ମନୋରଞ୍ଜନ

Paparazzi: ପାପାରାଜ୍ଜି ଉପରେ ଖପା

ସେଲିବ୍ରିଟିମାନେ ଯୁଆଡ଼େ ଯାଆନ୍ତି, ତାଙ୍କ ପଛେପଛେ ଯାଉଥିବା ଫଟୋଗ୍ରାଫର୍‌ ଗୋଷ୍ଠୀ ‘ପାପାରାଜ୍ଜି’ ନାମରେ ଜଣାଶୁଣା। ଏବେ ଏମାନଙ୍କ କାମ ସ୍ଥିରଚିତ୍ର ଉତ୍ତୋଳନରେ ସୀମିତ ନାହିଁ, ଏମାନେ ସେଲିବ୍ରିଟିଙ୍କ ଭିଡିଓ ମଧ୍ୟ ଉତ୍ତୋଳନ କରୁଛନ୍ତି, ଯାହା ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍‌ ହୋଇଥାଏ।

ସେଲିବ୍ରିଟିମାନେ ଯୁଆଡ଼େ ଯାଆନ୍ତି, ତାଙ୍କ ପଛେପଛେ ଯାଉଥିବା ଫଟୋଗ୍ରାଫର୍‌ ଗୋଷ୍ଠୀ ‘ପାପାରାଜ୍ଜି’ ନାମରେ ଜଣାଶୁଣା। ଏବେ ଏମାନଙ୍କ କାମ ସ୍ଥିରଚିତ୍ର ଉତ୍ତୋଳନରେ ସୀମିତ ନାହିଁ, ଏମାନେ ସେଲିବ୍ରିଟିଙ୍କ ଭିଡିଓ ମଧ୍ୟ ଉତ୍ତୋଳନ କରୁଛନ୍ତି, ଯାହା ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍‌ ହୋଇଥାଏ। ବେଳେବେଳେ ପାପାରାଜ୍ଜି ମହିଳା ସେଲିବ୍ରିଟିମାନଙ୍କର ଏଭଳି ଭିଡିଓ ଉଠାଉଛନ୍ତି ଯାହା ସେମାନଙ୍କ ଶରୀରକୁ ଖୁବ୍ ଅଶ୍ଳୀଳ ଢଙ୍ଗରେ ପ୍ରଦର୍ଶନ କରୁଛି। ନିକଟରେ ଅଭିନେତ୍ରୀ ନେହା ଧୁପିୟା ଏ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ‘ବ୍ୟାକ୍‌ ସଟ୍‌’ ଭିଡିଓ ଉତ୍ତୋଳନ ନ କରିବା ପାଇଁ ପାପାରାଜ୍ଜି ଗୋଷ୍ଠୀକୁ ଚେତାବନୀ ଦେଇଛନ୍ତି। ‘ବ୍ୟାକ୍‌ ସଟ୍‌’ ହେଉଛି ଜଣେ ବ୍ୟକ୍ତିଙ୍କ ପଛ ପଟୁ ଉଠାଯାଉଥିବା ଫଟୋ ବା ଭିଡିଓ। ଏଭଳି ଅସମ୍ମାନଜନକ ଆଚରଣ ଯୋଗୁଁ ସେଲିବ୍ରିଟିମାନେ ଅତିଷ୍ଠ ହୋଇଗଲେଣି, ତେଣୁ ଏହା ବନ୍ଦ ହେବା ଉଚିତ ବୋଲି ନେହା ପ୍ରକାଶ କରିଛନ୍ତି।

ସେହିପରି ଅଭିନେତା ସୈଫ ଅଲୀ ଖାଁ ମଧ୍ୟ ଭାରତର ପାପାରାଜ୍ଜି ସଂସ୍କୃତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏହି ଫଟୋଗ୍ରାଫର୍‌ମାନେ ପ୍ରତିଦିନ ସେମାନଙ୍କ ଫଟୋ ଉଠାଇ ପ୍ରକାଶ କରୁଥିବାରୁ ଚଳଚ୍ଚିତ୍ର ତାରକାଙ୍କୁ ନେଇ ଦର୍ଶକଙ୍କ ମନରେ କିଛି ରହସ୍ୟ ରହୁ ନାହିଁ ଏବଂ ଫଟୋଗ୍ରାଫର୍‌ମାନେ ତାରକାମାନଙ୍କ ଗୋପନୀୟତାକୁ ମଧ୍ୟ ସମ୍ମାନ କରୁନାହାନ୍ତି ବୋଲି ସୈଫ ଏକ ସାକ୍ଷାତ୍‌କାରରେ ଅଭିଯୋଗ କରିଛନ୍ତି। ନିଜର ବ୍ୟକ୍ତିଗତ ଅଭିଜ୍ଞତା ପ୍ରକାଶ କରି ସୈଫ କହିଛନ୍ତି ଯେ ଏକଦା ଫଟୋଗ୍ରାଫର୍‌ମାନେ ତାଙ୍କ ଘରକୁ ପଶିଯାଇଥିଲେ। ଏପରି ସୀମା ଲଂଘନ ଗ୍ରହଣୀୟ ନୁହେଁ। ସେଲିବ୍ରିଟି ହେଲେ ବି ସେମାନଙ୍କ ଗୋପନୀୟତା ଅପରିହାର୍ଯ୍ୟ ବୋଲି ସୈଫ କହିଛନ୍ତି।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button