ଜାତୀୟ

ପେପର୍‌ ଲିକ୍‌ ଘଟଣାରେ ମୋଦି କଲେ ବଡ଼ ଘୋଷଣା, ଜାତୀୟ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୩ା୭: ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶ୍ନପତ୍ର ଲିକ୍ (Paper Leak) ମାମଲାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସେ ପ୍ରଶ୍ନପତ୍ର ଲିକ୍‌ର ସମସ୍ତ ମାମଲାରେ ଦୋଷୀମାନଙ୍କୁ ଯଥାଶୀଘ୍ର କଠୋର ଦଣ୍ଡ ଦେବା ଏବଂ ମାମଲାଗୁଡ଼ିକର ଶୀଘ୍ର ନିଷ୍ପତ୍ତି ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟ (Fast Track Courts) ଗଠନ କରିବାକୁ ଘୋଷଣା କରିଛନ୍ତି। ଏହାକୁ ନେଇ ସମ୍ପୃକ୍ତ ବିଭାଗକୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏକ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଦେଶର ଯୁବପିଢ଼ିଙ୍କ ସ୍ୱାର୍ଥ ଏବଂ ସେମାନଙ୍କ ଭବିଷ୍ୟତ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା।

ସେ ଟ୍ୱିଟ୍‌ରେ ଲେଖିଛନ୍ତି ଯେ, ପ୍ରଶ୍ନପତ୍ର ଲିକ୍‌ର ସମସ୍ତ ମାମଲାର ତଦନ୍ତ କରାଯିବ। ଦୋଷୀମାନଙ୍କୁ ଯଥାଶୀଘ୍ର ଦଣ୍ଡ ଦେବା ପାଇଁ ଏବଂ ପ୍ରଶ୍ନପତ୍ର ଲିକ୍ ସହ ଜଡ଼ିତ ସମସ୍ତ ମାମଲାର ଶୀଘ୍ର ନିଷ୍ପତ୍ତି ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ କରାଯିବ। ଦେଶର ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥକୁ ସୁରକ୍ଷିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକ ମଧ୍ୟରେ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଦେଶର ଯୁବପିଢ଼ିଙ୍କ ଭବିଷ୍ୟତ ସହିତ ଖେଳୁଥିବା କୌଣସି ବି ବ୍ୟକ୍ତିଙ୍କୁ କ୍ଷମା ଦିଆଯିବ ନାହିଁ। ପ୍ରଶ୍ନପତ୍ର ଲିକ୍ କରୁଥିବା ଲୋକଙ୍କୁ କଠୋରରୁ କଠୋରତମ ଶାସ୍ତି ଦେବାର କାମ ଏବେ ସରକାର କରିବେ।

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button