MK Stalin: ୧୦ ଲକ୍ଷ କୋଟି ଟଙ୍କାର ଋଣ ପ୍ରସଙ୍ଗ ଉଠାଇଲେ ବିଜୟ

ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ ଶପଥ ଗ୍ରହଣ ପରେପରେ ରାଜ୍ୟ ଉପରେ ଥିବା ୧୦ ଲକ୍ଷ କୋଟି ଋଣ ବିଷୟରେ ଉଲ୍ଲେଖ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଡିଏମ୍‌କେ ମୁଖ୍ୟ ଷ୍ଟାଲିନ ଏନେଇ ପ୍ରଥମ ପ୍ରତିକ୍ରିୟା କହିଛନ୍ତି, ସରକାରଙ୍କ ପାଖରେ ଧନ ନାହିଁ ବୋଲି କହିବା ଏତେ ଶୀଘ୍ର ଆରମ୍ଭ କରନ୍ତୁ ନାହିଁ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ, ଥାଲାପତି ବିଜୟ ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଏବଂ ମହିଳା ସୁରକ୍ଷା ପାଇଁ ଏକ ଟାସ୍କ ଫୋର୍ସ ସମେତ ଅନେକ ବଡ଼ ଘୋଷଣା କରିବା ସହ ତାମିଲନାଡୁ ଉପରେ ୧୦ ଲକ୍ଷ କୋଟିର ଋଣ ଅଛି ବୋଲି କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ତାଙ୍କ ବକ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରିବା ସହ ବିଜୟଙ୍କୁ ଶୁଭକାମନା ଜଣାଇଛନ୍ତି।

ତାମିଲନାଡୁ ଉପରେ ୧୦ ଲକ୍ଷ କୋଟିର ଋଣ ଅଛି: ବିଜୟ

ଷ୍ଟାଲିନ ବିଜୟଙ୍କ ଘୋଷଣାକୁ ସ୍ୱାଗତ କରି କହିଛନ୍ତି, ସରକାରଙ୍କ ପାଖରେ ଟଙ୍କା ନାହିଁ ବୋଲି ତୁରନ୍ତ କହିବା ଆରମ୍ଭ କରନ୍ତୁ ନାହିଁ। ଟଙ୍କା ଅଛି। ଯାହା ଆବଶ୍ୟକ ତାହା ହେଉଛି ଏହାକୁ ଜନସାଧାରଣଙ୍କୁ ବଣ୍ଟନ କରିବାର ଇଚ୍ଛାଶକ୍ତି ଏବଂ ଶାସନ କରିବାର କ୍ଷମତା। ସେ ଆହୁରି କହିଛନ୍ତି ଯେ, ପାଞ୍ଚ ବର୍ଷ ମଧ୍ୟରେ, କୋଭିଡ୍ ଏବଂ ବନ୍ୟା ଭଳି ଅନେକ ସମସ୍ୟା ଏବଂ କେନ୍ଦ୍ରର ବିଜେପି ସରକାରଙ୍କ ଅବହେଳା ସତ୍ତ୍ୱେ, ଆମେ ଜନସାଧାରଣଙ୍କ ପାଇଁ ବହୁ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛୁ। ତାମିଲନାଡୁ ବଜେଟ୍ ବିଷୟରେ ଆପଣଙ୍କୁ ଜଣାନଥିଲା। ଆପଣଙ୍କ ପ୍ରଥମ ଭାଷଣରେ ଆପଣ ଏହି ଅଭିଯୋଗର ଉଲ୍ଲେଖ କରିଛନ୍ତି ଯେ, ପୂର୍ବ ସରକାର ୧୦ ଲକ୍ଷ କୋଟି ଟଙ୍କାର ଋଣ ଛାଡି ସରକାରୀ ରାଜକୋଷ ଖାଲି କରିଦେଇଛନ୍ତି। ତାମିଲନାଡୁର ଋଣ ସ୍ତର ନିର୍ଦ୍ଧାରିତ ସୀମା ମଧ୍ୟରେ ଅଛି। ଆମେ ଫେ୍ରୁଆରି ବଜେଟରେ ତାମିଲନାଡୁ ସରକାରଙ୍କ ଆର୍ଥିକ ସ୍ଥିତି ସ୍ପଷ୍ଟ କରିଥିଲୁ। ଆପଣ କ’ଣ ଏହା ଜାଣି ନ ଥିଲେ? ଆପଣ କେବଳ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଉଥିଲେ କି? ଯେଉଁମାନେ ଆପଣଙ୍କୁ ଭୋଟ ଦେଇଛନ୍ତି ସେମାନଙ୍କୁ ପୁଣି ବିଶ୍ୱାସଘାତକତା କରନ୍ତୁ ନାହିଁ ଏବଂ ପ୍ରସଙ୍ଗକୁ ଏଡ଼ାଇବାକୁ ଚେଷ୍ଟା କରନ୍ତୁ ନାହିଁ!। ଆପଣ କ୍ଷମତାକୁ ଏହା କହି ଆସିଛନ୍ତି ଯେ, ‘ମୁଁ କେବଳ ଲୋକଙ୍କୁ ସେହି ପ୍ରତିଶ୍ରୁତି ଦେବି ଯାହା ମୁଁ ପୂରଣ କରିପାରିବି’। ଏବେ ଆପଣ ସରକାର ଚଳାଇବା ଆରମ୍ଭ କରିଛନ୍ତି। ମୁଁ ନିଶ୍ଚିତ ଯେ, ଆମ ପରି, ଆପଣ ମଧ୍ୟ ଶୀଘ୍ର ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ଶିଖିବେ। ଯେଉଁମାନେ ଆପଣଙ୍କୁ ଭୋଟ ଦେଇଛନ୍ତି ସେମାନଙ୍କ ସହିତ ମୁଁ ମଧ୍ୟ ସମାନ ଆଶା କରୁଛି। ଆପଣଙ୍କ ଶାସନରେ ତାମିଲନାଡୁର ବିକାଶ ହେଉ ବୋଲି ମୋର ଶୁଭକାମନା!।

 

 

 

ସୌଜନ୍ୟ ସମ୍ବାଦ