶୁଳ୍କ ନିୟମ ଓ କୋର୍ଟଙ୍କ ରାୟ ପରେ ସୃଷ୍ଟି ହୋଇଥିବା ସ୍ଥିତି ଉପରେ ସମସ୍ତଙ୍କ ନଜର ରହିଛି। ଆସନ୍ତା ସପ୍ତାହର ଆଲୋଚନା କେବଳ ଶୁଳ୍କ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ। ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ ଆସନ୍ତା ସପ୍ତାହର ଆଲୋଚନା କେବଳ ଶୁଳ୍କ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ। ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟର ଧାରା ୩୦୧ ଅଧୀନରେ ଦୁଇଟି ତଦନ୍ତ ଆରମ୍ଭ କରିଛି। ଭାରତ ସମେତ ୬୦ଟି ଦେଶ ବିରୋଧରେ ଏହି ତଦନ୍ସେତ କରାଯାଉଛି। ବିଷୟରେ ମଧ୍ୟ ଆଲୋଚନା ହେବ। ୱାସିଂଟନ ବୈଠକରେ ଭାରତୀୟ ଅଧିକାରୀମାନେ ନୂତନ ଶୁଳ୍କ ଗଠନ ଉପରେ ସ୍ପଷ୍ଟତା ଖୋଜିବେ। ପରିବର୍ତ୍ତିତ ପରିସ୍ଥିତିରେ ମଧ୍ୟ ରପ୍ତାନିକାରୀଙ୍କ ସ୍ୱାର୍ଥ ସୁରକ୍ଷିତ ରହିବାକୁ ଭାରତ ଚେଷ୍ଟା କରିବ। ଭାରତ ଧାରା ୩୦୧ ତଦନ୍ତ ଉପରେ ମଧ୍ୟ ନିଜର ମତାମତ ଉପସ୍ଥାପନ କରିବ ଯାହା ଦ୍ଵାରା ଭବିଷ୍ୟତରେ ପ୍ରତିବନ୍ଧକକୁ ଏଡାଯାଇପାରିବ।
ପ୍ରଥମେ ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା ମାର୍ଚ୍ଚ ମାସରେ ସ୍ୱାକ୍ଷରିତ ହେବାର ଆଶା କରାଯାଉଥିଲା, କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙକ ପ୍ରଶାସନ ଦ୍ୱାରା ଲାଗୁ ହୋଇଥିବା ଶୁଳ୍କ ଓ ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରିସ୍ଥିତିକୁ ଅଧିକ ଜଟିଳ କରିଛି। ଦୁଇ ଦେଶ ଗତ ଫେବ୍ରୁଆରି ମାସରେ ଚୁକ୍ତିର ପ୍ରଥମ ପର୍ଯ୍ୟାୟର ରୂପରେଖା ପ୍ରସ୍ତୁତ କରିଥିଲେ। ଏହି ଢାଞ୍ଚା ଅନୁଯାୟୀ ଆମେରିକା ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ୧୮%କୁ ହ୍ରାସ କରିବାକୁ ରାଜି ହୋଇଥିଲା। ତଥାପି, ପରବର୍ତ୍ତୀ ସମୟରେ ଆମେରିକାର ସୁପ୍ରିମକୋର୍ଟ ଟ୍ରମ୍ପଙ୍କ ପୂର୍ବ ଶୁଳ୍କକୁ ଅସିଦ୍ଧ ଘୋଷଣା କରିବା ପରେ ସେହି ଆଲୋଚନା ପ୍ରାସଙ୍ଗିକତା ହରାଇଥିଲା। ଏହି ନିଷ୍ପତ୍ତି ପରେ ଆମେରିକା ପ୍ରଶାସନ ଗତ ଫେବ୍ରୁଆରି ୨୪ରୁ ୧୫୦ ଦିନ ପାଇଁ ସମସ୍ତ ଦେଶରୁ ଆମଦାନି ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଲା। ଶୁଳ୍କକୁ ନେଇ ସ୍ପଷ୍ଟତା ଅଭାବରୁ ଗତ ମାସର ବୈଠକକୁ ସ୍ଥଗିତ ରଖାଯାଇଥିଲା। ଗତ ଫେବ୍ରୁଆରିରେ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତ ଭଲ ସ୍ଥିତିରେ ଥିଲା। କିନ୍ତୁ ଏବେ ଆମେରିକା ସମସ୍ତ ଦେଶ ଉପରେ ୧୦ ପ୍ରତିଶତ ଫ୍ଲାଟ୍ ଶୁଳ୍ଲାକଗୁ କରିଛି। ଏହା ଭାରତର ବିଶେଷ ସୁବିଧାକୁ ହ୍ରାସ କରିଛି।
ସୌଜନ୍ୟ ସମ୍ବାଦ

