ରାଜ୍ୟ

Injured: ଘର ଉପରେ ମାଡ଼ିବସିଲା ଅଶ୍ୱତ୍ଥ ଗଛ, ତିନି ଆହତ

ବୌଦ୍ଧ ଜିଲ୍ଳା ସରସରା ପଞ୍ଚାୟତ ଅନ୍ତର୍ଗତ ମହୁଲପାଲି ଗ୍ରାମର ଲବଣୀ ଅମାତଙ୍କ ଘର ଉପରେ ଗତକାଲି ବିଳମ୍ବିତ ରାତିରେ ଏକ ଅଶ୍ୱତ୍ଥ ଗଛ ପଡ଼ିଯାଇଥିଲା। ଆଜବେଷ୍ଟସ ଘରଟି ଭାଙ୍ଗିଯିବା ବେଳେ ଲବଣୀଙ୍କ ପରିବାର(୫ଜଣ) ଭିତରେ ରହି ଯାଇଥିଲେ।

ବୌଦ୍ଧ ଜିଲ୍ଳା ସରସରା ପଞ୍ଚାୟତ ଅନ୍ତର୍ଗତ ମହୁଲପାଲି ଗ୍ରାମର ଲବଣୀ ଅମାତଙ୍କ ଘର ଉପରେ ଗତକାଲି ବିଳମ୍ବିତ ରାତିରେ ଏକ ଅଶ୍ୱତ୍ଥ ଗଛ ପଡ଼ିଯାଇଥିଲା। ଆଜବେଷ୍ଟସ ଘରଟି ଭାଙ୍ଗିଯିବା ବେଳେ ଲବଣୀଙ୍କ ପରିବାର(୫ଜଣ) ଭିତରେ ରହି ଯାଇଥିଲେ।

ଅଳ୍ପକେ ବର୍ତିଲା ପରିବାର

ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରିଥିବା ବେଳେ ୩ଜଣଙ୍କୁ ଆଘାତ ଲାଗିଥିଲା। ସେମାନେ ହେଲେ ଲବଣୀଙ୍କ ପୁଅ ସଞ୍ଜୀବ, ବୋହୂ ସୁଜାତା ଏବଂ ତାଙ୍କ ଛୋଟ ପୁଅ। ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନେ ଘରକୁ ଫେରିଯାଇଥିବା ଜଣାପଡ଼ିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button