Deadbody: ବିଲରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଆସିକା: ଗଞ୍ଜାମଜିଲ୍ଲା ଆସିକା ଥାନା ଖଣ୍ଡଦେଉଳି ଗ୍ରାମରେ ଅଭାବନୀୟ ଘଟଣା। ନିଛାଟିଆ ବିଲମାଳରୁ ଅନୁଜ ପ୍ରଧାନଙ୍କ ସ୍ତ୍ରୀ ଋତୁ ପ୍ରଧାନ (୩୭)ଙ୍କ ମୃତଦେହ ଉଦ୍ଧାର‌ ହୋଇଛି। ଆସିକା ପୁଲିସ ଓ ଆସିକା ଏସଡିପିଓ ପହଞ୍ଚି ତଦନ୍ତ ଜାରି‌ ରଖିଛନ୍ତି । ଋତୁକୁ କେହି ହତ୍ୟା କରି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି । ପୁଲିସ ଋତୁଙ୍କ ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି |

 

 

ସୌଜନ୍ୟ ସମ୍ବାଦ