2 Friends Death: ପୋଖରୀରେ ବୁଡ଼ି ଦୁଇ ସାଙ୍ଗଙ୍କ ମୃତ୍ୟୁ

ବ୍ରହ୍ମପୁର: ବ୍ରହ୍ମପୁର ସହର ଆଙ୍କୁଲି ଅଞ୍ଚଳ ନୂଆଵନ୍ଧ ପୋଖରୀରେ ବୁଡ଼ି ଆଜି ସକାଳେ ଦୁଇଜଣ ନାବାଳକ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ, ଖୋଡାସିଙ୍ଗିର ଅଭିଜିତ୍ ମାରାଣ୍ଡି ଓ ଗଜପତି ନଗରର ବିଶ୍ୱଜିତ୍ ପଣ୍ଡା। ଉଭୟ ଡିପଲ୍ ସ୍କୁଲର ଛାତ୍ର ହୋଇଥିବା ବେଳେ ମାଟ୍ରିକ ପାସ୍ କରିଥିଲେ।

୩ ଜଣ ଅସାବଧାନତାରୁ ବୁଡ଼ି ଯାଇଥିଲେ

ବିଶ୍ୱଜିତ ହେଉଛନ୍ତି, ବିଜେପି ନେତା ତଥା ଗଞ୍ଜାମ କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ୍ ସଭାପତି ବିଷ୍ଣୁ ପଣ୍ଡାଙ୍କ ପୁଅ ଏବଂ ଅଭିଜିତ ହେଉଛନ୍ତି, କଟକ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଉପ ନିର୍ଦ୍ଦେଶକ କୁଅଁର ମାରାଣ୍ଡିଙ୍କ ପୁଅ। ଉଭୟ ଆଜି ସକାଳେ ସାଙ୍ଗମାନଙ୍କ ସହ‌ କ୍ରିକେଟ ଖେଳିବା ପରେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ୩ ଜଣ ଅସାବଧାନତାରୁ ବୁଡ଼ି ଯାଇଥିଲେ। ଜଣକୁ ଅଞ୍ଚଳବାସୀ ଉଦ୍ଧାର କରିଥିବା ବେଳେ ବିଶ୍ବଜିତ ଓ ଅଭିଜିତଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ଏମକେସିଜି ଡାକ୍ତରଖାନାକୁ ପଠାଇଥିଲେ। କିନ୍ତୁ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି।

 

 

 

ସୌଜନ୍ୟ ସମ୍ବାଦ