Westbengal :ପଶ୍ଚିମବଙ୍ଗ ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟ ପାଇଁ ଅମିତ ଶାହଙ୍କ ରଣନୀତି ବୈଠକ

କୋଲକାତା: ପଶ୍ଚିମବଙ୍ଗରେ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ଭୋଟ୍ ହେଉଥିବା ବେଳେ ଏପ୍ରିଲ ୨୯ରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ପାଇଁ ବିଜେପି ଆଜିଠାରୁ ରଣନୀତି ଆରମ୍ଭ କରିସାରିଲାଣି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଏଥର ଶାସକ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳୁଛି। ବିଜେପି ତୃଣମୂଳ କଂଗ୍ରେସକୁ କ୍ଷମତାରୁ ହଟେଇବାକୁ ବିଭିନ୍ନ ପ୍ରୟାସ ଚଳାଇଛି। ଏହି ପରିପ୍ରେକ୍ଷୀରେ ବିଜେପି ନୂଆ ରଣନୀତି ଗ୍ରହଣ କରିଛି।

ବୈଠକରେ ଉପସ୍ଥିତ ସୂତ୍ର ଅନୁଯାୟୀ, ଗତ ନିର୍ବାଚନରେ ବିଜୟୀ ଓ ପରାଜିତ ପ୍ରାର୍ଥୀଙ୍କ ଭୋଟ୍ ମାର୍ଜିନ୍, ୨୦୨୧ ଓ ୨୦୨୪ରେ ବୁଥ୍‌ୱାରି ପ୍ରଦର୍ଶନ ଏବଂ ସ୍ୱିଙ୍ଗ୍ ଭୋଟରଙ୍କ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନକୁ ଆଧାର କରି ଏହି ୨୦,୦୦୦ ଭୋଟ୍ ମାନଦଣ୍ଡ ସ୍ଥିର କରାଯାଇଛି। ଏହି ରଣନୀତି ନିର୍ଦ୍ଧାରଣ ବୈଠକ ୫ ଘଣ୍ଟାରୁ ଅଧିକ ସମୟ ଚାଲିଥିଲା। ୧୩ଟି ଜିଲ୍ଲାର କର୍ମୀ ଓ ନେତା ଏହି ଆଲୋଚନାରେ ଭାଗ ନେଇଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ନିର୍ବାଚନ ମଣ୍ଡଳୀଗୁଡ଼ିକର ବୁଥ୍‌ୱାରି ପରାଚାଳନା, ଲୋକଙ୍କ ସହ ଯୋଗାଯୋଗ ପ୍ରୟାସ ଓ ଭୋଟର ସଂଗ୍ରହ ରଣନୀତି ଉପରେ ଗୁରୁତ୍ବ ଦିଆଯାଇଥିଲା। ଶାହ ଉତ୍ତରବଙ୍ଗ ନିର୍ବାଚନ ମଣ୍ଡଳୀଗୁଡ଼ିକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ଏହି ଅଞ୍ଚଳରେ ବିଜେପି ସାଧାରଣତଃ ଭଲ ପ୍ରଦର୍ଶନ କରିଥାଏ।

ସୌଜନ୍ୟ ସମ୍ବାଦ