ଜାତୀୟ

NATO in crisis: ସଙ୍କଟରେ ନାଟୋ

ବ୍ରସେଲ୍ସ/ୱାସିଂଟନ:  ପଶ୍ଚିମ ରାଷ୍ଟ୍ରଙ୍କ ସୁରକ୍ଷା ସଙ୍ଗଠନ ‘ନାଟୋ’ର ମୂଳଦୁଆ ଏବେ ଦୋହଲିବାରେ ଲାଗିଛି। ଇରାନ ବିରୋଧରେ ଚାଲିଥିବା ଆମେରିକାର ଯୁଦ୍ଧ ପ୍ରୟାସକୁ ସମର୍ଥନ କରୁଥିବା ଏବଂ ବିରୋଧ କରୁଥିବା ଦେଶଗୁଡ଼ିକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ‘ନଟି ଆଣ୍ଡ୍‌ ନାଇସ୍’ (ଅସହଯୋଗୀ ଏବଂ ଆଦର୍ଶ ସହଯୋଗୀ) ତାଲିକା ପ୍ରସ୍ତୁତ କରୁଥିବା ରିପୋର୍ଟ ପ୍ରକାଶ ପାଇଛି। ‘ପଲିଟିକୋ’ ରିପୋର୍ଟ ଅନୁଯାୟୀ, ୟୁରୋପୀୟ କୂଟନୀତିଜ୍ଞ ଏବଂ ଆମେରିକାର ଜଣେ ପ୍ରତିରକ୍ଷା ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ଆମେରିକାର କାର୍ଯ୍ୟାନୁଷ୍ଠାନରେ ବାଧା ସୃଷ୍ଟି କରୁଥିବା ଦେଶଗୁଡ଼ିକୁ ଦଣ୍ଡିତ କରିବା ଏବଂ ‘ଆଦର୍ଶ ସହଯୋଗୀ’ ଦେଶଗୁଡ଼ିକୁ ପୁରସ୍କୃତ କରିବା ପାଇଁ ପ୍ରଶାସନ ପ୍ରସ୍ତୁତି ଚଳାଇଛି। ଏହି ପଦକ୍ଷେପ ନାଟୋର ପାରମ୍ପରିକ ନିୟମକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି, ଯେଉଁଠାରେ ଏବେ କେବଳ ଆମେରିକା ପ୍ରତି ବିଶ୍ୱସ୍ତ ରହୁଥିବା ଦେଶଗୁଡ଼ିକୁ ହିଁ ସାମରିକ ସୁରକ୍ଷା ଓ ପ୍ରତିରକ୍ଷା ଜ୍ଞାନକୌଶଳ ଯୋଗାଇ ଦିଆଯିବ।

Show More
Back to top button