ISKCON’s : ଇସ୍କନ୍‌ର ଅ-ତିଥି ରଥଯାତ୍ରା ପରମ୍ପରା ବିରୋଧୀ

ଭୁବନେଶ୍ବର,: ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ପ୍ରତି ଓଡ଼ିଆଙ୍କପ୍ରାଣର ସ୍ପନ୍ଦନ।  ସେ ହେଉଛନ୍ତି  ଓଡ଼ିଆଙ୍କ ବିଶ୍ବାସ, ଓଡ଼ିଆଙ୍କ ପ୍ରଶ୍ବାସ। ଆଦିପୀଠ ଶ୍ରୀକ୍ଷେତ୍ର ମାଟି ମହାପ୍ରଭୁଙ୍କ ଉପସ୍ଥିତି ପାଇଁ ସମସ୍ତ ହିନ୍ଦୁଙ୍କ ପାଇଁ ପବିତ୍ର।  ପରମ୍ପରାରେ ବନ୍ଧା ମହାପ୍ରଭୁଙ୍କ ସମସ୍ତ ରୀତିନୀତି। ମହାପ୍ରଭୁଙ୍କ ବାର ମାସରେ ତେର ପର୍ବ ଯେମିତି ନିଆରା, ପ୍ରତି ପର୍ବ ପାଳନ ମଧ୍ୟ ସେହିପରି ଅନନ୍ୟ। ପୁରାଣ ଆଧାରିତ ଓ ଶାସ୍ତ୍ର ସମ୍ମତ ରୀତିନୀତି ଅନୁଯାୟୀ ମହାପ୍ରଭୁଙ୍କ ନବଦିନାତ୍ମକ ଘୋଷଯାତ୍ରା ଅନୁଷ୍ଠିତ ହୋଇଥାଏ।

ଏଥିପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷଲକ୍ଷ ଭକ୍ତ  ରଥାରୂଢ଼ ମହାପ୍ରଭୁଙ୍କୁ ବାମନ ରୂପରେ ସଂଦର୍ଶନ କରି ପୁନର୍ଜନ୍ମ ନିୟମରୁ ମୁକ୍ତି ପାଇଥା’ନ୍ତି ବୋଲି ବିଶ୍ବାସ ରହିଛି। ଏହି ଘୋଷଯାତ୍ରା ପ୍ରତିବର୍ଷ ନିର୍ଦ୍ଦିଷ୍ଟ ତିଥି ଯଥା ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥିରେ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ଯୋଡ଼ା ଜ୍ୟେଷ୍ଠ ମାସ ହେତୁ ଶ୍ରୀକ୍ଷେତ୍ରରେ ଜୁଲାଇ ମାସ ୧୬ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ମାତ୍ର ଗତ କିଛି ବର୍ଷ ହେବ ଦେଖାଯାଉଛି, ଇସ୍କନ୍‌ କର୍ତ୍ତୃପକ୍ଷ ‌ଦେଶର ଅନ୍ୟ ପ୍ରାନ୍ତରେ ଓ ବିଦେଶରେ ଭିନ୍ନ ଭିନ୍ନ ଦିବସରେ  ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ କରୁଛନ୍ତି। ଏଥିପାଇଁ ମଧ୍ୟ ଅଜବ ତର୍କ ଉପସ୍ଥାପନ କରୁଛନ୍ତି। ବିଦେଶରେ ଛୁଟିଦିନରେ ଓ ଟ୍ରାଫିକ୍‌ ସମସ୍ୟାକୁ ଦେଖି ମିଳୁଥିବା ଅନୁମତି  ଅନୁଯାୟୀ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜିତ ହେଉଛି।

ଏହି ଅ-ତିଥି ରଥଯାତ୍ରାକୁ ବିରୋଧ କରି ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଇସ୍କନ୍‌ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇ ଏପରି ଆୟୋଜନରୁ ବିରତ ରହିବାକୁ ଅନୁରୋଧ କରାଯାଇଛି। ଏପରିକି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଓ ଗଜପତି ମହାରାଜ ଦିବ୍ୟସିଂହ ଦେବ ମଧ୍ୟ ପରମ୍ପରାକୁ ଭୃକ୍ଷେପ ନ କରି ଇସ୍କନ ପକ୍ଷରୁ ଆୟୋଜନ କରାଯାଉଥିବା ରଥଯାତ୍ରାକୁ ନାପସନ୍ଦ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ସତ୍ତ୍ବେ ଇସ୍କନ ପକ୍ଷରୁ କୋଟି କୋଟି ଓଡ଼ିଆ ବିଶେଷ କରି ଶ୍ରୀଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇ ବିଭିନ୍ନ ଦେଶରେ ରଥଯାତ୍ରା ଆୟୋଜନ କରାଯାଉଛି। ଅଷ୍ଟ୍ରେଲିଆର ବ୍ରିସ୍‌ବେନ୍‌ରେ ଚଳିତ ବର୍ଷ ଏପ୍ରିଲ ୧୮ ତାରିଖରେ ରଥଯାତ୍ରା ଆୟୋଜନ କରାଯାଇଥିବା ବେଳେ ଦକ୍ଷିଣଆଫ୍ରିକାର ଜୋହାନ୍‌ସବର୍ଗରେ ଚଳିତ ମାସ ୧୫-୧୬ ତାରିଖରେ ରଥଯାତ୍ରା ଆୟୋଜିତ ହୋଇଯାଇଛି। ସେହିପରି ଇଂଲଣ୍ଡର ଲଣ୍ଡନ୍‌ ସହରରେ ଆଜି( ମେ ୨୪ ତାରିଖ) ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ କରାଯାଇଛି। ସେହିପରି ଆମେରିକାର ଆଟ୍‌ଲାଣ୍ଟା ସହରରେ ଜୁନ ୫-୭ ତାରିଖ, ନ୍ୟୁୟର୍କ ସିଟିରେ ଜୁନ ୧୨-୧୪ ତାରିଖ ଓ ହାରିସବର୍ଗରେ ଜୁନ ୨୦ ତାରିଖରେ  ଇସ୍କନ୍‌ ପକ୍ଷରୁ ରଥଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଛି। ଏପରିକି ଦେଶ ଭିତରେ ମଧ୍ୟ ପଞ୍ଜାବ ଓ ଉତ୍ତରପ୍ରଦେଶରେ ଅ-ତିଥି ରଥଯାତ୍ରା ଆୟୋଜନ ପାଇଁ ଇସ୍କବିଭ୍ରାନ୍ତ ସୃଷ୍ଟି କରିବା ଲକ୍ଷ୍ୟ
ଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର କରିବା ଭଲ କଥା, କିନ୍ତୁ ଅଦିନିଆ ରଥଯାତ୍ରା କରିବା ଠିକ୍ ନୁହେଁ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ରଥଯାତ୍ରା ହୁଏ। ସାରା ବିଶ୍ବରେ ଏହି ତିଥିରେ ହିଁ ରଥଯାତ୍ରା ପାଳନ ହେବା ବିଧି ରହିଛି। ଯେଉଁମାନେ ଅଦିନରେ ବା ଅ-ତିଥିରେ ରଥଯାତ୍ରା କରୁଛନ୍ତି, ସେମାନେ ବିଧି ପରମ୍ପରା ବିରୋଧରେ ଯାଇ ଶ୍ରୀକ୍ଷେତ୍ର ରଥଯାତ୍ରାର ମହତ୍ତ୍ବ ବୁଡ଼ାଇବାକୁ ହୀନ ଚକ୍ରାନ୍ତ କରୁଛନ୍ତି। ସେମିତି ରଥଯାତ୍ରା କେବଳ ଲୋକଦେଖାଣିଆ ଏବଂ ସେଠି ଭକ୍ତିର ସ୍ଥାନ ନାହିଁ। ସନାତନ ଧର୍ମକୁ ନେଇ ବିଭ୍ରାନ୍ତ ସୃଷ୍ଟି କରିବା ଲକ୍ଷ୍ୟରେ ଅଦିନିଆ ରଥଯାତ୍ରା କରାଯାଉଛି। ଏହା ବଡ଼ କ୍ଷୋଭର ବିଷୟ।

 

 

 

ସୌଜନ୍ୟ ସମ୍ବାଦ