Society is stronger: ସରକାରଠାରୁ ଅଧିକ ଶକ୍ତିଶାଳୀ ସମାଜ: ପ୍ରଧାନମନ୍ତ୍ରୀ

ବେଙ୍ଗାଲୁରୁ: ଆର୍ଟ ଅଫ୍ ଲିଭିଂର ୪୫ ବର୍ଷ ପୂର୍ତ୍ତି ଏବଂ ଏହାର ପ୍ରତିଷ୍ଠାତା ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୭୦ତମ ଜନ୍ମଦିବସ ଆଜି ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଯୋଗ ଦେଇ ଏକ ବିଶାଳ ଧ୍ୟାନ ମନ୍ଦିର ଉଦ୍‌ଘାଟନ କରିଛନ୍ତି। ଭାରତର ଚିରନ୍ତନ ଦାନ ପରମ୍ପରା ଯଥା ଜ୍ଞାନ, ଶାନ୍ତି ଓ ଆଶା ପ୍ରଦାନର ସେ ମୂର୍ତ୍ତି ରୂପ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପୂର୍ବରୁ ସେ ଯେବେ ଏହି ଆନ୍ତର୍ଜାତିକ କେନ୍ଦ୍ରକୁ ଆସିଛନ୍ତି ସେତେବେଳେ ସେ ମୁନିଋଷିମାନେ ପୃଥିବୀକୁ ଆଣିଥିବା ସେବାଭାବର ଶକ୍ତିକୁ ଅନୁଭବ କରିଥିବା କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଏକ ବିକଶିତ ଭାରତ ସେହି ଯୁବଶକ୍ତି ଦ୍ୱାରା ଗଢ଼ିଉଠିବ, ଯେଉଁମାନେ ମାନସିକ ଭାବେ ଶାନ୍ତ, ସାମାଜିକ ଭାବେ ଦାୟିତ୍ୱଶୀଳ ଓ ସମାଜ ପ୍ରତି ସମ୍ବେଦନଶୀଳ।

ଆର୍ଟ ଅଫ୍ ଲିଭିଂର ୪୫ବର୍ଷ ପୂର୍ତ୍ତି

ଆର୍ଟ ଅଫ୍ ଲିଭିଂ ପରି ସଂଗଠନମାନେ ଲୋକମାନଙ୍କ ମଧ୍ୟରେ ସଂଯୋଗ, ଆପଣାପଣ ଭାବନା ଓ ସାମୂହିକ ଦାୟିତ୍ୱବୋଧକୁ ଶକ୍ତିଶାଳୀ କରନ୍ତି। ରାଜନୀତି ଓ ସରକାରଠାରୁ ଅଧିକ ଶକ୍ତିଶାଳୀ ହେଉଛି ସମାଜ। ସମାଜ ଯେତେବେଳେ ସକ୍ରିୟ ଭାବେ ରାଷ୍ଟ୍ର ଗଠନରେ ଯୋଗଦାନ ରଖିଥାଏ ସେତେବେଳେ ସରକାର ସଫଳ ହୋଇଥାଏ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରି ଶ୍ରୀ ଶ୍ରୀ ରବିଶଙ୍କର ଗତ କିଛିବର୍ଷ ମଧ୍ୟରେ ଭାରତ ଦେଖିଥିବା ପରିବର୍ତ୍ତନ ଏବଂ ଦେଶବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଆତ୍ମବିଶ୍ବାସ ଉପରେ ଆଲୋକପାତ କରିଥିଲେ।  ଆପଣ କ୍ଷମତାକୁ ଆସିବା ମାତ୍ରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଘୋଷଣା କରିଥିଲେ। ଆଜି ଦେଶ ଅଧିକ ସ୍ବଚ୍ଛ, ସୁନ୍ଦର ଏବଂ ନିରାପଦ ସହିତ ଗଭୀର ଆତ୍ମବିଶ୍ବାସ ଅନୁଭବ କରୁଛି। ୧୦ ବର୍ଷ ମଧ୍ୟରେ ଆପଣ ଭାରତକୁ ଏଭଳି ଏକ ଦେଶରେ ପରିଣତ କରିଛନ୍ତି ଯାହା ମାଗିବା ପରିବର୍ତ୍ତେ ଦାନ କରୁଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ ୯ଟି ଦେଶବ୍ୟାପୀ ସେବା କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ।

 

 

 

ସୌଜନ୍ୟ ସମ୍ବାଦ